ଟି-୨୦ ବିଶ୍ୱକପ ୨୦୨୪: ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ଖେଳିବା ପ୍ରସ୍ତାବକୁ ମନା କଲା ଟିମ୍ ଇଣ୍ଡିଆ, ଜାଣନ୍ତୁ କାରଣ

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ: ୨୦୨୪ ଜୁନ୍ ୨ରୁ ଟି-୨୦ ବିଶ୍ୱକପ ଆରମ୍ଭ ହେବ । ୱେଷ୍ଟଇଣ୍ଡିଜ ଏବଂ ଆମେରିକାରେ ଆୟୋଜନ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆଇସିସି ସମସ୍ତ ପ୍ରସ୍ତୁତି ଚୂଡାନ୍ତ କରିଛି । ସବୁଥର ପରି ଗ୍ରୁପ ଷ୍ଟେଜ୍ ମୁକାବିଲା ଆରମ୍ଭ ହେବା ପୂର୍ବରୁ ସବୁ ଟିମ୍ ୱାର୍ମ ଅପ୍ ମ୍ୟାଚ୍ ଖେଳିବେ । କିନ୍ତୁ ପ୍ରଥମ ଥର ଏପରି ହେବାକୁ  ଯେତେବେଳେ ଭାରତୀୟ ଟିମ୍ କେବଳ ଗୋଟିଏ ୱାର୍ମ ଅପ୍ ମ୍ୟାଚ୍ ଖେଳିବ । କ୍ରିକ୍‌ବଜର ଏକ ରିପୋର୍ଟ ଅନୁସାରେ, ଆଇସିସି ଏବଂ ୱେଷ୍ଟଇଣ୍ଡିଜ କ୍ରିକେଟ୍ ବୋର୍ଡ ଦୁଇଟି ୱାର୍ମ ଅପ୍ ମ୍ୟାଚ୍ ପାଇଁ ଅଫର୍ ଦେଇଥିଲା, ଯେଉଁଥିରୁ ଗୋଟିଏ ମୁକାବିଲା ଫ୍ଲୋରିଡା ଏବଂ ଦ୍ୱିତୀୟ ନ୍ୟୁୟର୍କରେ ଖେଳାଯିବାର ଥିଲା । କିନ୍ତୁ ବିସିସିଆଇ ଏହାକୁ ମନା କରି ଦେଇଛି । ଏବେ ବଡ଼ ପ୍ରଶ୍ନ ବିସିସିଆଇ ଏପରି କାହିଁକି କଲା ।

ଟି-୨୦ ବିଶ୍ୱକପରେ ୱାର୍ମ ଅପ୍ ମୁକାବିଲା ମେ ୨୬ରୁ ଆରମ୍ଭ ହୋଇପାରେ, ଅର୍ଥାତ୍ ଆଉ କେବଳ ୧୦ ଦିନର ସମୟ ରହିଛି । ଅନ୍ୟପଟେ ଆଇପିଏଲ୍ ଫାଇନାଲ୍ ମେ ୨୬ରେ ଖେଳାଯିବ । ଏଭଳି ସ୍ଥିତିରେ ଭାରତୀୟ ଟିମ୍ ସମୟରେ ଆମେରିକା ପହଞ୍ଚି ପାରିବ ନାହିଁ । ଏଥିପାଇଁ ବିସିସିଆଇ ଟିମକୁ ଦୁଇଟି ବ୍ୟାଚରେ ପଠାଇବା ପାଇଁ ନିଷ୍ପତ୍ତି ନେଇଛି । ଭାରତୀୟ ଟିମର ପ୍ରଥମ ବ୍ୟାଚ୍ ଆଇପିଏଲ ଫାଇନାଲରୁ ଗୋଟିଏ ଦିନ ପୂର୍ବେ ମେ ୨୫ରେ ଆମେରିକା ଯାତ୍ରା କରିବ । ଅନ୍ୟପଟେ ଦ୍ୱିତୀୟ ବ୍ୟାଚ୍ ମେ ୨୬ରେ ହେବାକୁ ଥିବା ଫାଇନାଲ୍ ପରେ ଗସ୍ତ କରିବ । କ୍ରିକ୍‌ବଜର ରିପୋର୍ଟ ଅନୁସାରେ ବିସିସିଆଇ କହିଛି ଯେ ଦୁଇ ମାସ ଯାଏ ଆଇପିଏଲ୍ ଖେଳିବା ଯୋଗୁଁ ଅନେକ ଖେଳାଳି କ୍ରାନ୍ତ ଅଛନ୍ତି । ଭାରତୀୟ ଟିମ୍ ନ୍ୟୁୟର୍କରେ ଅଟକିବ ଏବଂ ବୋର୍ଡ ଚାହୁଁ ନାହାନ୍ତି ଯେ ଖେଳାଳି ଅଧିକ ଯାତ୍ରା କରି ଫ୍ଲୋରିଡା ଯାଆନ୍ତୁ । ଏଥିପାଇଁ ବିସିସିଆଇକୁ ଏହି ନିଷ୍ପତ୍ତି ନେବାକୁ ପଡ଼ିଛି ।

ଭାରତ ବ୍ୟତୀତ ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟ ଗୋଟିଏ ୱାର୍ମ ଅପ୍ ମ୍ୟାଚ୍ ଖେଳିବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଟି-୨୦ ବିଶ୍ୱକପ ପୂର୍ବରୁ ଦୁଇ ଦେଶ ମଧ୍ୟରେ ସିରିଜ ହେବାକୁ ଯାଉଛି, ଯାହା ମେ ୩୦ରେ ଶେଷ ହେବ । ଭାରତୀୟ ଟିମ୍ ଟି-୨୦ ବିଶ୍ୱକପରେ ଗ୍ରୁପ ଷ୍ଟେଜର ସମସ୍ତ ମୁକାବିଲା ନ୍ୟୁୟର୍କରେ ଖେଳିବ । ଟିମର ପ୍ରଥମ ମ୍ୟାଚ୍ ଜୁନ୍ ୫ରେ ଖେଳାଯିବ ।  

  • ICC T20 World cup
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.