​​​​​​​ମେଷ- ଦ୍ୱାଦଶ ଚନ୍ଦ୍ର ପ୍ରଭାବରୁ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ମାନସିକ ଅସ୍ଥିରତା ଓ କାର୍ଯ୍ୟରେ ବିଳମ୍ବ ଦେଖାଦେଇପାରେ। ଚାକିରିରେ ଚାପ ବଢ଼ିବାର ସମ୍ଭାବନା ରହିଛି। ଯାତ୍ରାରେ ସତର୍କ ରୁହନ୍ତୁ। ପରିବାରର ସହଯୋଗ ମିଳିଲେ ମଧ୍ୟ ଧୈର୍ଯ୍ୟ ରକ୍ଷା କରନ୍ତୁ।

ବୃଷ- ଆୟରେ ଉନ୍ନତିର ସୁଯୋଗ ମିଳିବ। ପୁରୁଣା ଅଟକିଥିବା କାମ ସମ୍ପୂର୍ଣ୍ଣ ହୋଇପାରେ। ବନ୍ଧୁଙ୍କ ସହଯୋଗ ମିଳିବ। ବ୍ୟବସାୟରେ ନୂଆ ସମ୍ଭାବନା ସୃଷ୍ଟି ହେବ। ସ୍ୱାସ୍ଥ୍ୟ ସାଧାରଣ ରହିବ।

ମିଥୁନ- କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ। ଉଚ୍ଚ ଅଧିକାରୀଙ୍କ ସହଯୋଗ ଲାଭଦାୟକ ହେବ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ଖୁସିର ପରିବେଶ ରହିବ। ନୂଆ ଯୋଜନା ସଫଳ ହେବ।

କର୍କଟ- ଘାତବାର ଥିବାରୁ ପ୍ରତ୍ୟେକ କାମରେ ସତର୍କତା ଅବଲମ୍ବନ କରନ୍ତୁ। କାର୍ଯ୍ୟରେ ବାଧା କିମ୍ବା ବିଳମ୍ବ ହୋଇପାରେ। କାହା ସହ ବିବାଦରେ ଜଡ଼ିତ ହୁଅନ୍ତୁ ନାହିଁ। ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ। ସନ୍ଧ୍ୟା ପରେ ପରିସ୍ଥିତି କିଛିଟା ଅନୁକୂଳ ହେବ।

ସିଂହ- ଦିନଟି ମିଶ୍ରିତ ଫଳ ଦେବ। କାମରେ ପରିଶ୍ରମ ଅଧିକ କରିବାକୁ ପଡ଼ିବ। ଅର୍ଥ ସମ୍ବନ୍ଧୀୟ ବିଷୟରେ ସତର୍କ ରୁହନ୍ତୁ। ପରିବାରର ସହଯୋଗ ମନୋବଳ ବଢ଼ାଇବ। ଅନାବଶ୍ୟକ ଚିନ୍ତାରୁ ଦୂରେଇ ରୁହନ୍ତୁ।

କନ୍ୟା- ଶୁଭ ସମ୍ବାଦ ପାଇବାର ସମ୍ଭାବନା ରହିଛି। ବ୍ୟବସାୟରେ ଲାଭ ମିଳିପାରେ। ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ। ପରିବାରରେ ସୁଖ-ଶାନ୍ତି ବଜାୟ ରହିବ। ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି।

ତୁଳା- ଘରୋଇ କାର୍ଯ୍ୟରେ ବ୍ୟସ୍ତତା ବଢ଼ିବ। ଆର୍ଥିକ ସ୍ଥିତି ସ୍ଥିର ରହିବ। କାର୍ଯ୍ୟକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ। ଛୋଟ ଛୋଟ ସଫଳତା ମନକୁ ଖୁସି କରିବ। ସ୍ୱାସ୍ଥ୍ୟ ଭଲ ରହିବ।

ବିଛା- ଦିନଟି ମଧ୍ୟମ ଫଳଦାୟକ ରହିବ। କାର୍ଯ୍ୟରେ କିଛି ବାଧା ଆସିପାରେ କିନ୍ତୁ ଧୈର୍ଯ୍ୟରେ ସମାଧାନ ହେବ। ଅର୍ଥ ନେଣଦେଣରେ ସାବଧାନ ରୁହନ୍ତୁ। ପରିବାରର ସମର୍ଥନ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ।

ଧନୁ- ଘାତ ଚନ୍ଦ୍ର ଥିବାରୁ ଦିନଟିରେ ବିଶେଷ ସତର୍କତା ଆବଶ୍ୟକ। ଯାତ୍ରା, ଯାନବାହନ ଚଳାଚଳ ଓ ଝୁଲନ୍ତା କାମରେ ସାବଧାନ ରୁହନ୍ତୁ। କାର୍ଯ୍ୟରେ ବିଳମ୍ବ କିମ୍ବା ମାନସିକ ଚାପ ବଢ଼ିପାରେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭଗବାନଙ୍କ ସ୍ମରଣରେ ମନ ଶାନ୍ତ ରହିବ।

ମକର- ସହଭାଗିତା କାର୍ଯ୍ୟରେ ଲାଭ ମିଳିପାରେ। ପରିବାରରେ ଖୁସିର ପରିବେଶ ରହିବ। ଅଟକିଥିବା କାର୍ଯ୍ୟରେ ଗତି ଆସିବ। ଆର୍ଥିକ ସ୍ଥିତିରେ ଉନ୍ନତି ହେବ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ- ଦିନଟି ମିଶ୍ରିତ ରହିବ। କାର୍ଯ୍ୟରେ ପରିଶ୍ରମର ଫଳ ବିଳମ୍ବରେ ମିଳିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ। ଧୈର୍ଯ୍ୟ ରଖିଲେ ଦିନ ଶେଷରେ ପରିସ୍ଥିତି ସୁଧୁରିବ।

ମୀନ- ଭାଗ୍ୟର ସହଯୋଗ ମିଳିବ। ନୂଆ ସୁଯୋଗ ଆସିପାରେ। ଚାକିରି ଓ ବ୍ୟବସାୟରେ ଶୁଭ ଫଳ ମିଳିବ। ପରିବାର ସହ ସମୟ ଭଲ କଟିବ। ଆତ୍ମବିଶ୍ୱାସ ବଢ଼ିବ ଏବଂ ମନ ପ୍ରସନ୍ନ ରହିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682