News7 Logo

କେନ୍ଦୁ ପତ୍ର ଉପରେ ୫% ନୁହେଁ, ୦% ଟ୍ୟାକ୍ସ ଲଗାଯାଉ- ବିଜେଡି

NEWS7
BJD on GST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜିଏସଟିରେ ବଡ଼ ସଂସ୍କାର ଆଣିଛନ୍ତି। ୧୨ ପ୍ରତିଶତ ଓ ୨୮ ପ୍ରତିଶତ ସ୍ଲାବକୁ ହଟାଇ ୫ ପ୍ରତିଶତ ଏବଂ ୧୮ ପ୍ରତିଶତ ସ୍ଲାବ କରାଯାଇଛି। ଓଡ଼ିଶାର ୩୦ ଜିଲ୍ଲାରୁ ୨୨ ଜିଲ୍ଲାରେ କେନ୍ଦୁ ପତ୍ର ତୋଳାଯାଉଛି। ଗରିବ ଲୋକ ଏହା ଉପରେ ନିର୍ଭରଶୀଳ।  ୨୦୧୭ ଜୁଲାଇ ୧ରେ କେନ୍ଦୁ ପତ୍ର ଉପରେ ୧୮% GST ଲାଗୁ ହେଲା । ତେବେଠାରୁ ବିଜେଡି ଏହା ବିରୋଧରେ ପ୍ରତିବାଦ କରିଛି। ୨୦୨୨ ନିର୍ମଳା ସୀତାରମଣ ଥିବା ସମୟରେ ନବୀନ ପଟ୍ଟନାୟକ ଏହାକୁ ୦% କରିବାକୁ ଚିଠି ଲେଖିଥଲେ। ୨୦୨୩ ରେ ଦାବି ହୋଇଥିଲା। ଯାହା ହେଉ ଏବେ ଏହାକୁ ୫% କରାଯାଇଛି ବୋଲି କହିଛନ୍ତି ବରିଷ୍ଠ ବିଜେଡି ଉପସଭାପତି ଦେବୀ ମିଶ୍ର।

ସେ କହିଛନ୍ତି, ଏ ନେଇ ସଂସଦ ଓ ବିଧାନସଭାରେ ବିଜେଡି ଦାବି କରିଥିଲାହେଲେ ଏହାକୁ ୦% କରାଗଲା ନାହିଁ।  ଏହି ସ୍ଲାବରେ ୪୦% କିଛି ଫିନିସଡ ସାମଗ୍ରୀରେ ହୋଇଛି। କେନ୍ଦୁପତ୍ର ଏଥିରେ ଅନ୍ତର୍ଭୁକ୍ତ ହେଉଛିଏହି ୫% କମାଇଲେ ବି ଡବଲ ଟ୍ୟାକ୍ସ ହେବ। ଦର ବଢିବାରୁ ଏହାର ପ୍ରଭାବ ତୋଳାଳୀଙ୍କ ଉପରେ ପଡିବ। ତେଣୁ କେନ୍ଦ୍ରୁ ପତ୍ର ଉପରେ 0% ଟ୍ୟାକ୍ସ ଲଗାଯାଉ। ଆଉ ଗୋଟେ ସ୍ପଷ୍ଟ ନାହିଁ ଯେ ଓଡ଼ିଶା ଯେଉଁ ମାସକୁ ୧୦୦୦ କୋଟି ହରାଇବ, ତାହା ଭରଣା କିଏ କରିବ?

କେନ୍ଦୁପତ୍ର ଓଡ଼ିଶାର ସାମଗ୍ରୀ। ଏହାର ଉତ୍ପାଦନ ଗୁଣାତ୍ମକ। ଏହାକୁ ୦% GST କରିବାକୁ ଦାବି କରିଥିଲା ବିଜେଡି। ହେଲେ ଏହା ହୋଇ ପାରିଲାନି। ନବୀନ ପଟ୍ଟନାୟକ ବାରମ୍ବାର ଚିଠି ଲେଖିଥିଲେ, GST କାଉଁସିଲରେ ବି ଦାବି ହୋଇଥିଲା। ଗରିବ ଆଦିବାସୀ କେନ୍ଦୁପତ୍ର ତୋଳନ୍ତି। ପାହାଡିଆ ଅଞ୍ଚଳରେ ଏହା ହୁଏ। ଟେକ୍ସଟାଇଲ ଦୁଇ ଭାଗରେ ଅଛି। ହ୍ୟାଣ୍ଡଲୁମ ଓ ପାୱାରଲୁମ। ଏହା ଉପରେ ବି ୫% ଜିଏସଟି ଲଗାଯାଇଅଛି।

ପାୱାରଲୁମରେ କମ୍ପାନୀ ଅନ୍ତର୍ଭୁକ୍ତ। ହେଲେ ହ୍ୟାଣ୍ଡଲୁମରେ 0% GST କରିବାକୁ ଦାବି ହୋଇଥିଲା।  କାରଣ ଏଥିରେ ବୁଣାକାର ଅନ୍ତର୍ଭୁକ୍ତ। ରେଡ଼ିମେଡ଼ ଲୁଗା କିଣିଲେ ଟିକସ ଦେବାକୁ ପଡିବ। କାରଣ ଆପାରେଲରେ ଟିକସ ବଢିଛି। ସ୍ଲାବ ପରିବର୍ତ୍ତନରେ କ୍ଷତି ହେଲେ, କ୍ଷତି ଭରଣା ନେଇ ସ୍ପଷ୍ଟୀକରଣ ନାହିଁ ବୋଲି ବିଜେଡି କହିଛି। ​​​​​​​