IPL 2024 : ଇଡେନ୍‌ରେ ହେବ ରନ୍‌ବର୍ଷା, କୋଲକାତା ନାଇଟ ରାଇଡର୍ସ-ଦିଲ୍ଲୀ କ୍ୟାପିଟାଲ୍ସ ମୁକାବିଲା

Published By : Prameya-News7 Bureau | April 29, 2024 IST

କୋଲକାତା ୨୯।୦୪ : ଆଇପିଏଲ୍ ୨୦୨୪ । ଜୋରଦାର ହେଉଛି ପ୍ଲେ-ଅପ୍‌ ରେସ୍‌ । ପ୍ରିତଦିନ ନୂଆ ନୂଆ ରଣନୀତି ଦେଖିବାକୁ ମିଳିଛି । ଟୁର୍ଣ୍ଣାମେଣ୍ଟ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହିକ୍ରମରେ ସୋମବାର ଦିନ ମୁହାଁମୁହିଁ ହେବେ କୋଲକାତା ନାଇଟ୍‌ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ । ରାତି ୭ଟା ୩୦ ମିନିଟ୍‌ରେ ଖେଳାଯିବ ଏହି ୪୭ ତମ ମ୍ୟାଚ୍‌ ।

ବର୍ତ୍ତମାନ ଯାଏଁ କୋଲକାତା ନାଇଟ୍‌ ରାଇଡର୍ସ ୮ଟି ମ୍ୟାଚ୍‌ ଖେଳିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ବାକି ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । କୋଲକାତାର ଟିମ୍‌ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ରହିଛି । ତେଣୁ ଆଜିର ମୁକାବିଲା କଡ଼ ଟକ୍କର ହେବ । ସେହିପରି ପ୍ଲେ-ଅପ୍‌ ରେସ୍‌ ପାଇଁ କୋଲକାତାକୁ ଆଉ ୧୦ ପଏଣ୍ଟ ଦରକାର । ଦେଖାଯାଉ କୋଲକାତା କି ପ୍ଲାନ୍‌ କରୁଛି ।

ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ବର୍ତ୍ତମାନ ଯାଏଁ ୧୦ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ମୋଟ ୧୦ ଅଙ୍କ  ସହ ପଏଣ୍ଟ ଟେବୁଲ୍‌ର ୬ଷ୍ଠ ସ୍ଥାନରେ ରହିଛି । ଦିଲ୍ଲୀ କ୍ୟାପିଟାଲ୍ସ ସିଜିନ୍‌ର ଆରମ୍ଭ ସେତେ ଦମ୍‌ଦାର ନଥିଲେ ମଧ୍ୟ ଏବେ କିନ୍ତୁ ଦଳ ପିକ୍‌କୁ ଆସିଛି । ଖାସ୍‌ କରି ଦଳର ବ୍ୟାଟରମାନେ ପୁରା ଫର୍ମକୁ ଆସିଛନ୍ତି । ପ୍ଲେ-ଅପ୍‌ ରେସ୍‌ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟ ରହିଛି । ଦଳକୁ ଆଉ ୬ ପଏଣ୍ଟ ଦରକାର ପ୍ଲେ-ଅପ୍‌ ଲାଗି । ତେଣୁ ଦେଖାଯାଉ ଆଜିର ମ୍ୟାଚ୍‌ରେ କିପରି ଖେଳ ପ୍ରଦର୍ଶନ କରୁଛି ପନ୍ଥ ବାହିନୀ ।

ସୂଚନାଯୋଗ୍ୟ ଯେ, ରାଜସ୍ଥାନ ରୟାଲ୍ସ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ଟପ୍‌ରେ ରହିଛି । ତା ପଛକୁ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଦଳ ୮ଟି ମ୍ୟାଚ୍‌ରୁ ୫ଟିରେ ବିଜୟୀ ସହ ୧୦ ପଏଣ୍ଟ ପାଇଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ । ଟିମ୍‌ ପାଖରେ ଏବେ ୧୦ ଅଙ୍କ ରହିଛି । ଏହାପଛକୁ ରହିଛି ସନରାଇଜର୍ସ ହାଇଦ୍ରାବାଦ୍‌ । ଦଳ ୯ଟି ମ୍ୟାଚ୍‌ରୁ ୫ଟି ବିଜୟ ସହ ୧୦ ଅଙ୍କ ପାଇଛି । ଯାହାଫଳରେ ଟିମ୍‌ ଏବେ ୪ର୍ଥ ସ୍ଥାନରେ ରହିଛି ।

 

 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.