ନୂଆଦିଲ୍ଲୀ: ନରୱେର ରାଜା ହାରାଲ୍ଡ ପଞ୍ଚମଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଶୁକ୍ରବାର (ଅଗଷ୍ଟ ୨୮) ଓସଲୋ ବିଶ୍ୱବିଦ୍ୟାଳୟ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ନେଇ ରାଜପ୍ରାସାଦ ପକ୍ଷରୁ ସୂଚନା ଦିଆଯାଇଛି। ତାଙ୍କ ବିୟୋଗ ପରେ ପୁଅ, କ୍ରାଉନ୍ ପ୍ରିନ୍ସ ହାକନ୍ ନୋରୱେର ପରବର୍ତ୍ତୀ ରାଜା ଭାବରେ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଛନ୍ତି।

ରାଜା ହାରାଲ୍ଡ 'ହେମୋଲିଟିକ୍ ଆନେମିଆ' ରୋଗରେ ପୀଡ଼ିତ ହୋଇ ଅଗଷ୍ଟ ୧୭ ରୁ ଚିକିତ୍ସିତ ହେଉଥିଲେ। ପୂର୍ବରୁ ୨୦୦୩ରେ ତାଙ୍କର କର୍କଟ ଅପରେସନ୍ ହୋଇଥିଲା ଏବଂ ୨୦୨୪ରେ ପେସମେକର ଖଞ୍ଜା ଯାଇଥିଲା। ୧୯୯୧ରୁ ଶାସନ ଭାର ସମ୍ଭାଳିଥିବା ହାରାଲ୍ଡ ୟୁରୋପର ସବୁଠାରୁ ବୟସ୍କ ସମ୍ରାଟ ଥିଲେ। ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ସେ ନିଜ ଦାୟିତ୍ୱ ପାଳନ କରିଥିଲେ।

Also Read: ୨୦୦ ବର୍ଷର ପରମ୍ପରାରେ ପୂର୍ଣ୍ଣଚ୍ଛେଦ, ପ୍ୟାଲେସରେ ରହିବେନି ରାଜା

ରାଜପରିବାରରେ ବିବାଦ
ଏହି ସିଂହାସନ ଆରୋହଣ ଏପରି ସମୟରେ ହେଉଛି, ଯେତେବେଳେ କ୍ରାଉନ୍ ପ୍ରିନ୍ସେସ୍ ମେଟେ-ମାରିଟ୍ ଆମେରିକାର ବିବାଦୀୟ ବ୍ୟକ୍ତି ଜେଫ୍ରି ଏପଷ୍ଟିନଙ୍କ ସହ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ୨୦୧୧ ରୁ ୨୦୧୪ ମଧ୍ୟରେ ସେମାନଙ୍କ ମଧ୍ୟରେ ଯୋଗାଯୋଗ ଥିଲା, ଯାହାକୁ ନେଇ ନରୱେ ପ୍ରଧାନମନ୍ତ୍ରୀ ଜୋନାସ୍ ଷ୍ଟୋର ମଧ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ।  ତେବେ ରାଜାଙ୍କ ବିୟୋଗକୁ ନେଇ ସମଗ୍ର ନୋରୱେରେ ଶୋକର ଛାୟା ଖେଳିଯାଇଛି।