News7 Logo

ନିପା ପରେ କେରଳରେ ମାତିଛି 'ଆମିବା', ମଣିଷ ମସ୍ତିଷ୍କକୁ ଖାଇ ଯାଉଛି ପାରାସାଇଟ୍

NEWS7
amiba

କେରଳ ୧୮/୦୯: କେରଳକୁ ଛାଡୁନି ଭୂତାଣୁ ଭୟ । ନିପା ପରେ ଏବେ ବ୍ୟାପିଛି ନୂଆ ଭାଇରସ । ଆଉ ଏହି ରୋଗ ଏତେ ସାଂଘାତିକ ଯେ ଖାଇଚାଲିଛି ମୁଣ୍ଡ । ସେହି ରୋଗଟିର ନା ହେଉଛି ଆମିବା ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ କେରଳରେ ୬୧ଟି ମାମଲା ରିପୋର୍ଟ ହୋଇଛି । ଯେଉଁଥିରୁ ୧୯ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି। 
ସୂଚନା ଥାଉକି, କେରଳରେ ମାତିଛି ବ୍ରେନ ଇଟିଂ ଆମୋଏବା । ଏହା ଏକ ପ୍ରକାର ପ୍ରାରାସାଇଟ୍ । ଏହି ପାରାସାଇଟ୍ ମଣିଷ ମସ୍ତିଷ୍କକୁ ଖାଇ ଯାଉଛି । ଏବେ ସୁଦ୍ଧା ବ୍ରେନ ଇଟିଂ ଆମୋଏବା ୧୯ ଜଣଙ୍କ ଜୀବନ ନେଲାଣି । ଚଳିତବର୍ଷ ରାଜ୍ୟରେ ୬୧ଟି ମାମଲା ସାମ୍ନାକୁ ଆସିଛି । ଏହା ରାଜ୍ୟରେ ସ୍ବାସ୍ଥ୍ୟ କ୍ଷେତ୍ରରେ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି । ପ୍ରଥମେ କେରଳ କୋଜିକୋଡ ଜିଲ୍ଲାରେ ଏହି ସଂକ୍ରମଣ ଦେଖାଦେଇଥିଲା । ପରେ ଏହା ରାଜ୍ୟକୁ ବ୍ୟାପିଲାଣି । ଏହି ପାରାସାଇଟ କୁନି ପିଲାଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଟାର୍ଗେଟ କରୁଛି ।
ଏହି ପାରାସାଇଟ ମଣିଷର ସ୍ନାୟୁକୁ ଆକ୍ରାନ୍ତ କରିଥାଏ । ଏହାପରେ ମସ୍ତିଷ୍କର ଟିସୁକୁ ନଷ୍ଟ କରିଦିଏ । ଫଳରେ ରୋଗୀର ବ୍ରେନ ଫୁଲିଯିବା ସହ ତାର ମୃତ୍ୟୁ ହୋଇଥାଏ । ପାଣି ଦ୍ବାରା ଏହା ମଣିଷ ଶରୀରକୁ ବ୍ୟାପିଥାଏ । ପୋଖରୀରେ ପହଁରିବା କିମ୍ବା ଗାଧୋଇବା ବେଳେ ଏହା ମଣିଷ ଶରୀରରେ ପ୍ରବେଶ କରେ । ତେବେ ଏହା ମଣିଷ ଠାରୁ ମଣିଷକୁ ବ୍ୟାପିନଥାଏ ।
ଏଥିରେ ଆକ୍ରାନ୍ତ ବ୍ୟକ୍ତି ଭଲ ହେବା ସଂଭାବନା ବହୁତ କମ । ମୁଣ୍ଡ ବିନ୍ଧା, ବାନ୍ତି ଭଳି ପ୍ରଥମେ ସାଧାରଣ ଲକ୍ଷଣ ଦେଖାଯାଇଥାଏ । ତେବେ ରୋଗ ଚିହ୍ନଟରେ ଟିକିଏ ବିଳମ୍ବ ହେଲେ ସୁସ୍ଥ ହେବା ସଂଭାବନା ପ୍ରାୟତଃ ନାହିଁ ବୋଲି କୁହାଯାଉଛି। ଲକ୍ଷଣ ଦେଖାଦେଲେ ତୁରନ୍ତ ମେଡିକାଲ ଆସିବାକୁ ପରାମର୍ଶ ଜାରି କରିଛନ୍ତି କେରଳ ସରକାର ।