ଫେଲ ମାରିଲେ ଠାକରେ ବ୍ରଦର୍ସ, କାମ ଦେଲାନି 'ମରାଠା' ପ୍ରଚାର : ମୁମ୍ବାଇରେ ବାଜି ମାରିନେଲା ବିଜେପି

NEWS7
ratha-katha-anukula-ritual-held-at-koraput-sabar-srikhetra

ମୁମ୍ବାଇ,୬|୦୧: ମହାରାଷ୍ଟ୍ରରେ ଅନୁଷ୍ଠିତ ନଗର ନିଗମ ନିର୍ବାଚନରେ ମାଟି କାମୁଡିଛନ୍ତି ଠାକରେ ବ୍ରଦର୍ସ । ବୃହନ ମୁମ୍ବାଇ ବା ବିଏମସିରେ ବିଜେପି ତଥା ମହାୟୁତି ମେଣ୍ଟ ଆଗରେ ରହିଛି । ବହୁମତ ମଧ୍ୟ ଅତିକ୍ରମ କରିଛି ବିଜେପି-ଶିବସେନା ମେଣ୍ଟ । ତେବେ ସବୁଠୁ ଅଧିକ ବିପର୍ଯ୍ୟୟର ସାମ୍ନା କରିଛନ୍ତି ଉଦ୍ଧବ ଠାକରେଙ୍କ ଶିବସେନା । ସେ ରାଜ ଠାକରେଙ୍କ ସହ ମିଶି ନିର୍ବାଚନ ଲଢୁଥିଲେ । କିନ୍ତୁ ଏହା ଶିବସେନା ୟୁବିଟି(ଉଦ୍ଧବ ଗୋଷ୍ଠୀ)ଙ୍କୁ କୌଣସି ଫାଇଦା ଦେଲା ନାହିଁ ।

ଗୁରୁବାର ରାଜ୍ୟର୨୯ଟି ନଗର ନିଗମ ପାଇଁ ଭୋଟ୍ ଦାହୋଇଥିଲା । ଶୁକ୍ରବାର ଫଳାଫଳ ସାମ୍ନାକୁ ଆସୁଛି । ଏବେସୁଦ୍ଧା ପ୍ରାୟ ସବୁ ଜାଗାରେ ବିଜେପି ଆଗରେ ରହିଛି । ଏହାସହ ବିଜେପିର ସହଯୋଗୀ ଏକନାଥ ସିନ୍ଦେଙ୍କ ଶିବସେନା ମଧ୍ୟ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି । ମୋଟ୍୨୮୬୯ଓ୍ୱାର୍ଡରୁ ବିଜେପି-ଶିବସେନା ଦୁଇ ତୃତୀୟାଂଶ ଆସନ ଦଖଲ କରିବା ଏକ ପ୍ରକାର ସ୍ପଷ୍ଟ । ଏହାସହ ମରାଠାଙ୍କ ସ୍ୱାର୍ଥ ପାଇଁ ପ୍ରଚାର କରୁଥିବା ଠାକରେ ବ୍ରଦର୍ସଙ୍କ ସବୁ ଚାଲ୍ ବିଫଳ ହୋଇଯାଇଛି । ତେବେ ଉଦ୍ଧବଙ୍କ ପରାଜୟର ଅନେକ କାରଣ ସାମ୍ନାକୁ ଆସୁଛି ।

ଠାକରେ ବ୍ରଦର୍ସ ମରାଠା ମାନୁସ୍ ନାଁରେ ପ୍ରଚାର କରୁଥିଲେ । ମୁମ୍ବାଇରେ ମରାଠି ଭୋଟର୍ସ୩୮ପ୍ରତିଶତ ରହିଛନ୍ତି । ଅନ୍ୟ ରାଜ୍ୟର ପ୍ରାୟ୩୦ରୁ୩୫ପ୍ରତିଶତ ଭୋଟର୍ସ ରହିଛନ୍ତି । ଯେଉଁମାନେ ବିଜେପିକୁ ଭୋଟ୍ ଦେଇଛନ୍ତି । ମହାୟୁତି ଅନ୍ୟ ରାଜ୍ୟର ଲୋକଙ୍କୁ ଏକାଠି କରିପାରି ନିଜ ଆଡକୁ ଆଣିପାରିଛି । ଯାହା ରେଜଲ୍ଟରେ ପ୍ରମାଣିତ ହୋଇଛି । ଠାକରେ ବ୍ରଦର୍ସଙ୍କ ଫୋକସ କେବଳ ମରାଠିରେ ରହିଯାଇଥିଲା । ଯାହା ଦଳକୁ ଜିତାଇବାକୁପର୍ଯ୍ୟାପ୍ତ ନଥିଲା ।

