ହାର୍ଦ୍ଦିକ-ପୀୟୂଷଙ୍କ କମାଲ, କମିନ୍ସଙ୍କ ବିସ୍ଫୋରକ ବ୍ୟାଟିଂ; ମୁମ୍ବାଇକୁ ଏତିକି ଟାର୍ଗେଟ୍ ଦେଲା ହାଇଦ୍ରାବାଦ

Published By : Prameya-News7 Bureau | May 06, 2024 IST

Aajtak

ମୁମ୍ବାଇ: ଓ୍ଵାଙ୍ଖେଡ଼େ ଷ୍ଟାଡିୟମର ୫୫ତମ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୮ ଓ୍ଵିକେଟ୍ ହରାଇ ୧୭୩ ରନ କରିଛି। ଦଳ ପକ୍ଷରୁ ଟ୍ରେଭିସ୍ ହେଡ୍ ସର୍ବାଧିକ ୪୮ ରନ କରିଥିବା ବେଳେ ପାଟ୍ କମିନ୍ସ ୧୭ ବଲରୁ ୩୫ ରନ କରିବାରୁ ହାଇଦ୍ରାବାଦ ଏହି ସ୍କୋରରେ ପହଞ୍ଚି ପାରିଛି। ମୁମ୍ବାଇ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ଓ ପୀୟୂଷ ଚାଓ୍ଵଲା ଶାଣିତ ବୋଲିଂ କରି ପ୍ରତ୍ୟେକ ୩ଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି। ପଏଣ୍ଟ ଟେବୁଲର ନିମ୍ନ ସ୍ଥାନରେ ଥିବା ମୁମ୍ବାଇ ସାମ୍ନାରେ ୧୭୪ ରନର ବିଜୟ ଲକ୍ଷ୍ୟ। ଚଳିତ ଆଇପିଏଲ୍‌ରୁ ମୁମ୍ବାଇ ପ୍ଲେ ଅଫ ଦୌଡ଼ରୁ ବାଦ୍ ପଡ଼ି ସାରିଥିବା ବେଳେ ହାଇଦ୍ରାବାଦ ପାଇଁ ଏହି ମ୍ୟାଚ୍ ଜିତିବା ଗୁରୁତ୍ଵପୂର୍ଣ୍ଣ ରହିଛି। 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.