​​​​​​​ମେଷ- କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ। ଅଟକିଥିବା ଅର୍ଥ ମିଳିପାରେ। ପରିବାରରେ ଶୁଭ ଖବର ଆସିବ। ବ୍ୟବସାୟରେ ନୂଆ ସୁଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ପୁରୁଣା ବନ୍ଧୁଙ୍କ ସହ ଗୁରୁତ୍ୱପୂର୍ଣ୍ଣ ସାକ୍ଷାତ ହୋଇପାରେ। ଅଫିସରେ ଆପଣଙ୍କ ମତାମତକୁ ପ୍ରାଧାନ୍ୟ ମିଳିବ।

ବୃଷ- ଚନ୍ଦ୍ରବଳ ଯୋଗୁଁ ଦିନଟି ଶୁଭ। ଧନଲାଭ ଓ ଗ୍ରାହକ ବୃଦ୍ଧି ହେବ। ଅଧିକାରୀଙ୍କ ସହଯୋଗ ପାଇବେ। ପ୍ରେମ ସମ୍ପର୍କ ମଧୁର ରହିବ। ଯାତ୍ରା ଲାଭଦାୟକ ହେବ। ଅଟକିଥିବା ପେମେଣ୍ଟ ମିଳିବାର ଯୋଗ ଅଛି। ଗହଣା କିମ୍ବା ସମ୍ପତ୍ତିରୁ ଲାଭର ସଙ୍କେତ ରହିଛି।

ମିଥୁନ- ଖର୍ଚ୍ଚ ବଢ଼ିଲେ ମଧ୍ୟ କାମ ସଫଳ ହେବ। ନୂଆ ଯୋଗାଯୋଗ ଭବିଷ୍ୟତରେ ଲାଭ ଦେବ। ଛାତ୍ରଛାତ୍ରୀଙ୍କ ପାଇଁ ଭଲ ଦିନ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ଦଲିଲ କାମରେ ସତର୍କ ରୁହନ୍ତୁ। ଇଣ୍ଟରଭ୍ୟୁ କିମ୍ବା ଆବେଦନରେ ସକାରାତ୍ମକ ଖବର ଆସିପାରେ। ସୋସିଆଲ ମିଡିଆରୁ ଲାଭଦାୟକ ସୁଯୋଗ ମିଳିବ।

କର୍କଟ- ଘରେ ଆନନ୍ଦର ପରିବେଶ ରହିବ। ସଞ୍ଚୟ କରିବାର ସୁଯୋଗ ମିଳିବ। ଚାକିରିରେ ଦାୟିତ୍ୱ ବଢ଼ିବ। ଜମି କିମ୍ବା ଘର ବିଷୟରେ ଆଲୋଚନା ହେବ। ବନ୍ଧୁଙ୍କ ସହଯୋଗ ପାଇବେ। ଘରର ଶୁଭ କାର୍ଯ୍ୟର ଯୋଜନା ହୋଇପାରେ। ମହିଳାଙ୍କ ପକ୍ଷରୁ ବିଶେଷ ସହଯୋଗ ମିଳିବ।

ସିଂହ- ନେତୃତ୍ୱ ଦେଖାଇବାର ସୁଯୋଗ ମିଳିବ। ପଦୋନ୍ନତିର ସଙ୍କେତ ମିଳିପାରେ। ବ୍ୟବସାୟରେ ଲାଭ ହେବ। ପିତାଙ୍କ ପରାମର୍ଶ ଉପକାରୀ ହେବ। ମାନସିକ ଆତ୍ମବିଶ୍ୱାସ ବଢ଼ିବ। ସରକାରୀ କାମରେ ଅଗ୍ରଗତି ହେବ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ପରିଚୟ ଲାଭଦାୟକ ହେବ।

କନ୍ୟା- ଭାଗ୍ୟ ସାଥ ଦେବ। ଉଚ୍ଚଶିକ୍ଷା ଓ ପରୀକ୍ଷାରେ ଶୁଭ ଫଳ ମିଳିବ। ଦୂରସ୍ଥ ସ୍ଥାନରୁ ଭଲ ସମ୍ବାଦ ଆସିବ। ଗୁରୁଜନଙ୍କ ଆଶୀର୍ବାଦ ମିଳିବ। ଆଧ୍ୟାତ୍ମିକ ରୁଚି ବଢ଼ିବ। ବିଦେଶ ସମ୍ବନ୍ଧୀୟ କାମରେ ସୁଯୋଗ ମିଳିବ। ଅଟକିଥିବା ଶିକ୍ଷାଗତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ।

