ନିଜ ପାଇଁ ସୁନ୍ଦରୀ ବାଛନ୍ତି କିମ୍ ଜୋଙ୍ଗ୍ ଉନ୍ ; ସ୍କୁଲ୍ ବୁଲି ଝିଅ ଖୋଜନ୍ତି ସରକାରୀ ଅଧିକାରୀ, କେବଳ କୁଆଁରୀଙ୍କୁ ନିଆଯାଏ ପ୍ଲେଜର ସ୍କ୍ୱାର୍ଡକୁ

Published By : Prameya-News7 Bureau | May 04, 2024 IST

ନୂଆଦିଲ୍ଲୀ 04/05 : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌। ଯେତିକି କ୍ରୁର ସେତିକି ଚର୍ଚ୍ଚିତ। ଏବେ ପୁଣି ଏକ ନୂଆ ବିବାଦରେ ଫସିଛନ୍ତି ତାନସାହ। ତାଙ୍କ ବିରୋଧରେ ଏକ ଆଶ୍ଚର୍ଯ୍ୟ କଲା ଭଳି ରିପୋର୍ଟ ଆସିଛି ସାମ୍ନାକୁ। ରିପୋର୍ଟ ଅନୁସାରେ କିମ୍‌ ତାଙ୍କ ଯୌନସୁଖ ପାଇଁ ପ୍ରତିବର୍ଷ ବାଛିଥା’ନ୍ତି ୨୫ ସୁନ୍ଦରୀଙ୍କୁ। ସେମାନଙ୍କୁ କିମ୍‌ଙ୍କ ‘ପ୍ଲେଜର ସ୍କ୍ୱାଡ୍‌’  କୁହାଯାଏ।ଏଥିରେ ରଖାଯାଏ କେବଳ ଭର୍ଜିନ ବା କୁଆଁରୀ ଝିଅଙ୍କୁ। ବିଶେଷକରି ବିଭିନ୍ନ ସ୍କୁଲରୁ ଝିଅମାନଙ୍କୁ ବଛାଯାଇଥାଏ। କିମ୍‌ ଏବଂ ତାଙ୍କ ଘନିଷ୍ଠ ସହଯୋଗୀଙ୍କୁ  ଶରୀର ସୁଖ ଦେବା ପାଇଁ ସେମାନଙ୍କୁ  ନିର୍ଦ୍ଦେଶ ରହିଥାଏ । ଉତ୍ତରକୋରିଆ ଛାଡ଼ି ପଳାଇ ଆସିଥିବା ୟୋନମି ପାର୍କ ନାମକ ଜଣେ ମହିଳା ଏକ ସାକ୍ଷାତକାରରେ କରିଛନ୍ତି । 

ୟୋନମି କହିଛନ୍ତି, କିମ୍‌ଙ୍କ ପ୍ଲେଜର  ସ୍କ୍ୱାଡ ପାଇଁ ଝିଅମାନଙ୍କୁ ସେମାନଙ୍କ ଲୁକ୍‌ସ ଏବଂ ସରକାରଙ୍କ ପ୍ରତି  ନିଷ୍ଠା ଆଧାରରେ ଚୟନ କରାଯାଏ ।  ୟୋନମିଙ୍କୁ ମଧ୍ୟ ଦୁଇ ଥର ଏହି ସ୍କ୍ୱାଡ୍‌କୁ  ନିଆଯାଇଥିଲା । କିନ୍ତୁ ଫ୍ୟାମିଲି ଷ୍ଟାଟସ୍‌ ପାଇଁ   ତାଙ୍କୁ ସ୍କ୍ୱାଡ୍‌ରେ ରଖାଯାଇ ନ ଥିଲା । ଏହି ସ୍କ୍ୱାଡ୍‌ ପାଇଁ ସରକାରୀ ଅଧିକାରୀମାନେ ବିଭିନ୍ନ ସ୍କୁଲ୍ ଯାଇ ପ୍ରତି କ୍ଲାସ୍‌ରୁମ୍‌ ବୁଲି ଦେଖିଥା’ନ୍ତି । ସେମାନଙ୍କ  ନଜରରୁ ଯେପରି କୌଣସି ସୁନ୍ଦରୀ ଝିଅ  ଖସି ନ ଯାଏ ତାହା ସେମାନେ ସୁନିଶ୍ଚିତ  କରନ୍ତି । ସୁନ୍ଦରୀ ଝିଅ ମିଳିଯିବା ପରେ  ତାଙ୍କ ପରିବାରର ଷ୍ଟାଟସ୍‌ କ’ଣ ଯାଞ୍ଚ କରିଥାନ୍ତି। ଯେଉଁ ପରିବାରର କୌଣସି  ସଦସ୍ୟ ଉତ୍ତରକୋରିଆରୁ ପଳାୟନ କରିଥାନ୍ତି କିମ୍ବା ଦକ୍ଷିଣ କୋରିଆରେ ସେମାନଙ୍କର କେହି ସମ୍ପର୍କୀୟ ରହିଥାନ୍ତି  ସେହି ପରିବାରର ଝିଅଙ୍କୁ ଏହି ସ୍କ୍ୱାଡ୍‌ରେ  ସାମିଲ କରାଯାଏନି। ଏଭଳି ନିୟମକୁ ବାଦ୍ ଦେଲେ ଯେଉଁ ଝିଅ ମିଳିଥାନ୍ତି ତାଙ୍କର ପ୍ରଥମେ ମେଡିକାଲ ଚେକ୍‌ଅପ୍‌ କରାଯାଏ ।

