ମେଷ- ନେତୃତ୍ୱ ଦେବାର ସୁଯୋଗ ମିଳିବ। ଚାକିରିରେ ନୂଆ ଦାୟିତ୍ୱ ଆସିପାରେ। ବଜେଟ୍ ନିୟନ୍ତ୍ରଣରେ ରଖନ୍ତୁ। ସହଭାଗୀଙ୍କ ସହ ଧନ ସମ୍ବନ୍ଧୀୟ ଆଲୋଚନା ସଫଳ ହେବ। ସନ୍ଧ୍ୟାରେ ଶୁଭ ସମ୍ବାଦ ମିଳିପାରେ।

ବୃଷ- ଆୟ ସ୍ଥିର ରହିବ। ଅଫିସରେ ଆପଣଙ୍କ ଶାନ୍ତ ସ୍ୱଭାବ ପ୍ରଶଂସିତ ହେବ। ଅଟକିଥିବା ପେମେଣ୍ଟ ମିଳିବାର ସମ୍ଭାବନା ଅଛି। ଅନାବଶ୍ୟକ ଧାର ଦିଅନ୍ତୁ ନାହିଁ। ପରିବାରରେ ଖୁସିର ପରିବେଶ ରହିବ। ପୁରୁଣା ଯୋଜନା ଲାଭ ଦେଇପାରେ।

ମିଥୁନ- କାର୍ଯ୍ୟରେ ଗତି ବଢ଼ିବ। ଯୋଗାଯୋଗ ଓ ଇଣ୍ଟରଭ୍ୟୁରେ ସଫଳତା ମିଳିପାରେ। ନୂଆ ଗ୍ରାହକ ଯୋଡ଼ିବାର ସୁଯୋଗ ଅଛି। ପୂର୍ବରୁ ଭାବିଚିନ୍ତି ବଡ଼ ଖର୍ଚ୍ଚ କରନ୍ତୁ। ମିତ୍ରଙ୍କ ସହଯୋଗ ମିଳିବ। ଛୋଟ ଭ୍ରମଣ ଶୁଭ ରହିବ।

କର୍କଟ- ଭବିଷ୍ୟତ ପାଇଁ ସଞ୍ଚୟରେ ଧ୍ୟାନ ଦେବେ। କାର୍ଯ୍ୟସ୍ଥଳରେ ବିଶ୍ୱାସ ବଢ଼ିବ। ଘର ପାଇଁ ଆବଶ୍ୟକ ଜିନିଷ କିଣିପାରନ୍ତି। ଚାକିରି ବଦଳର ଚିନ୍ତା ଥିଲେ ଧୈର୍ଯ୍ୟ ରଖନ୍ତୁ। ପରିବାରର ସହଯୋଗ ମିଳିବ। ମନୋବଳ ଦୃଢ଼ ରହିବ।

ସିଂହ- ମିଶ୍ର ଫଳ ମିଳିବ। ଅଫିସରେ ପ୍ରଭାବ ବଢ଼ିବ। ପଦୋନ୍ନତି କିମ୍ବା ପ୍ରଶଂସାର ସଙ୍କେତ ଅଛି। ଅଧିକ ଖର୍ଚ୍ଚ କରନ୍ତୁ ନାହିଁ। ସଭା ଓ ଉପସ୍ଥାପନାରେ ସଫଳତା ମିଳିବ। ସନ୍ଧ୍ୟାରେ ଧନଲାଭର ଯୋଗ ଅଛି।

କନ୍ୟା- ବଜେଟ୍ ଯାଞ୍ଚ କରିବାର ଦିନ। ଅଟକିଥିବା ସମସ୍ୟାର ସମାଧାନ ହେବ। ସଞ୍ଚୟ ବୃଦ୍ଧିର ଭଲ ସୁଯୋଗ ଅଛି। ଅଫିସରେ ସୂକ୍ଷ୍ମ କାମ ପାଇଁ ପ୍ରଶଂସା ମିଳିବ। ପୁରୁଣା କାଗଜପତ୍ର କାମ ସମାପ୍ତ ହେବ।

