ରେଭ୍ ପାର୍ଟିରେ ପୁଲିସ ଚଢ଼ାଉ: ଡ୍ରଗ୍ସ ନିଶାରେ ଝୁମୁଥିଲେ ଫେମସ୍ ତେଲଗୁ ଅଭିନେତ୍ରୀ, ୮୭ ଜଣ ପଜିଟିଭ୍ ଚିହ୍ନଟ

Published By : Prameya-News7 Bureau | May 23, 2024 IST

indiatoday

ନୂଆଦିଲ୍ଲୀ: ରାଜଧାନୀରେ ଚାଲିଥିଲା ନାଚ-ଗୀତର ଆଶର। ଡ୍ରଗ୍ସ ନିଶାରେ ଝୁମୁଥିଲେ ଅଭିନେତା ଓ ଅଭିନେତ୍ରୀ। ତାଙ୍କ ସହିତ ୮୬ ଜଣ ବି ଝୁମୁଥିଲେ ନିଶାରେ।ବେଙ୍ଗାଲୁରୁ ପୁଲିସ ରେଭ୍‌ ପାର୍ଟି ଉପରେ ଚଢ଼ାଉ କରିବା ପରେ ଏଭଳି ଖବର ସାମ୍ନାକୁ ଆସିଥିଲା। ତେଲଗୁ ଅଭିନେତ୍ରୀ ହେମାଙ୍କ ସମେତ ୮୬ ଜଣ ଡ୍ରଗ୍ସ ପଜଟିଭି ଚିହ୍ନଟ ହୋଇଛନ୍ତି। ଘଟଣା ଚଳିତ ସପ୍ତାହର ଆରମ୍ଭରେ ଘଟିଥିଲା।

ରେଭ୍ ପାର୍ଟିରେ ପୁଲିସ ଚଢ଼ାଉ କରିବା ପରେ ୫୯ ଜଣ ପୁରୁଷ ୨୭ ମହିଳାଙ୍କ ବ୍ଲଡ୍ ସାମ୍ପଲ୍‌ରେ ଡ୍ରଗ୍ସ ମିଳିଥିଲା। ପାର୍ଟିରେ ଥିବା ୧୦୩ ଜଣଙ୍କର ଡ୍ରଗ୍ସ ଟେଷ୍ଟ କରାଯାଇଥିବା ବେଳେ ୮୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସିସିଆଇ ପକ୍ଷରୁ ସମସ୍ତଙ୍କୁ ସମନ କରାଯାଇଛି। 

ମେ ୨୦ ତାରିଖରେ ବେଙ୍ଗଲୁରୁର ଏକ ଫାର୍ମ ହାଉସ୍‌ରେ ରେଭ୍ ପାର୍ଟି ଚାଲିଥିବା ବେଳେ ବେଙ୍ଗାଲୁରୁ ପୁଲିସ ଚଢ଼ାଉ କରିଥିଲା। ଏଥିରେ ୧୭ ଏମ୍‌ଡିଏମ୍‌ ପିଲ୍ସ ଏବଂ କୋକେନ୍‌ ଜବତ କରିଥିଲା। ରାତି ୨ଟା ପର୍ଯ୍ୟନ୍ତ ପାର୍ଟି ଚାଲିଥିଲା। ଜନ୍ମଦିନ ଆଳରେ ଏହି ପାର୍ଟିର ଆୟଜନ କରାଯାଇଥିଲା। ପାର୍ଟିରେ ୧୦୩ ଜଣ ଯୋଗ ଦେଇଥିବା ବେଳେ ସେଥିମଧ୍ଯରୁ ୨୭ ମହିଳା ଥିଲେ। ଏମାନେ ସମସ୍ତେ ବେଙ୍ଗାଲୁରୁ ଓ ଆନ୍ଧ୍ରପ୍ରଦେଶରୁ ଆସିଥିଲେ। 

ଘଟଣାରେ ଅନ୍ଯ ଜଣେ ତେଲଗୁ ଅଭିନେତ୍ରୀ ଆଶୀ ରୟ ପୁଲିସ ହାତରେ ଧରାପଡିବ ପରେ ସଫେଇ ଦେଇଛନ୍ତି। ସେ କହିଛନ୍ତି ଯେ ସେ ପାର୍ଟିରେ ଥିଲେ ସତ ହେଲେ ପାର୍ଟିର ଉଦ୍ଦେଶ୍ଯ ବିଷୟରେ ଜାଣି ନଥିଲେ। ଭିତରେ କଣ ଚାଲୁଥିଲା ସେ ଜାଣି ନଥିଲେ। 

ପୁଲିସର ତଦନ୍ତ ପରେ ଜଣାପଡ଼ିଛି ଯେ ଏହି ଫାର୍ମ୍ ହାଉସ୍‌ଟି କନ କାର୍ଡ ମାଲିକ ଗୋପାଳ ରେଡ୍ଡିଙ୍କର ଥିଲା। ହାଇଦ୍ରାବାଦର ବାସୁ ନାମକ ଜଣେ ବ୍ଯକ୍ତି ଏହି ପାର୍ଟିର ଆୟୋଜନ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.