IPL 2024 : ଇଡେନ୍‌ରେ କୋଲକାତା-ପଞ୍ଜାବ ମୁକାବିଲା, ରାତି ୭ଟା ୩୦ରେ ଖେଳାଯିବ ମ୍ୟାଚ୍‌

Published By : Prameya-News7 Bureau | April 26, 2024 IST

କୋଲକାତା ୨୬।୦୪: ଆଇପିଏଲ୍‌ର ୨୦୨୪ । ଟୁର୍ଣ୍ଣାମେଣ୍ଟର ଏହି ୧୭ ସିଜିନ୍‌ର ଶୁକ୍ରବାର ଦିନ ଖେଳାଯିବ ୪୨ ତମ ମ୍ୟାଚ୍‌ । କୋଲକାତାର ଇଡେନ ଗାର୍ଡେନରେ ମୁହାଁମୁହିଁ ହେବେ ପଞ୍ଜାବ କିଙ୍ଗସ ଏବଂ କୋଲକାତା ନାଇଟ ରାଇଡର୍ସ । ରାତି ୭ଟା ୩୦ ମିନିଟ୍‌ରେ ଖେଳାଯିବ ଏହି ମ୍ୟାଚ୍‌ । 

ବର୍ତ୍ତମାନ ସୁଦ୍ଧା କୋଲକାତା ନାଇଟ୍‌ ରାଇଡର୍ସ ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୫ଟିରେ ବିଜୟୀ ହୋଇଥିବା ବେଳେ ୨ଟି ପରାସ୍ତ ହେବାକୁ ପଡିଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ଚଳିତ ସିଜିନ୍‌ରେ କୋଲାକାତା ଟିମ୍ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ଫର୍ମରେ ରହିଛି । ଖାସ୍‌ କରି ଦଳର ଓପନିଂ ଯୋଡି ଏବଂ ଶେଷ ପର୍ଯ୍ୟାୟରେ ରସେଲ ଏବଂ ରିଙ୍କୁ ସିଂହଙ୍କ ବ୍ୟାଟିଂ ଦଳ ପାଇଁ ବେଶ୍‌ ପାଇଦା ଦେଉଛି । ସେହିପରି ବୋଲିଂରେ ମଧ୍ୟ ଦଳ ଭଲ କରୁଛି । ତେଣୁ ଦେଖାଯାଉ ଆଜିର ମ୍ୟାଚ୍‌ରେ କିପରି ଟିମ୍‌ ପ୍ରଦର୍ଶନ କରୁଛି । 

ଅନ୍ୟପଟେ ପଞ୍ଜାବ କିଙ୍ଗସ୍‌ ଏବେ ଯାଏଁ ୮ଟି ମୁକାବିଲା ଖେଳିଛି । ଯେଉଁଥିରୁ ୨ଟି ମ୍ୟାଚ୍‌ରେ ବିଜୟୀ ହୋଇଥିବା ବେଳେ ୬ଟି ମୁକାବିଲାରେ ପରାସ୍ତ ହୋଇଛି । ମୋଟ ୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୯ମ ସ୍ଥାନରେ ରହିଛି । ଦଳରେ ଷ୍ଟାର ଖେଳାଳି ଥିଲେ ମଧ୍ୟ ଠିକଣା ସମୟରେ ପ୍ରଦର୍ଶନ କରିପାରୁନାହାନ୍ତି । ଯାହାକି ଦଳ ପାଇଁ ସାଜିଛି ଟେନ୍‌ସନ୍‌ର କାରଣ । ଦେଖାଯାଉ ଆଜିର ମ୍ୟାଚ୍‌ରେ କୋଲକାତାକୁ ଟକ୍କର ଦେଇପାରିବ କି ପଞ୍ଜାବ । 

ଆସନ୍ତୁ ନଜର ପକାଇବା ପଏଣ୍ଟ ଟେବୁଲ୍‌ ଉପରେ

ରାଜସ୍ଥାନ ଟିମ୍‌ ଏବେ ଯାଏଁ ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟି ବିଜୟ ଏବଂ ଗୋଟିଏରେ ପରାସ୍ତ ହୋଇଛି । ମୋଟ ୧୪ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି । ଏହାପଛକୁ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଟିମ୍‌ ଏବେ ଯାଏଁ ୭ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୫ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୨ଟିରେ ପରାସ୍ତ ହୋଇଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୨ୟ ସ୍ଥାନରେ ରହିଛି । ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍‌ । ଦଳ ମୋଟ ୮ଟି ମ୍ଯାଚ୍‌ ଖେଳିସାରିଛି । ଯେଉଁଥିରେ ୫ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୩ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି । ଦଳ ଏବେ ୧୦ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ଏହାପଛକୁ ରହିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ । ମୋଟ ୮ଟି ମୁକାବିଲା ଖେଳିସାରିଛି ଟିମ୍‌ । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୪ର୍ଥ ସ୍ଥାନରେ ରହିଛି । 

 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.