ତୁଳା- ଭାଗ୍ୟର ସହଯୋଗ ବଢ଼ିବ। ସମ୍ପର୍କ ଓ ଧନ ଉଭୟରେ ସନ୍ତୁଳନ ଆସିବ। ନୂଆ ବ୍ୟବସାୟିକ ପରିଚୟ ଲାଭଦାୟକ ହେବ। ଦାମ୍ପତ୍ୟରେ ମଧୁରତା ବଢ଼ିବ। ଅଟକିଥିବା ଚୁକ୍ତି ସଫଳ ହୋଇପାରେ। ସନ୍ଧ୍ୟା ପରେ ଶୁଭ ଯୋଗ ରହିଛି।

ବିଛା- ଗୁପ୍ତ ଯୋଜନା ସଫଳ ହେବ। ସରକାରୀ କାମରେ ଅଗ୍ରଗତି ହୋଇପାରେ। ଭାବପ୍ରବଣ ହୋଇ ଧନ ଖର୍ଚ୍ଚ କରନ୍ତୁ ନାହିଁ। ପରିବାରରେ ଶୁଭ ଆଲୋଚନା ହେବ। ଧୈର୍ଯ୍ୟର ଫଳ ମିଳିବ।

ଧନୁ- ମିଶ୍ର ଫଳ ମିଳିବ। ଶିକ୍ଷା ଓ ଭ୍ରମଣ ପାଇଁ ଖର୍ଚ୍ଚ ହୋଇପାରେ। ନୂଆ କ୍ୟାରିୟର ସୁଯୋଗ ସାମ୍ନାକୁ ଆସିବ। ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ଲାଭଦାୟକ ହେବ। ବଡ଼ ନିବେଶ ପୂର୍ବରୁ ସବୁ ଯାଞ୍ଚ କରନ୍ତୁ। ପରିଶ୍ରମର ଭଲ ଫଳ ମିଳିବ।

ମକର- ମିଶ୍ର ଦିନ ରହିବ। କାର୍ଯ୍ୟରେ ଶୃଙ୍ଖଳା ଆପଣଙ୍କୁ ସଫଳ କରିବ। ଅଧିକାରୀଙ୍କ ବିଶ୍ୱାସ ଜିତିବେ। ବଡ଼ ଦାୟିତ୍ୱ ମିଳିପାରେ। ସହକର୍ମୀଙ୍କ ସହ କାମ ବାଣ୍ଟିଲେ ଲାଭ ହେବ। ଧନ ସମ୍ବନ୍ଧୀୟ ଚିନ୍ତା କମିବ।

କୁମ୍ଭ- ନୂଆ ଚିନ୍ତାଧାରା ଲାଭ ଦେବ। ଶୀଘ୍ର ଧନଲାଭର ଲୋଭରୁ ଦୂରେ ରୁହନ୍ତୁ। ବ୍ୟବସାୟରେ ଡିଜିଟାଲ୍ କିମ୍ବା ଅନଲାଇନ୍ କାମରୁ ସୁଯୋଗ ମିଳିପାରେ। ଗୁରୁତ୍ୱପୂର୍ଣ୍ଣ କାମକୁ ପ୍ରାଥମିକତା ଦିଅନ୍ତୁ। ମିତ୍ରଙ୍କ ସହଯୋଗ ମିଳିବ। ଭବିଷ୍ୟତ ଯୋଜନା ସଫଳ ହେବ।

ମୀନ- ମିଶ୍ର ଫଳ ମିଳିବ। ପୁରୁଣା ଅଧୁରା କାମ ପୁଣି ସାମ୍ନାକୁ ଆସିବ। ବଜେଟ୍ ଓ ଖର୍ଚ୍ଚରେ ସନ୍ତୁଳନ ରଖନ୍ତୁ। ଚାକିରିରେ ଧୈର୍ଯ୍ୟ ରଖିଲେ ସମ୍ମାନ ବଢ଼ିବ। ପରିବାରରେ ଭୁଲ ବୁଝାମଣା ଦୂର ହେବ। ସନ୍ଧ୍ୟାରେ ମାନସିକ ଶାନ୍ତି ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ - 8249826682