ମେଷ- କର୍ମକ୍ଷେତ୍ରରେ ଅଟକିଥିବା କାମ ଆଗକୁ ବଢ଼ିବ। ଆର୍ଥିକ ଲାଭର ସୁଯୋଗ ମିଳିବ। ପରିବାରରେ ଖୁସିର ପରିବେଶ ରହିବ। ସମ୍ପତ୍ତି ସମ୍ବନ୍ଧୀୟ ଆଲୋଚନା ଶୁଭ ହେବ। ସନ୍ଧ୍ୟା ପରେ ଆତ୍ମବିଶ୍ୱାସ ବଢ଼ିବ। ନୂଆ ଦାୟିତ୍ୱ ସଫଳତାର ସହ ପୂରଣ କରିବେ।

ବୃଷ- ବ୍ୟବସାୟରେ ନୂଆ ଅର୍ଡର ମିଳିପାରେ। ଭାଇଭଉଣୀଙ୍କ ସହଯୋଗ ଲାଭଦାୟକ ହେବ। ଛୋଟ ଯାତ୍ରା ସଫଳ ରହିବ। ଦଲିଲପତ୍ର ଯାଞ୍ଚ କରି କାମ କରନ୍ତୁ। ଅଟକିଥିବା ପେମେଣ୍ଟ ଆସିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଭଲ।

ମିଥୁନ- ଧନ ସଞ୍ଚୟ ଉପରେ ଧ୍ୟାନ ଦିଅନ୍ତୁ। ପରିଶ୍ରମର ଯଥାର୍ଥ ଫଳ ମିଳିବ। ପରିବାରରେ ମଧୁର ସମ୍ପର୍କ ରହିବ। ଚାକିରିରେ ପ୍ରଶଂସା ପାଇପାରନ୍ତି। ସନ୍ଧ୍ୟାରେ ଶୁଭ ସମ୍ବାଦ ମିଳିବ। ନୂଆ ଆୟର ମାର୍ଗ ଖୋଲିବ।

କର୍କଟ- ଘାତ ବାର ଓ ଘାତ ଚନ୍ଦ୍ର ଥିବାରୁ ତର୍କ, କ୍ରୋଧ ଓ ତ୍ୱରିତ ନିଷ୍ପତ୍ତି ଏଡ଼ାନ୍ତୁ। ସ୍ୱାସ୍ଥ୍ୟ ଓ ମାନସିକ ଚାପ ପ୍ରତି ସତର୍କ ରୁହନ୍ତୁ। ଦ୍ୱିପ୍ରହର ପରେ ପରିସ୍ଥିତି ଧୀରେ ଧୀରେ ସୁଧୁରିବ। ପରିବାରରେ ଧୈର୍ଯ୍ୟ ରଖିଲେ ବିବାଦ ଟଳିବ। ବଡ଼ ବିନିଯୋଗ ଆଜି ସ୍ଥଗିତ ରଖନ୍ତୁ। ଇଷ୍ଟଦେବଙ୍କ ନାମ ସ୍ମରଣ ଶୁଭ ରହିବ।

ସିଂହ- ଦ୍ୱିପ୍ରହର ପରେ ଚନ୍ଦ୍ର ପ୍ରବେଶରେ ଭାଗ୍ୟ ସକ୍ରିୟ ହେବ। କର୍ମକ୍ଷେତ୍ରରେ ସମ୍ମାନ ବଢ଼ିବ। ଅଧୁରା କାମ ସମ୍ପୂର୍ଣ୍ଣ ହେବ। ବନ୍ଧୁଙ୍କ ସହଯୋଗ ମିଳିବ। ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ। ପ୍ରେମ ସମ୍ପର୍କରେ ସକାରାତ୍ମକ ପରିବର୍ତ୍ତନ ଆସିବ।

କନ୍ୟା- ଆୟ ବୃଦ୍ଧିର ସମ୍ଭାବନା ରହିଛି। ବକେୟା ଟଙ୍କା ମିଳିପାରେ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗ ମିଳିବ। ପରିବାରରେ ଶାନ୍ତି ରହିବ। ବ୍ୟବସାୟରେ ଲାଭ ବଢ଼ିବ। ଇଣ୍ଟରଭ୍ୟୁ କିମ୍ବା ପରୀକ୍ଷାରେ ଅନୁକୂଳ ଫଳ ମିଳିବ।

