News7 Logo

ବେଆଇନ ବାଣ କାରଖାନାରେ ଚଢାଉ, ବିସ୍ଫୋରକ ସାମଗ୍ରୀ ଜବତ ସହ ୩ ଅଟକ

NEWS7
karanjia police station

କରଞ୍ଜିଆ ୧୫।୦୯ : ବେଆଇନ ଭାବେ ଚାଲିଥିଲା ବାଣ କାରଖାନା । ଖବର ପାଇ ଅତର୍କିତ ଭାବେ ଚଢାଉ କଲା ପୋଲିସ ।ଏହି ଚଢାଉରେ ବିପୁଳ ପରିମାଣର ବାଣ ଓ ବିସ୍ଫୋରକ ସାମଗ୍ରୀ ଜବତ ହୋଇଛି । ଏହାସହ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।

କିଛି ଦିନ ପୂର୍ବରୁ ମୟୁରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଭିମଦା ଗାଁରେ ବାଣ ବିସ୍ଫୋରଣ ହୋଇଥିଲା । ଯାହାପରେ ଆକ୍ସନ ମୋଡ଼କୁ ଆସିଛି କରଞ୍ଜିଆ ପୋଲିସ । କରଞ୍ଜିଆ ଥାନା କୁରୁଳିଆ ଗାଁରେ ବେଆଇନ୍ ଭାବେ ବାଣ ଭିଡ଼ା ହେଉଥିବାର ଖବର ପାଇଥିଲା ପୋଲିସ । ଏହାପରେ କରଞ୍ଜିଆ ପୋଲିସ ଅତର୍କିତ ଭାବେ ତିନୋଟି ବାଣ କାରଖାନା ଉପରେ ଚଢାଉ କରିଥିଲା । ଏହି ଚଢାଉରେ ବିପୁଳ ପରିମାଣର ବାଣ ଏବଂ ବିସ୍ଫୋରକ ସାମଗ୍ରୀ ଜବତ କରିଛି ପୋଲିସ । ଏହାସହ ତିନି ଜଣଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି କରଞ୍ଜିଆ ପୋଲିସ । ​​​​​​​