ମେଷ- ଘାତ ଚନ୍ଦ୍ର ପ୍ରଭାବରୁ ମନ ଅସ୍ଥିର ରହିପାରେ। କାର୍ଯ୍ୟକ୍ଷେତ୍ରରେ ତରବରିଆ ନିଷ୍ପତ୍ତି ନିଅନ୍ତୁ ନାହିଁ। ଯାତ୍ରା ଓ ଯାନବାହନ ଚଳାଚଳରେ ସତର୍କ ରୁହନ୍ତୁ। ପରିବାରର ସହଯୋଗ ମିଳିବ। ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ। ଇଷ୍ଟଦେବଙ୍କ ସ୍ମରଣ ମାନସିକ ଶାନ୍ତି ଦେବ।

ବୃଷ- ଆୟ ବୃଦ୍ଧିର ସୁଯୋଗ ଆସିପାରେ। ବନ୍ଧୁଙ୍କ ସହଯୋଗରେ ଅଟକିଥିବା କାମ ସମ୍ପନ୍ନ ହେବ। ଶାରୀରିକ ଭାବେ ସୁସ୍ଥ ରହିବେ। ନୂଆ ଯୋଜନା ପାଇଁ ଦିନଟି ଅନୁକୂଳ। ପୁରୁଣା ପ୍ରାପ୍ୟ ଅର୍ଥ ମିଳିପାରେ। ସାମାଜିକ ପ୍ରତିଷ୍ଠା ବଢ଼ିବ।

ମିଥୁନ- କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସହ ଯୋଗାଯୋଗ ଲାଭଦାୟକ ହେବ। ଆର୍ଥିକ ସ୍ଥିତି ସନ୍ତୋଷଜନକ ରହିବ। ପରିବାରରେ ଖୁସିର ପରିବେଶ ରହିବ। ନୂତନ ଦାୟିତ୍ୱ ମିଳିପାରେ। ଛାତ୍ରଛାତ୍ରୀମାନେ ଶୁଭ ଫଳ ପାଇବେ।

କର୍କଟ- ଭାଗ୍ୟର ସହଯୋଗ ମିଳିବ। ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ଦୂରଯାତ୍ରାର ଯୋଗ ରହିଛି। ଶିକ୍ଷା ଓ ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ। ଗୁରୁଜନଙ୍କ ପରାମର୍ଶ ଲାଭଦାୟକ ହେବ। ଅଧାରେ ଥିବା କାମ ଆଗକୁ ବଢ଼ିବ।

ସିଂହ- ଖର୍ଚ୍ଚ ବୃଦ୍ଧି ପାଇପାରେ। ଅନାବଶ୍ୟକ ବିବାଦରୁ ଦୂରେ ରୁହନ୍ତୁ। ସ୍ୱାସ୍ଥ୍ୟ ପ୍ରତି ଯତ୍ନଶୀଳ ହୁଅନ୍ତୁ। ପୁରୁଣା ସମସ୍ୟାର ସମାଧାନ ମିଳିବ। ଋଣ ନେବା ଦେବାରେ ସତର୍କତା ରଖନ୍ତୁ। ଧୈର୍ଯ୍ୟ ରଖିଲେ ଲାଭ ମିଳିବ।

କନ୍ୟା- ବ୍ୟବସାୟ ଓ ବାଣିଜ୍ୟରେ ଲାଭ ମିଳିପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ। ଭାଗୀଦାରୀ କାର୍ଯ୍ୟରେ ସଫଳତା ମିଳିବ। ନୂଆ ପରିଚୟ ଲାଭଦାୟକ ହେବ। ବିବାହ ଆଲୋଚନାରେ ଅଗ୍ରଗତି ହୋଇପାରେ। ଆର୍ଥିକ ଚିନ୍ତା କମିବ।

