ବିଜେପିରେ ମିଶିଲେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଦଳୀୟ ପ୍ରଚାରରେ ହେଲେ ସାମିଲ

Published By : Prameya-News7 Bureau | May 23, 2024 IST

ଖୋର୍ଦ୍ଧା ୨୩।୫: ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ବିଜେପିରେ ସାମିଲ ହୋଇଛନ୍ତି । ନିର୍ବାଚନ ପ୍ରଚାର ବେଳେ ସାଂସଦ ଅପରାଜିତାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହେଲେ ଜିତୁ ମିତ୍ର । ବିଜେପିରେ ସାମିଲ ହେଉ ହେଉ ଜିତୁ ମିତ୍ର ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଆରମ୍ଭ କରିଦେଇଛନ୍ତି । ବିଜେପିର ପ୍ରଚାର ଶୋଭାଯାତ୍ରାରେ ସାମିଲ ହୋଇ ବିଜେପି ପାଇଁ ଭୋଟ୍ ମାଗିଛନ୍ତି ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର । 

ଖୋର୍ଦ୍ଧା ଗୋଶାଳା ପଡ଼ିଆରୁ ବାହାରିଥିବା ବିରାଟ ରୋଡ୍‌ ଶୋ'ରେ ଜିତୁ ମିତ୍ର ସାମିଲ ହୋଇ ସାଂସଦ ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ଓ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ପାଇଁ ଭୋଟ୍‌ ମାଗିଛନ୍ତି ।

You Can Read :

ବିଜେଡିର ମହାମିଶ୍ରଣ : ଦଳ ଛାଡି ବିଜୁ ଜନତା ଦଳରେ ସାମିଲ ହେଲେ ୫ ଶହରୁ ଅଧିକ ବିଜେପି ଓ କଂଗ୍ରେସ କର୍ମୀ

 

 

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.