News7 Logo

ଭାଇର ବିବାହ ଓ ଚାକିରି ... କମ୍ପାନୀର ସର୍ତ୍ତରେ ପରିବାରକୁ ବାଛିଲେ କର୍ମଚାରୀ : ସୋସିଆଲ ମିଡ଼ିଆ ପୋଷ୍ଟ ଭାଇରାଲ

NEWS7
-

ନୂଆଦିଲ୍ଲୀ :  ନିଜ ଭାଇର ବାହାଘରକୁ ଯିବାକୁ ନେଇ ଅଡ଼ୁଆରେ ପଡ଼ିଯାଇଛନ୍ତି ଜଣେ ଭାରତୀୟ କର୍ମଚାରୀ। କମ୍ପାନୀରୁ ଛୁଟି ନେବାର ସର୍ତ୍ତକୁ ସେ ରେଡିଟ୍‌ରେ କହିଛନ୍ତି, ତାଙ୍କର କମ୍ପାନୀ କେମିତି ତାଙ୍କୁ ଆମେରିକାରେ ନିଜର ଭାଇଙ୍କ ବିବାହରେ ସାମିଲ ହେବା ବା ଇସ୍ତଫା ଦେବା ମଧ୍ୟରୁ କୌଣସି ଗୋଟିଏକୁ ବାଛିବାକୁ କହିଛନ୍ତି। ଭାରତୀୟ କର୍ମଚାରୀ ରେଡିଟ୍‌ରେ ଏହି ଆଶ୍ଚର୍ଯ୍ୟକର ଏକ ପୋଷ୍ଟ ସେୟାର କରିଛି। ଯେଉଁଥିରେ ସେ କହିଛନ୍ତି ଯେ, ତାଙ୍କର କମ୍ପାନୀ ସ୍ପଷ୍ଟ କହି ଦେଇଛନ୍ତି ଯେ, ଆମେରିକା ଯାଅ  ନୁହେଁତ ଚାକିରି ଛାଡ଼ି ଦିଅ।

ଚାରି ବର୍ଷ ଯାଏ କମ୍ପାନୀ ପାଇଁ ଓଭରଟାଇମ୍‌ କରିଥିଲେ , ନୂଆ ଲୋକଙ୍କୁ ଟ୍ରେନ୍‌ କଲେ ଏବଂ ମୁସ୍କିଲ ସମୟରେ କମ୍‌ ଦରମାରେ ମଧ୍ୟ କାମ କରିଛନ୍ତି। ତଥାପି ଯେବେ ପରିବାରର ସବୁଠୁ ବଡ଼ ଦିନ ଆସିଲା , ତ କମ୍ପାନୀ ସହାନୁଭୂତି ଦେଖାଇବାକୁ ମନା କରିଦେଲା। ଏହି କାହାଣୀ ଏବେ ଅନଲାଇନ୍‌ରେ ଚର୍ଚ୍ଚାର ବିଷୟ ହୋଇ ଯାଇଛି- କାମ କଣ ଜୀବନ ଠାରୁ ବଡ଼ ହୋଇପାରେ ?

ମହିଳା ଏହାକୁ ନେଇ ରେଡିଟ୍‌ରେ ଏକ ପୋଷ୍ଟ କରିଛନ୍ତି। ପୋଷ୍ଟର କ୍ୟାପସନରେ ଲେଖିଛନ୍ତି , ମୁଁ କଣ ଭୁଲ୍‌ କରିଛି ? ଭାଇର ବିବାହ ଓ ଚାକିରି ମଧ୍ୟରେ ଚୟନ .. .ଏବଂ ମୋର ନିଷ୍ପତ୍ତି। ନମସ୍ତେ ବନ୍ଧୁମାନେ , ମୋତେ ଆପଣଙ୍କ ମତ ଦରକାର। ମୁଁ ଗତ ୪ ବର୍ଷରୁ ନିଜର କମ୍ପାନୀରେ କାମ କରୁଛି। ଏହି ସମୟରେ ମୁଁ ଖୁବ୍‌ ପରିଶ୍ରମର ସହ ଅଧିକ କାମ କରୁଥିଲି, ନୂଆ ଲୋକଙ୍କୁ ଟ୍ରେନିଂ ଦେଉଥିଲି ଏବଂ ସର୍ବଦା କମ୍ପାନୀକୁ ପ୍ରାଥମିକତା ଦେଉଥିଲି। କିନ୍ତୁ ନିକଟରେ ମୋର ଭାଇଙ୍କର ବିବାହ ସ୍ଥିର ହେଲା। ଜୀବନରେ ଥରୁଟିଏ ଏହି ସୁଯୋଗ ଆସେ । ମୁଁ କମ୍ପାନୀକୁ ୩ ସପ୍ତାହ ପୂର୍ବରୁ କହି ଦେଇ ଥିଲି ଯେ, ମୋତେ ଆମେରିକା ଯିବା ପାଇଁ ୧୫ ଦିନର ଛୁଟି ଆବଶ୍ୟକ।

4 साल की मेहनत... ओवरटाइम, ट्रेनिंग, कम सैलरी पर काम करने के बाद भी एक महिला को भाई की शादी में जाने के लिए छुट्टी नहीं मिली. ( Photo: Rediit/@ (@Chuckythedolll),AI Generated)​​​​​​​

