ପକୁଡ଼ି ଖାଇ ୧୦ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | May 10, 2024 IST

ସୋନପୁର ୧୦।୫: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ଅନ୍ତର୍ଗତ ଜଗନ୍ନାଥ ପାଳି ଗ୍ରାମରେ ପକୁଡ଼ି ଖାଇ ଗୋଟିଏ ପରିବାରର ୧୦ରୁ ଉର୍ଦ୍ଧ୍ବ ଅସୁସ୍ଥ । ଉଲୁଣ୍ଡା ଡାକ୍ତରଖାଣାରେ ଭର୍ତ୍ତି ହୋଇଛନ୍ତି l ସୂଚନାଯୋଗ୍ୟ ଯେ, ଶୁକ୍ରବାର ସକାଳ ପ୍ରାୟ ୭ଟା ୩୦ମିନିଟ ସମୟରେ ଗ୍ରାମର ସୁଦାସିନି ଭାରସାଗର ଘରେ ପକୁଡ଼ି କରିଥିଲେ l ସକାଳୁ ୧୦ରୁ ଉର୍ଦ୍ଧ୍ବ ପୁରୁଷ, ମହିଳା, ବୃଦ୍ଧ ଏବଂ ଶିଶୁ ମାନେ ପକୁଡ଼ି ଖାଇଥିଲେ l ତେବେ କିଛି ସମୟରେ ସମସ୍ତଙ୍କ ମଧ୍ୟରେ ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଇଥିଲା l କିଛି ଲୋକ ଚେତାଶୂନ୍ୟ ହୋଇଥିବା ବେଳେ କିଛି ଲୋକଙ୍କ ମୁଣ୍ଡ ବୁଲାଇଥିଲା l ତୁରନ୍ତ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l ବର୍ତ୍ତମାନ ସମସ୍ତେ ଚିକିତ୍ସାଧୀନ ଅଛନ୍ତି l ତେବେ ଅସୁସ୍ଥ ହୋଇଥିବା ବ୍ୟକ୍ତିମାନେ ହେଲେ  ଗଞ୍ଜିଆ ଭରାସାଗର, କାହ୍ନl ଭରାସାଗର, ପୁର ଭାରସାଗର, କଳ୍ପନା ମଲ୍ଲିକ, ମୀନ କେତନ ମଲ୍ଲିକ, ସୁଦାସିନି ଭରାସାଗର, ସନ୍ତୋଷ ଶିକା,ପବିତ୍ର ଭରାସାଗର, ଭୂମିସୁତା ଭରାସାଗର, ଅର୍ଚ୍ଚିତା ଭାରସାଗର, ଅମ୍ରିତା ଭରା ସାଗର ଆଦି ୧୫ରୁ ଉର୍ଦ୍ଧ୍ବ ଅସୁସ୍ଥ ହୋଇଥିବା ଜଣାପଡିଛି l ତେବେ ଏହାର କାରଣ କ’ଣ ସ୍ପଟ୍ ହୋଇନଥିବା ବେଳେ ଡାକ୍ତରୀ ଟିମ୍ ଉକ୍ତ ଗ୍ରାମରେ ପହଞ୍ଚିଥିବା ସୂଚନା ମିଳିଛି l

You Can Read:

କୋରାପୁଟ ଶାବର ଶ୍ରୀକ୍ଷେତ୍ର ଠାରେ ରଥକାଠ ଅନୁକୂଳ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.