ବାଇକ୍‌ରେ ଆସି ନାମାଙ୍କନ ଦାଖଲ କଲେ ନିରଞ୍ଜନ ପଟ୍ଟନାୟକ, ଅଶୋକ ଦାସ ବି ଦାଖଲ କଲେ ପ୍ରାର୍ଥୀପତ୍ର

Published By : Prameya-News7 Bureau | May 10, 2024 IST

ଭଦ୍ରକ ୧୦।୫: ନାମାଙ୍କନ ଦାଖଲର ଚତୁର୍ଥ ଦିନ । ଚତୁର୍ଥ ଦିନରେ ଅନେକ ପ୍ରାର୍ଥି ନିଜ ନିଜର ସମର୍ଥକଙ୍କ ସହ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୂର୍ବତନ ପିସିସି ସଭାପତି ତଥା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ ପ୍ରାର୍ଥୀ ନାମାଙ୍କନ ପାଇଁ ବାଇକ୍‌ରେ ଗଲେ । ଭଣ୍ଡାରିପୋଖରୀ କଂଗ୍ରେସ ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ନାମାଙ୍କନ ପାଇଁ ଯିବା ବେଳେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଭିଡ଼ ଜମିଥିଲା । ଭିଡ଼ ଯୋଗୁଁ ବାଇକରେ ବସି ନାମାଙ୍କନ ପାଇଁ ଗଲେ ନିରଞ୍ଜନ ପଟ୍ଟନାୟକ । କଂଗ୍ରେସର ନେତା, କର୍ମୀ ଓ ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଯିବାବେଳେ ଗାଡି ବଦଳରେ ବାଇକରେ ବସି ଯାଇଛନ୍ତି । ପରେ ବାସୁଦେବପୁର ବିଧାୟକ ପ୍ରାର୍ଥୀ ଅଶୋକ ଦାସ ମଧ୍ୟ ନିଜ ସମର୍ଥକଙ୍କ ସହ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

You Can Read:

ଘର ଓଳାଉଥିବା ବେଳେ ଭୁଶୁଡିଲା ଘର କାନ୍ଥ, ଚାଲିଗଲା ବୃଦ୍ଧାଙ୍କ ଜୀବନ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.