ଆଇପିଏଲ୍‌ର ବିବାଦୀୟ କ୍ୟାପଟେନ୍, କେତେ ସମ୍ପତ୍ତିର ଅଟନ୍ତି ମାଲିକ ?

Published By : Prameya-News7 Bureau | May 06, 2024 IST

ନୂଆଦିଲ୍ଲୀ ୦୬।୦୫: ୨୦୨୪ ଆଇପିଏଲ୍‌ର ବିବାଦୀୟ କ୍ୟାପଟେନ୍ । ଅର୍ଥାତ୍‌ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ଚଳିତ ଆଇପିଏଲ୍‌ ଖୁବ୍‌ ଟ୍ରୋଲ୍ ହେଉଛନ୍ତି । ଫ୍ୟାନ୍ସଙ୍କୁ ପସନ୍ଦ ଆସିନାହାନ୍ତି ପାଣ୍ଡ୍ୟା । ରୋହିତ୍‌ଙ୍କ କ୍ୟାପଟେନ୍‌ସିପ୍‌ରୁ ହଟାଇ ନିଜେ କ୍ୟାପଟେନ୍‌ ହୋଇଥିବା ତାଙ୍କ ନାଁରେ ରହିଛି ଅଭିଯୋଗ । ଏଥିପାଇଁ ହାର୍ଦ୍ଦିକଙ୍କ ଉପରେ ରାଗିଯାଇଛନ୍ତି କ୍ରିକେଟ୍‌ପ୍ରେମୀ । 

କିନ୍ତୁ ଟିମ୍‌ ଇଣ୍ଡିଆର ଏହି ପ୍ଲେୟର ଜଣେ ସଫଳ କ୍ରିକେଟର । ଜାଣି ଆଶ୍ଚର୍ଯ୍ୟ ହେବେ ହାର୍ଦ୍ଦିକ ପାଣ୍ଡ୍ୟା କୋଟି କୋଟି ସମ୍ପତ୍ତିର ମାଲିକ ଅଟନ୍ତି । ସେ କେବଳ କ୍ରିକେଟରୁ ନୁହେଁ ଅନେକ ସୋର୍ସରୁ କରନ୍ତି ମୋଟା ଅଙ୍କର ଆୟ । ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ ପ୍ରତି ମାସରେ ପ୍ରାୟ ୧.୨ କୋଟି ଟଙ୍କା ରୋଜଗାର କରନ୍ତି । ବିସିସିଆଇ ସହିତ ତାଙ୍କର ଏକ ଚୁକ୍ତି ମଧ୍ୟ ଅଛି । ଯେଉଁଥିରୁ ପ୍ରତିବର୍ଷ ୫ କୋଟି ମିଳିଥାଏ । IPL ୨୦୨୨ରେ ହାର୍ଦ୍ଦିକଙ୍କୁ ଗୁଜୁରାଟ ଟାଇଟାନ୍ସ ୧୫ କୋଟିରେ କିଣିଥିଲା । ଚଳିତ ସିଜିନ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ତାଙ୍କୁ ମଧ୍ୟ ସମାନ ଟଙ୍କା ଦେଇଛି । 

ହାର୍ଦ୍ଦିକ ପାଣ୍ଡ୍ୟା କ୍ରିକେଟ୍‌ ବ୍ୟତୀତ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମୋଟା  ଅଙ୍କର ରୋଜଗାର କରନ୍ତି । ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ପ୍ରାୟ ୫୫-୬୦ ଲକ୍ଷ ଟଙ୍କା ଯାଏଁ ରୋଜଗାର କରନ୍ତି । ହାର୍ଦ୍ଦିକ ହାଲାପ୍ଲେ,, ଗଲ୍ଫ ଅଏଲ୍, ଷ୍ଟାର୍ ସ୍ପୋର୍ଟସ୍, ଜିଲେଟ୍, ଜଗଲ୍, ସିନ୍ ଡେନିମ୍, ଡି: FY, ବୋଟ୍‌, ଓପୋ, ଡ୍ରିମ୍ 11, ରିଲାଏନ୍ସ ରିଟେଲ, ବିଲେନ୍ ଏବଂ SG କ୍ରିକେଟ୍କୁ ଏଣ୍ଡୋର୍ସମେଣ୍ଟ କରନ୍ତି । 

