ନୂଆଦିଲ୍ଲୀ ୦୪।୧୨; ବଲିଉଡ୍ ଅଭିନେତ୍ରୀ କ୍ରିତି ସାନନ୍। ଅଭିନେତ୍ରୀ ସବୁବେଳେ କୌଣସି ନା କୌଣସି କାରଣରୁ ଚର୍ଚ୍ଚାରେ ରହନ୍ତି। ବର୍ତ୍ତମାନ କ୍ରିତିଙ୍କ ଘରେ ଶାହାନାଇ ବାଜିବାକୁ ଯାଉଛି । ଆଜ୍ଞା ହଁ କ୍ରିତି ସାନନ୍ ଙ୍କ ଭଉଣୀ ନୁପୁର ସାନନ୍ ଆସନ୍ତା ବର୍ଷ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ସେ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ହେଉଛନ୍ତି ଷ୍ଟେବିନ୍ ବେନ୍ । ତେବେ ଆସନ୍ତୁ ଜାଣିବା ଷ୍ଟେବିନ୍ ବେନ୍ କିଏ ?

ଷ୍ଟେବିନ୍ ବେନ୍ କିଏ?

ଷ୍ଟେବିନ୍ ବେନ୍ ବିଷୟରେ କହିବାକୁ ଗଲେ, ଷ୍ଟେବିନ୍ ଜଣେ ପପ୍ ଗାୟକ। ଯିଏ ପ୍ରାୟତଃ ବିଭିନ୍ନ ସ୍ଥାନରେ ଲାଇଭ୍ ଶୋ’ କରୁଥିବାର ନଜର ଆସନ୍ତି। ୧୯୯୩ ମସିହାରେ ଜନ୍ମ ହୋଇଥିବା ଷ୍ଟେବିନ୍ ମଧ୍ୟପ୍ରଦେଶର ଭୋପାଳରୁ ଆସିଛନ୍ତି। ଷ୍ଟେବିନ୍ କାର୍ମେଲ କନଭେଣ୍ଟ୍ କୋ-ଏଡ୍ ସ୍କୁଲରୁ ତାଙ୍କ ସ୍କୁଲିଂ କରିବା ପରେ LNCT ଗ୍ରୁପ୍ ଅଫ୍ କଲେଜରୁ ସିଭିଲ୍ ଇଞ୍ଜିନିୟରିଂରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ରିପୋର୍ଟ ଅନୁଯାୟୀ, ଷ୍ଟେବିନ୍ ଗାୟକ ହେବାକୁ ଚାହୁଁ ନଥିଲେ, ବରଂ ସେ ଜଣେ ଇଞ୍ଜିନିୟର, ପାଇଲଟ୍ କିମ୍ବା କ୍ରିକେଟର ହେବାକୁ ଚାହୁଁଥିଲେ। କିନ୍ତୁ ଭାଗ୍ୟ ତାଙ୍କ ପାଇଁ ଅନ୍ୟ ପ୍ଲାନିଂ କରି ରଖିଥିଲା।

 
 
 
 
 
 
 
 
 
 
 
 
 
 
 

A post shared by Stebin Ben (@stebinben)

୨୦୧୬ରେ ମୁମ୍ବାଇ ଆସିଥିଲେ

ତାଙ୍କ ପାଠପଢ଼ା ଶେଷ କରିବା ପରେ, ଷ୍ଟେବିନ୍ ୨୦୧୬ରେ ଗାୟକ ହେବା ପାଇଁ ମୁମ୍ବାଇ ଚାଲିଯାଇଥିଲେ। YouTube ସାହାଯ୍ୟରେ, ଷ୍ଟେବିନ୍ ସଙ୍ଗୀତ ଶିଖିବା ସହ ତାଙ୍କର କଠିନ ପରିଶ୍ରମ ଜାରି ରଖିଥିଲେ ୨୦୨୧ରେ ମୁକ୍ତିଲାଭ କରିଥିବା "ଥୋଡା ଥୋଡା ପ୍ୟାର୍" ଗୀତ ସହିତ ତାଙ୍କର ବଡ଼ ବ୍ରେକ୍ ପାଇଥିଲେ। ଷ୍ଟେବିନ୍ ବର୍ତ୍ତମାନ "ସାହିବା," "ବାରିଶ୍ ବନ ଜାନା," "ରୁଲା କେ ଗୟା ଇଶ୍କ," ଏବଂ ରିକ୍ରିଏଟ୍ ହୋଇଥିବା ଗୀତ"ମେରା ଦିଲ୍ ଭି କିତନା ପାଗଲ୍ ହେ" ପାଇଁ ଲୋକପ୍ରିୟ ହୋଇଛି।

 
 
 
 
 
 
 
 
 
 
 
 
 
 
 

A post shared by Vinay Sharma (@vinayshaarma)

ସେ ପାୟଲ୍ ଦେବ, ଅସୀସ୍ କୌର, ଶ୍ରେୟା ଘୋଷାଲ୍, ଜୁବିନ୍ ନୌଟିୟାଲ୍, ସଚିନ୍-ଜିଗର ଏବଂ ଅନ୍ୟମାନଙ୍କ ଭଳି ଲୋକପ୍ରିୟ କଳାକାରଙ୍କ ସହିତ କାମ କରିଛନ୍ତି। ଏବେ ଆଗାମୀ ବର୍ଷ କ୍ରିତି ସାନନଙ୍କ ଭଉଣୀ ନୁପୁର ସାନନ୍ ଙ୍କ ସହିତ ତାଙ୍କ ବିବାହ ହେବା ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ବିବାହ ଉଦୟପୁରର ଫେୟାରମଣ୍ଟ ପ୍ୟାଲେସରେ ହେବ ବୋଲି ଜଣାପଡିଛି । କୁହାଯାଉଛି ଏହା ଗ୍ରାଣ୍ଡ୍ ୱିଣ୍ଟର ୱେଡିଂ ହେବ। ବିବାହ ରୀତିନୀତି ଜାନୁୟାରୀ ୭ କି ୮ରେ ଆରମ୍ଭ ହେବ ୯ ତାରିଖତରେ ସାତଫେରା ନେବେ। ହେଲେ ବିବାହରେ ଖୁବ୍ ଇଣ୍ଟିମେଣ୍ଟ ହେବ ଯେଉଁଥିରେ ପରିବାର ଲୋକେ ଓ ନିକଟର ବନ୍ଧୁବାନ୍ଧବ ସହ ଇଣ୍ଡଷ୍ଟ୍ରିର କିଛି ସେଲିବ୍ରିଟି ସାମିଲ ହେବେ । କିନ୍ତୁ ଏହି ବାହାଘର ବିଷୟରେ ଦୁହିଁଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।