ତୁଳା- ଶତ୍ରୁ ପରାଜିତ ହେବେ। ଚାକିରି କ୍ଷେତ୍ରରେ ଉନ୍ନତିର ସୂଚନା ରହିଛି। ସ୍ୱାସ୍ଥ୍ୟ ପୂର୍ବାପେକ୍ଷା ଭଲ ରହିବ। ଅଟକିଥିବା କାମ ସମ୍ପୂର୍ଣ୍ଣ ହେବ। ପ୍ରତିଯୋଗିତାରେ ସଫଳତା ମିଳିପାରେ। କର୍ମକ୍ଷେତ୍ରରେ ପ୍ରଭାବ ବୃଦ୍ଧି ପାଇବ।

ବିଛା- ସନ୍ତାନ ସମ୍ବନ୍ଧୀୟ ଶୁଭ ଖବର ମିଳିପାରେ। ଶିକ୍ଷା ଓ ସୃଜନଶୀଳ କାର୍ଯ୍ୟରେ ସଫଳତା ମିଳିବ। ପ୍ରେମ ସମ୍ପର୍କ ମଜବୁତ ହେବ। ଆର୍ଥିକ ଲାଭର ଯୋଗ ରହିଛି। ମାନସିକ ଉତ୍ସାହ ବଢ଼ିବ। ନୂଆ ସୁଯୋଗ ହାତକୁ ଆସିପାରେ।

ଧନୁ- ପରିବାରିକ ସୁଖ ଶାନ୍ତି ବଜାୟ ରହିବ। ଘରୋଇ କାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ସମ୍ପତ୍ତି ସମ୍ବନ୍ଧୀୟ କାମରେ ଅଗ୍ରଗତି ହେବ। ମାତାପିତାଙ୍କ ଆଶୀର୍ବାଦ ମିଳିବ। ଘର ପାଇଁ ନୂଆ ବସ୍ତୁ କ୍ରୟ କରିପାରନ୍ତି। ପୁରୁଣା ବିବାଦର ସମାଧାନ ହୋଇପାରେ।

ମକର- ସାହସ ଓ ଆତ୍ମବିଶ୍ୱାସ ବଢ଼ିବ। ଛୋଟ ଯାତ୍ରା ଲାଭଦାୟକ ହେବ। ଭାଇଭଉଣୀଙ୍କ ସହ ସମ୍ପର୍କ ଭଲ ରହିବ। ବ୍ୟବସାୟରେ ନୂଆ ସୁଯୋଗ ମିଳିପାରେ। ଯୋଗାଯୋଗରୁ ଲାଭ ମିଳିବ। ଅଟକିଥିବା ଅର୍ଥ ପ୍ରାପ୍ତିର ଯୋଗ ରହିଛି।

କୁମ୍ଭ- ଆର୍ଥିକ କ୍ଷେତ୍ରରେ ଶୁଭ ଫଳ ମିଳିବ। ବାକ୍‌ ଶକ୍ତି ଦ୍ୱାରା କାର୍ଯ୍ୟ ସିଦ୍ଧି ହେବ। ପରିବାରରେ ଆନନ୍ଦର ପରିବେଶ ରହିବ। ସଞ୍ଚୟ ବୃଦ୍ଧି ପାଇବ। ବ୍ୟବସାୟରେ ଲାଭର ସମ୍ଭାବନା ରହିଛି। ନୂତନ ନିବେଶ ପାଇଁ ଦିନଟି ଅନୁକୂଳ।

ମୀନ- ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ନୂଆ କାର୍ଯ୍ୟ ଆରମ୍ଭ ପାଇଁ ଦିନଟି ଭଲ। ସାମାଜିକ ସମ୍ମାନ ବଢ଼ିବ। ବ୍ୟବସାୟ ଓ ଚାକିରିରେ ଅଗ୍ରଗତି ହେବ। ବନ୍ଧୁଙ୍କ ସହଯୋଗ ପାଇବେ। ଦୀର୍ଘଦିନର ଇଚ୍ଛା ପୂରଣ ହୋଇପାରେ।

ଜ୍ୟୋତିର୍ବିଦ୍ ଶ୍ରୀ ସିଦ୍ଧାର୍ଥ ଶେଖର ନାୟକ

ଯୋଗାଯୋଗ – 8249826682