କଂଗ୍ରେସ ବଦଳରେ ରାଜ ଠାକରେଙ୍କ ସହ ମେଣ୍ଟ

ରାଜନୈତିକ ବିଶେଷଜ୍ଞଙ୍କ କହିବାନୁସାରେ. ରାଜ ଠାକରେଙ୍କ ଏମଏନଏସ ସହ ମେଣ୍ଟ କରିବା ଉଦ୍ଧବଙ୍କ ସବୁଠୁ ବଡ ଭୁଲ ଥିଲା । ଉଦ୍ଧବ କଂଗ୍ରେସହ ହାତ ଛାଡି ବଡ ଭୁଲ କରିଦେଲେ । ରାଜ ଠାକରେ ସଦାବେଳେ ଉତ୍ତର ଭାରତୀୟ ବିରୋଧୀ ଚେହେରା ଭାବେ ଜଣାଶୁଣା । ସପେଟେ ପୂର୍ବରୁ କଂଗ୍ରେସ ସହ ମେଣ୍ଟ କରିଥିଲେ ଉଦ୍ଧବ । ପରେ ରାଜ ଠାକରେଙ୍କ ସହ ନିର୍ବାଚନକୁ ଓହ୍ଲାଇଲେ । ତେଣୁ ହିନ୍ଦୁ କିମ୍ବା ମୁସଲିମ ତାଙ୍କୁ ଗ୍ରହଣ କଲେ ନାହିଁ । ଏମଏନଏସର କଂଗ୍ରେସ ତୁଳନାରେ ମୁମ୍ବାଇରେ ଦୁର୍ବଳ ସଙ୍ଗଠନ ରହିଛି ।

ଦୁର୍ବଳ ଠାକରେ ବ୍ରାଣ୍ଡ୍

ଠାକରେ ପରିବାର ପୂର୍ବରୁ ମୁମ୍ବାଇରେ ଦବଦବା ରଖିଥିଲା ।୨୦୨୨ରେ ଶିବସେନା ବିଭାଜିତ ହେଲା ପରେ ଏହା ଦୁର୍ବଳ ହୋଇଯାଇଛି । ଦଳର ଅନେକ ବଡ ନେତା ଏବଂ କର୍ମୀ ଏକନାଥ ସିନ୍ଦେଙ୍କ ଶିବସେନାରେ ରହିଛନ୍ତି । ତେଣୁ ଉପୟୁକ୍ତ କର୍ମୀ ଅଭାବରୁ ଉଦ୍ଧବ ଦଳର ପ୍ରଚାର କରିପାରିନଥିଲେ ।

ମହାୟୁତିର ଶକ୍ତିଶାଳୀ ସଙ୍ଗଠନ

ବିଜେପି-ସିନ୍ଦେ ଶିବସେନା ମେଣ୍ଟ ତଳ ସ୍ତରରେ ଭଲ କାମ କରିଛି । ବୁଥ୍ ସ୍ତରରୁ କର୍ମୀଙ୍କୁ ମଜବୁତ କରିଛନ୍ତି ଉଭୟ ଦଳ । ମହାୟୁତି୪୨ରୁ୪୫ପ୍ରତିଶତ ଭୋଟ୍ ପାଇଥିବା କୁହାଯାଉଛି । ଠାକରେ ସଙ୍ଗଠନକୁ୩୨ରୁ୩୭ପ୍ରତିଶତ ଭୋଟ୍ ମିଳିଛି । ଅଣ ମରାଠି ସହ ମରାଠି ଭୋଟ୍ ମଧ୍ୟ ବିଜେପିକୁ ମିଳିଛି । ଅନ୍ୟ ଦିଗରେ ରାଜ ଠାକରେଙ୍କ ଉପରେ ଆଉ ମହାରାଷ୍ଟ୍ରବାସୀଙ୍କ ଭସରା ନାହିଁ । ଯାହାର ପ୍ରଭାବ ଭୋଟରେ ପଡିଛି ।

ବିଜେପିର ରଣନୀତି

ନିର୍ବାଚନ ପୂର୍ବରୁ ବିଜେପି ଶିବସେନା ୟୁବିଟି ଏବଂ ଏମଏନଏସ ବିରୋଧରେ ଆକ୍ରମଣତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା । ଯାହା ପ୍ରଚାରରେ ଦେଖିବାକୁ ମିଳିଥିଲା । ରାଜ୍ୟକୁ ଭାଗ ଭାଗ କରିବା ପରିବର୍ତ୍ତେ ବିକାଶ ଏବଂ ହିନ୍ଦୁତ୍ୱକୁ ଦଳ ଫୋକସ କରିଥିଲା । ବିଜେପି ବିଏମସିକୁ ବିଧାନସଭା ନିର୍ବାଚନ ଭଳି ଲଢିଥିଲା । ବିଜେପି ନିଜ ନେତା ଏବଂ କର୍ମୀଙ୍କୁ ଏକଜୁଟ କରିବାରେ ସଫଳ ରହିଥିଲା ।