ଶ୍ରୀନଗର, ୩୦/୦୯ :ଟଳିଲା ଟପ୍ ଆତଙ୍କବାଦୀ । ଯବାନଙ୍କ ଗୁଳିରେ ପ୍ରାଣ ହରାଇଲା ଲଶ୍କର କମାଣ୍ଡର । ଜମ୍ମୁ କଶ୍ମୀର ବଡଗାମ୍ ଜିଲ୍ଲାରେ ସୁରକ୍ଷାବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି । ଏଥିରେ ଲଶ୍କର କମାଣ୍ଡର ମୁସାକୁ ନିପାତ କରାଯାଇଛି ।

ରିପୋର୍ଟ ଅନୁସାରେ, ରାଜ୍ୟର ବଡଗାମ୍ ୟୁସମାର୍ଗ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ । କମ୍ବିଂ ବେଳେ ଯବାନଙ୍କୁ ଦେଖି ମୁସା ଗୁଳି ଚାଳନା କରିଥିଲା । ଯବାନମାନେ ମଧ୍ୟ ଏହାର ପାଲଟା ଜବାବ ଦେଇଥିଲେ । ଏଥିରେ ମୁସା ପ୍ରାଣ ହରାଇଛି । ଏବେବି ଅପରେସନ ଜାରି ରହିଥିବା ସୂଚନା ମିଳିଛି ।

Also Read :- ଦୀର୍ଘ ଦିନର ପ୍ରତିକ୍ଷାର ହେଲା ଅନ୍ତ, ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର

ଆତଙ୍କବାଦୀ ନିରୋଧୀ ଅପରେସନରେ ସେନା ସହ ସିଆରପିଏଫ ଏବଂ ଜମ୍ମୁ କାଶ୍ମୀର ପୋଲିସ ସାମିଲ ହୋଇଥିଲେ । ମୁସା ନିପାତ ହେଲା ପରେ ନିକଟରେ ଥିବା ଗୁରଓ୍ୱେତକଲା ଗ୍ରାମରେ ମଧ୍ୟ କିଛି ଆତଙ୍କୀ ଲୁଚି ରହିଥିବା ସୂଚନା ମିଳିଥିଲା । ସଂପୃକ୍ତ ଅଞ୍ଚଳକୁ ଘେରି ଯବାନମାନେ ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି ।

ଅଧିକାରୀଙ୍କ କହିବାନୁସାରେ, ମୁସା ଲଶ୍କରର ଏକ ସକ୍ରିୟ କମାଣ୍ଡର ଥିଲା । ସେ ପିଓକରେ ରହେ । ଏହାପୂର୍ବରୁ ସେପ୍ଟେମ୍ବର 5 ତାରିଖରେ ମୁସାର ଅନ୍ୟ ଏକ ସହଯୋଗୀ ସେନା ଗୁଳିରେ ଟଳିଥିଲା ।