ମହିଳା ଆହୁରି କହିଛନ୍ତି ଯେ,କମ୍ପାନୀରୁ ଏହା ଆଶା କରି ନଥିଲେ, କିନ୍ତୁ ସେ ସ୍ପଷ୍ଟଭାବେ କହିଥିଲେ ଯେ , ବିବାହ ଛାଡ଼ ନୁହେଁତ ଇସ୍ତଫା ଦିଅ। ମୁଁ ଛୁଟି କମାଇବାକୁ ମଧ୍ୟ ଚେଷ୍ଟା କଲି , କିନ୍ତୁ ସେ ଅରାଜି ହେଲେ। ସବୁଠୁ ଅଧିକ ଦୁଃଖ ଏହି କଥାର ଯେ,ମୁଁ ୪ ବର୍ଷ ଯାଏ ତାଙ୍କର ପ୍ରତି ଆବଶ୍ୟକତା ଉପରେ ବୁଝାମଣା କରି ଥିଲି। ଯେବେ କମ୍ପାନୀ ମୁସ୍କିଲରେ ଥିଲା , ସେତେବେଳେ କମ୍‌ ଦରମାରେ ମଧ୍ୟ କାମ କରିଛି। ଦୁଇ ଜଣ ଲୋକ ଚାକିରି ଛାଡ଼ି ଚାଲି ଗଲେ , ସେତେବେଳେ ତାଙ୍କର ସବୁ କାମ ବିନା କୌଣସି ଅତିରିକ୍ତ ବେତନରେ ସମ୍ଭାଳି ଥିଲି। ଏହାସତ୍ତ୍ୱେ , ମୋତେ ଟିକିଏ ବି ସମ୍ୱେଦନା ଦେଖାଗଲା ନାହିଁ।

ସବୁଠୁ ହୃଦୟସ୍ପର୍ଶୀ କଥା ଏହା ଯେ, କମ୍ପାନୀର ପାଖାପାଖି ସବୁ ଲୋକ, ଏମିତି କି ମୋର ପୁରୁଣା ବସ୍‌ ମଧ୍ୟ ( ଯାହାଙ୍କୁ ମୁଁ ପୂର୍ବରୁ ରିପୋର୍ଟ କରୁଥିଲି) , କହନ୍ତି ଯେ, କମ୍ପାନୀଙ୍କ ନୀତି ଭୁଲ୍‌ ଥିଲା ଏବଂ ମୋତେ ସପୋର୍ଟ କରୁଛନ୍ତି। ଶେଷରେ ମୁଁ ଚାକିରି ଛାଡ଼ିବାର ନିଷ୍ପତ୍ତି କରିନେଲି, ଯଦିଓ ମୋ ପାଖରେ କୌଣସି ନୂଆ ଅଫର ନାହିଁ । ସୌଭାଗ୍ୟ ଯେ, ମୋ ଉପର କୌଣସି ଆର୍ଥିକ ବୋଝ (ଯେମିତି କି ଭଡ଼ା ବା ଖାଦ୍ୟପେୟ ଖର୍ଚ୍ଚ) ନାହିଁ । କିନ୍ତୁ ମନରେ ପ୍ରଶ୍ନ –ମୁଁ କଣ ଠିକ୍‌ କରିଛି ? ପରିବାରକୁ ବାଛି ଓ ସେହି କମ୍ପାନୀରୁ ଅଲଗା ହୋଇ , ଯିଏକି ଆବଶ୍ୟକ ସମୟରେ ମୋକେ ସାହାଯ୍ୟ କଲାନି , ମୁଁ ସଠିକ୍‌ ନିଷ୍ପତ୍ତି ନେଇଛି କି?

ଉକ୍ତ ପୋଷ୍ଟ ରେଡିଟ୍‌ରେ ଖୁବ୍‌ ଭାଇରାଲ ହୋଇଛି। ଲୋକେ କର୍ମଚାରୀଙ୍କୁ ସହାନୁଭୂତି ଦେଖାଇଛନ୍ତି ଏବଂ କମ୍ପାନୀର ଦୃଢ ଆଭିମୁଖ୍ୟକୁ ସମାଲୋଚନା କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି –ମୋର ଗୁରୁ ସର୍ବଦା କହୁଥିଲେ ଯେ, ପ୍ରଥମେ ନିଜର ବ୍ୟକ୍ତିଗତ ଜୀବନକୁ ପ୍ରାଥମିକତା ଦିଅ , ଚାକିରିକୁ ସେହି ହିସାବରେ ଆଡଜଷ୍ଟ କରିବା ଉଚିତ୍‌। ଓଲଟା ନୁହେଁ। ଦ୍ୱିତୀୟ ୟୁଜର ଲେଖିଛନ୍ତି –ମୁଁ ପୂରା ପୋଷ୍ଟ ପଢି ନାହିଁ , କେବଳ ଟାଇଟଲ ହିଁ ଯଥେଷ୍ଟ। ଆପଣ ପୂରା ସଠିକ୍‌ ନିଷ୍ପତ୍ତି ନେଇଛନ୍ତି। ଆଉ ଜଣେ ୟୁଜର କହିଛନ୍ତି – ଏଥିରୁ ଏକ ବଡ଼ ଶିକ୍ଷା ମିଳେ- ଯଦି ଆପଣ ଥରେ ସହଜରେ ବୁଝାମଣା କରି ନେବେ , ତ କମ୍ପାନୀ ସର୍ବଦା ଆପଣଙ୍କୁ ଦୁର୍ବଳ ଭାବିବ।