ବୁଲଗାରିର ଇଭେଣ୍ଟରେ ୧୪୦ କ୍ୟାରେଟ୍‌ର ହୀରା ହାର ପିନ୍ଧିଲେ ଦେଶୀ ଗର୍ଲ, ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Published By : Prameya-News7 Bureau | May 23, 2024 IST

ନୂଆଦିଲ୍ଲୀ ୨୩।୦୫: ଇଟାଲିର ରୋମ୍‌ଠାରେ ଆୟୋଜିତ ବୁଲଗାରି ଏଟର୍ନା ଜୁଏଲାରୀର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ହୋଇଛନ୍ତି ପ୍ରୟଙ୍କା ଚୋପ୍ରା । ବିଳାସବହୁଳ ଗହଣା ବ୍ରାଣ୍ଡ୍‌ ବୁଲଗାରିର ୧୪୦ତମ ବାର୍ଷିକୀ ଅବସରରେ ପ୍ରିୟଙ୍କାଙ୍କ ନୂଆ ଲୁକ୍‌ ସବୁରି ଧ୍ୟାନ ଆକର୍ଷଣ କରିଥିଲା । ବବ୍‌ ହେୟାରଷ୍ଟାଲ୍‌ ସାଙ୍ଗକୁ ଅଫ୍‌-ଶୋଲଡର୍‌ କ୍ରିମ୍‌-ବ୍ଲାକ୍‌ ଗାଉନ୍‌ରେ ସେ ନଜର ଆସିଥିଲେ । ତେବେ ମୁଖ୍ୟ ଆକର୍ଷଣ ଥିଲା ସେ ପିନ୍ଧିଥିବା ସରପେନ୍‌ତି ଏଟର୍ନା ହାର, ଯାହା ବୁଲ୍‌ଗାରିର ମାଷ୍ଟର୍‌ପିସ୍‌ । 

ହାରରେ ୧୪୦ କ୍ୟାରେଟ୍‌ର ହୀରା ଖଚିତ ହୋଇଛି, ଯାହା ଏହି ବିଶ୍ୱପ୍ରସିଦ୍ଧ ଗହଣା ବ୍ରାଣ୍ଡ୍‌ର ଏପର୍ଯ୍ୟନ୍ତର ଅନ୍ୟତମ ସବୁଠୁ ମୂଲ୍ୟବାନ କୃତି। ହାରଟିକୁ ପ୍ରସ୍ତୁତ କରିବା ଲାଗି ୨,୮୦୦ ଘଣ୍ଟା ଲାଗିଥିଲା। ଏଥିରେ ୨୦ କ୍ୟାରେଟ୍‌ର କଞ୍ଚା ହୀରା ଲାଗିଛି, ଯାହାକୁ ୭ଟି ମୋଟି ଆକୃତିରେ କଟାଯାଇଛି । ହାରରେ ୬୯୮ ବାଗୁଟ୍ଟି ହୀରା ଲାଗିଛି, ଯାହାର ମୋଟ୍‌ ଓଜନ ୬୧.୮୧ କ୍ୟାରେଟ୍‌ । ଏହିଭଳି ଭାବେ ହାରରେ ମୋଟ୍‌ ୧୪୦ କ୍ୟାରେଟ୍‌ର ହୀରା ଖଚିତ ହୋଇଛି । ଏହାର ମୂଲ୍ୟ ୪୩ ମିଲିଅନ୍‌ ଡଲାର ଅର୍ଥାତ୍‌ ଭାରତୀୟ ମୂଲ୍ୟରେ ୩୫୦ କୋଟି ଟଙ୍କାରୁ ଅଧିକ । ଦୀର୍ଘ ସମୟ ଧରି ବୁଲଗାରି ଜୁଏଲାରୀର ବ୍ରାଣ୍ଡ୍‌ ଆମ୍ବାସଡର ଥିବା ପ୍ରିୟଙ୍କା ଏହାର ୧୪୦ତମ ବାର୍ଷିକୀ ସନ୍ଧ୍ୟାରେ ହାରଟିକୁ ପିନ୍ଧି ଉତ୍ସବର ଶୋଭା ବଢ଼ାଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.