ତୁଳା- ଅନାବଶ୍ୟକ ବିବାଦରୁ ଦୂରେଇ ରୁହନ୍ତୁ। ଧନ କାରବାରରେ ସତର୍କତା ଆବଶ୍ୟକ। ଯାନ ଚଳାଇବାବେଳେ ସାବଧାନ ରୁହନ୍ତୁ। କ୍ରୋଧ ନିୟନ୍ତ୍ରଣ କଲେ କ୍ଷତି ଏଡ଼ିବେ। କୌଣସି କାଗଜପତ୍ରରେ ଦସ୍ତଖତ ପୂର୍ବରୁ ଭଲଭାବେ ପଢ଼ନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତି କିଛି ସୁଧାରିବ।

ବିଛା- ଘାତ ଚନ୍ଦ୍ର ପ୍ରଭାବରୁ ମାନସିକ ଚାପ ରହିପାରେ। ସହଭାଗିତାରେ ଭୁଲ ବୁଝାମଣା ହୋଇପାରେ। ବଡ଼ ନିଷ୍ପତ୍ତି ସ୍ଥଗିତ ରଖନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନ ନିଅନ୍ତୁ। ସନ୍ଧ୍ୟା ପରେ ପରିସ୍ଥିତି କିଛି ସୁଧାରିବ। ଦାମ୍ପତ୍ୟରେ ଧୈର୍ଯ୍ୟ ରଖିଲେ ବିବାଦ ଏଡ଼ିବେ। ଧନ ଧାର ଦେବାରୁ ବର୍ତ୍ତମାନ ଦୂରେ ରୁହନ୍ତୁ।

ଧନୁ- ଘାତ ବାର ଯୋଗୁଁ ମିଶ୍ର ଫଳ ମିଳିବ। ଶତ୍ରୁ ପକ୍ଷ ଦୁର୍ବଳ ହେବ। ଋଣ ପରିଶୋଧର ସୁଯୋଗ ମିଳିବ। କାର୍ଯ୍ୟସ୍ଥଳରେ ଧୈର୍ଯ୍ୟ ରଖନ୍ତୁ। ସ୍ୱାସ୍ଥ୍ୟରେ ସାମାନ୍ୟ କ୍ଳାନ୍ତି ରହିପାରେ। ପୁରୁଣା ବିବାଦର ସମାଧାନ ହୋଇପାରେ। ଚାକିରିରେ ନୂଆ ଦାୟିତ୍ୱ ମିଳିବ।

ମକର- ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ। ସନ୍ତାନଙ୍କ ଉନ୍ନତିରେ ଖୁସି ହେବେ। ପ୍ରେମ ପ୍ରସ୍ତାବ ସଫଳ ହୋଇପାରେ। ନିବେଶରୁ ଲାଭର ସଙ୍କେତ ଅଛି। ସାମାଜିକ ସମ୍ମାନ ବଢ଼ିବ। କଳା ଓ ମିଡିଆ କ୍ଷେତ୍ରରେ ଯଶ ମିଳିବ। ଶେୟାର କିମ୍ବା ବ୍ୟବସାୟରେ ଲାଭର ସୁଯୋଗ ରହିଛି।

କୁମ୍ଭ- ଘରୋଇ କାମ ସମ୍ପୂର୍ଣ୍ଣ ହେବ। ମାତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ସମ୍ପତ୍ତି ବିଷୟରେ ଲାଭଦାୟକ ଆଲୋଚନା ହେବ। ଚାକିରିରେ ସ୍ଥିରତା ରହିବ। ନୂଆ ଯାନ କିଣିବାର ଚିନ୍ତା କରିପାରନ୍ତି। ଅଫିସରେ ସମ୍ମାନ ବୃଦ୍ଧି ହେବ। ପରିବାରର ବୟସ୍କଙ୍କ ପରାମର୍ଶ ଲାଭଦାୟକ ସାବିତ ହେବ।

ମୀନ- ଘାତ ବାର ପ୍ରଭାବରୁ ଦିନଟି ମଧ୍ୟମ ରହିବ। ଭାଇଭଉଣୀଙ୍କ ସହଯୋଗ ପାଇବେ। ଛୋଟ ଯାତ୍ରା ସଫଳ ହେବ। ବ୍ୟବସାୟରେ ଲାଭ ମିଳିବ। କଥାବାର୍ତ୍ତାରେ ସଂଯମ ରଖନ୍ତୁ। ମୋବାଇଲ କିମ୍ବା ଯାନ୍ତ୍ରିକ ସାମଗ୍ରୀରେ ଖର୍ଚ୍ଚ ହୋଇପାରେ। ଲେଖାଲେଖି ଓ କମ୍ୟୁନିକେସନ କାମରେ ସଫଳତା ମିଳିବ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682