ତୁଳା- ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ। ସରକାରୀ କାର୍ଯ୍ୟରେ ପ୍ରଗତି ହେବ। ଦୂରଯାତ୍ରା ଶୁଭ ରହିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ମାନସିକ ଶାନ୍ତି ମିଳିବ।

ବିଛା- ହଠାତ୍ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁପ୍ତ ଶତ୍ରୁଙ୍କୁ ନେଇ ସତର୍କ ରୁହନ୍ତୁ। ବୀମା କିମ୍ବା ଉତ୍ତରାଧିକାରରେ ଲାଭ ହୋଇପାରେ। ସ୍ୱାସ୍ଥ୍ୟରେ ଅବହେଳା କରନ୍ତୁ ନାହିଁ। ଧୈର୍ଯ୍ୟରେ କାମ କଲେ ସଫଳତା ମିଳିବ। ପୁରୁଣା ସମସ୍ୟାର ସମାଧାନ ଆରମ୍ଭ ହେବ।

ଧନୁ- ସହଭାଗୀତାରେ ଲାଭ ମିଳିବ। ଦାମ୍ପତ୍ୟରେ ବୁଝାମଣା ବଢ଼ିବ। ବ୍ୟବସାୟରେ ନୂଆ ଚୁକ୍ତି ହୋଇପାରେ। ଚାକିରିରେ ସହକର୍ମୀଙ୍କ ସହଯୋଗ ମିଳିବ। ସନ୍ଧ୍ୟାରେ ଶୁଭ ଖବର ଆସିବ। ଅଟକିଥିବା ଫାଇଲ ପାସ୍ ହେବାର ସମ୍ଭାବନା ଅଛି।

ମକର- ଘାତ ଚନ୍ଦ୍ର ଥିବାରୁ ସ୍ୱାସ୍ଥ୍ୟ, ଯାତ୍ରା ଓ ବିବାଦରେ ସତର୍କ ରୁହନ୍ତୁ। କର୍ମକ୍ଷେତ୍ରରେ ଚାପ ବଢ଼ିପାରେ। ଅନାବଶ୍ୟକ କ୍ରୋଧ କ୍ଷତି କରିବ। ଋଣ ଶୋଧର ଯୋଜନା କରନ୍ତୁ। ସନ୍ଧ୍ୟାରେ ପରିସ୍ଥିତି ସାମାନ୍ୟ ଭଲ ହେବ। ବଡ଼ ଆର୍ଥିକ ନିଷ୍ପତ୍ତି ଏଡ଼ାନ୍ତୁ।

କୁମ୍ଭ- ପ୍ରତିଯୋଗିତାରେ ସଫଳତା ମିଳିବ। ସନ୍ତାନଙ୍କ ଠାରୁ ଶୁଭ ଖବର ପାଇବେ। ପ୍ରେମ ସମ୍ପର୍କ ମଜଭୁତ ହେବ। ସୃଜନଶୀଳ କାର୍ଯ୍ୟରେ ପ୍ରଶଂସା ମିଳିବ। ଆୟ ସ୍ଥିର ରହିବ। ମନପସନ୍ଦ କାର୍ଯ୍ୟରେ ସମୟ ଦେଇ ଖୁସି ଅନୁଭବ କରିବେ।

ମୀନ- ଘର ଓ ପରିବାର ସମ୍ବନ୍ଧୀୟ କାମରେ ସଫଳତା ମିଳିବ। ଜମି କିମ୍ବା ଘର କ୍ରୟ ବିଷୟରେ ଆଲୋଚନା ଆଗକୁ ବଢ଼ିବ। ମାଆଙ୍କ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। କର୍ମକ୍ଷେତ୍ରରେ ସ୍ଥିରତା ରହିବ। ସନ୍ଧ୍ୟା ପରେ ମନ ପ୍ରଫୁଲ୍ଲ ରହିବ। ଘରୋଇ ଶୁଭ କାର୍ଯ୍ୟର ଯୋଜନା ହୋଇପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682