ଯଦି ତାଙ୍କ ଶରୀରରେ  କୌଣସି ପ୍ରକାର ଚିହ୍ନ, କଳାଜାଇ କିମ୍ବା   ଅନ୍ୟ କୌଣସି ଶାରୀରିକ ସମସ୍ୟା ଥାଏ  ତେବେ ତାଙ୍କୁ ଖାରଜ କରାଯାଏ। ଏପରିକି ସେହି ଝିଅ କୁଆଁରୀ ଅଛନ୍ତି କି ନା ତାହା ମଧ୍ୟ ଦେଖାଯାଏ। ଏହି ଟେଷ୍ଟରେ ପାସ୍‌  କରିବା ପରେ ସେମାନଙ୍କୁ ରାଜଧାନୀ ପ୍ୟୋଙ୍ଗୟାଙ୍ଗ ପଠାଯାଏ। ପ୍ଲେଜର ସ୍କ୍ୱାଡ୍‌କୁ ୩ଗ୍ରୁପ୍‌ରେ ଭାଗ କରାଯାଇଛି । ଗୋଟିଏ  ଗ୍ରୁପ୍‌ର ସଦସ୍ୟଙ୍କୁ ମସାଜ୍‌ ବା ଶରୀର ମାଲିସ ଲାଗି ଟ୍ରେନିଂ ଦିଆଯାଏ। ଦ୍ୱିତୀୟ  ଗ୍ରୁପ୍‌ର ଝିଅମାନେ ନାଚ ଗୀତ ଶିଖିଥାନ୍ତି  ଏବଂ ତୃତୀୟ ଗ୍ରୁପ୍‌ର ଝିଅଙ୍କ ସହ କିମ୍‌  ଏବଂ ତାଙ୍କ ସହଯୋଗୀ ଯୌନ ସମ୍ପର୍କ  ରଖିଥାନ୍ତି। କିମ୍‌ଙ୍କୁ କିପରି ଶାରୀରିକ ଭାବେ  ଖୁସି କରାଯାଇପାରିବ ସେ ବାବଦରେ ମଧ୍ୟ  ଝିଅମାନଙ୍କୁ ତାଲିମ୍ ଦିଆଯାଇଥାଏ। ସ୍କ୍ୱାଡ୍‌ର ସବୁଠୁ ସୁନ୍ଦରୀ ଝିଅଙ୍କୁ କିମ୍‌ଙ୍କ ପାଖକୁ   ପଠାଯାଏ ବୋଲି ୟୋନମି କହିଛନ୍ତି । 


୧୯୭୦ରେ ଉତ୍ତର କୋରିଆର ପୂର୍ବତନ ଏକଛତ୍ରବାଦୀ ଶାସକ କିମ୍‌  ଜୋଙ୍ଗ୍‌ ଇଲ୍‌ ଏହି ସ୍କ୍ୱାଡ୍‌ ବନାଇଥିଲେ ।  ଇଲ୍‌ ମାନୁଥିଲେ ଯେ, କୁଆଁରୀ ଝିଅଙ୍କ  ସହ ଶାରୀରିକ ସମ୍ପର୍କ ରଖିଲେ ଜଣେ  ଅଧିକ ବର୍ଷ ବଞ୍ଚିଥାଏ । ୭୦ ବର୍ଷ ବୟସରେ  ୨୦୧୧ରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ  ଘଟିଥିଲା । ଇଲ୍‌ ପ୍ରଥମେ ତାଙ୍କ ପିତା କିମ୍‌ ସୁଙ୍ଗ୍‌ଙ୍କ ପାଇଁ ଏହି ସ୍କ୍ୱାଡ୍‌ ରଖିଥିଲେ । ଏଥିରେ ତାଙ୍କ ବାପା ଖୁସି ହୋଇ ଇଲ୍‌ଙ୍କୁ  ନିଜ ଉତ୍ତରାଧିକାରୀ ଘୋଷଣା କରିଥିଲେ ।  ୟୋନମି ଆହୁରି କହିଛନ୍ତି, କୌଣସି   କାର୍ଯ୍ୟାନୁଷ୍ଠାନ ଭୟରେ ସେହି ଝିଅଙ୍କ ପରିବାର ମଧ୍ୟ ନିଜ ଝିଅକୁ ଏପରି କାମ  ପାଇଁ ପଠାଇଥାନ୍ତି । ପ୍ଲେଜର ସ୍କ୍ୱାଡ୍‌ ସଦସ୍ୟଙ୍କ   ପାଇଁ ଏହା ସମ୍ମାନଜନକ କଥା ହୋଇଥାଏ ।

Also Read- 

ହେବାକୁ ଚାହୁଁଥିଲେ କ୍ରିକେଟର, ବନିଗଲେ ଦେଶର ଧନୀ ବ୍ୟାଙ୍କର: ଏବେ ପଡିଛି RBI ନାଲିଆଖି

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.