ଲଗ୍‌ଜୁରୀ ଲାଇଫ୍ ଷ୍ଟାଇଲ୍‌ ମେଣ୍ଟେନ୍‌ କରନ୍ତି ହାର୍ଦ୍ଦିକ୍‌ ପାଣ୍ଡ୍ୟା । ତାଙ୍କ ପାଖରେ ଅନେକ ନାମୀଦାମୀ କାର୍‌ ରହିଛି । ପାଣ୍ଡ୍ୟାଙ୍କ ପାଖରେ ରୋଲ୍ସ ରୋଏସ୍ ରହିଛି । ଯାହାର ମୂଲ୍ୟ ପ୍ରାୟ ୬ କୋଲି ୨୨ ଲକ୍ଷ ।  ସେହିପରି ତାଙ୍କ ପାଖରେ ରେଞ୍ଜ ରୋଭର ଭୋଗ ରହିଛି । ଏହାର ମୂଲ୍ୟ ପ୍ରାୟ ୨ କୋଟି ୧୧ ଲକ୍ଷ ଟଙ୍କା । ମର୍ସିଡିଜ୍ ଜି-ୱାଗନ୍ ଏବଂ ଅଡି A6 ରହିଛି । ମର୍ସିଡିଜ୍ର ଦାମ୍‌ ୧କୋଟି ୬୨ ଲକ୍ଷରୁ ୨ କୋଟି ୪୨ ଲକ୍ଷ ଟଙ୍କା ହୋଇଥିବା ବେଳେ ଅଡି A6ର ଦାମ୍‌ ୫୫ ଲକ୍ଷ ୯୬ ହଜାରରୁ ୬୦ ଲକ୍ଷ ୫୯ ହଜାର ଟଙ୍କା ମଧ୍ୟରେ ରହିଛି । 

ହାର୍ଦ୍ଦିକ ଦାମୀ ଘଣ୍ଟାର ମଧ୍ୟ ସଉକ୍‌ ରଖିଥାନ୍ତି । ତାଙ୍କର ଏକ ଘଣ୍ଟାର ଦାମ୍‌ କାର୍‌ ଦାମ୍‌ଠାରୁ ମଧ୍ୟ  ମହଙ୍ଗା । ତାଙ୍କର ସବୁଠାରୁ ମହଙ୍ଗା ଘଣ୍ଟାର ଦାମ୍‌ ୧୦ କୋଟି ୮ ଲକ୍ଷ । ଏହାବ୍ୟତୀତ ତାଙ୍କ ପାଖରେ ପାଟେକ ଫିଲିପ ନାଟିଲସ୍ ପ୍ଲାଟିନମ୍ 5711 ମଡେଲ୍‌ର ଘଣ୍ଟା ରହିଛି । ଯାହାର ଦାମ୍‌ ପ୍ରାୟ ୫ କୋଟି ଟଙ୍କା ।

 ଏମାନଙ୍କ ବ୍ୟତୀତ ହାର୍ଦିକଙ୍କର ମଧ୍ୟ ଅନେକ ଘଣ୍ଟା ରହିଛି । ଯାହାର ଦାମ୍‌ ଲକ୍ଷ ଲକ୍ଷ ଟଙ୍କା । ତେବେ ହାର୍ଦ୍ଦିକଙ୍କ ଘର ବଡୋଦରାରେ ରହିଛି । ଯାହାର ଦାମ୍‌ ୩ କୋଟି ୬ ଲକ୍ଷ ଟଙ୍କା । ପାଣ୍ଡ୍ୟାଙ୍କ ମୋଟ ସମ୍ପତ୍ତି ହେଉଛି ୧୧ ମିଲିୟନ୍‌ ଡଲାର । ରିପୋର୍ଟ ଅନୁଯାୟୀ ସେ କୌଣସି କୋଟିପତିଙ୍କଠାରୁ କମ୍‌ ନୁହଁନ୍ତି । 

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.