IPLରେ ଚମକିବା ପରେ ଏବେ ଏହି ଲିଗରେ ଜଲୱା ଦେଖାଇବେ ନିତୀଶ ରେଡ୍ଡି, ନିଲାମୀରେ ସବୁଠୁ ମହଙ୍ଗା ଖେଳାଳି

Published By : Prameya-News7 Bureau | May 16, 2024 IST

ନୂଆଦିଲ୍ଲୀ: ଆଇପିଏଲର ୧୭ତମ ସଂସ୍କରଣରେ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ମୈଦାନରେ ଭଲ ପ୍ରଦର୍ଶନ କରୁଛି । ଏହାର ବଡ଼ କାରଣ ଟିମ୍‌ର ଅଧିକାଂଶ ଖେଳାଳି ମୈଦାନରେ ଜବରଦସ୍ତ ପ୍ରଦର୍ଶନ କରୁଛନ୍ତି । ଏଥିରେ ଜଣଙ୍କ ନାଁ ହେଉଛି ୨୦ ବର୍ଷୀୟ ଅଲରାଉଣ୍ଡର ନିତୀଶ କୁମାର ରେଡ୍ଡି । ଚଳିତ ସିଜିନରେ ବର୍ତ୍ତମାନ ସୁଦ୍ଧା ୯ ମୁକାବିଲାରେ ୨୩୯ ରନ୍ କରିବାରେ ସଫଳ ହୋଇଥିବା ବେଳେ ବୋଲିଂ କରି ୩ ୱିକେଟ୍ ନେଇଛନ୍ତି । ଏବେ ନିତୀଶ କୁମାର ରେଡ୍ଡି ଆନ୍ଧ୍ର ପ୍ରିମିୟର ଲିଗର ଆଗାମୀ ସଂସ୍କରଣ ପାଇଁ ହୋଇଥିବା ନିଲାମୀ ପ୍ରକ୍ରିୟାରେ ସବୁଠୁ ମହଙ୍ଗା ଖେଳାଳି ହୋଇଛନ୍ତି ।

ଆନ୍ଧ୍ର ପ୍ରଦେଶ ଲିଗରେ ନୀତିଶ କୁମାର ରେଡ୍ଡିଙ୍କ ଭାଗ୍ୟ ଖୋଲିଛି । ତାଙ୍କୁ ମାର୍ଲିଗୋଦାବରୀ ଟାଇଟନ୍ସର ଟିମ୍ ନିଜର ସଦସ୍ୟ କରିବା ପାଇଁ ୧୫.୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି । ତେବେ ନୀତିଶଙ୍କୁ ମିଳିବାକୁ ଥିବା ଏହି ଟଙ୍କା ତାଙ୍କ ଆଇପିଏଲ ସାଲାରିଠାରୁ କମ ରହିଛି । ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ଟିମ୍ ୨୦ ଲକ୍ଷ ଟଙ୍କାରେ ନୀତିଶ ରେଡ୍ଡିଙ୍କୁ ନିଜ ଟିମରେ ସାମିଲ କରିଥିଲା । ଆନ୍ଧ୍ର ପ୍ରିମିୟର ଲିଗ୍ ପାଇଁ ଅକ୍ସନକୁ ଲାଇଭ୍ ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହାସହ ସେ ବହୁତ ଖୁସି ଥିବା ନଜର ଆସୁଛନ୍ତି ।

  • cricket
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.