News7 Logo

Gemini AIରେ ଆପଣ ତିଆରି କରୁଛନ୍ତି କି ଟ୍ରେଣ୍ଡିଂ ଫଟୋ ? ଏହି ଯୁବତୀଙ୍କ ଆଶ୍ଚର୍ଯ୍ୟଜନକ ଖୁଲାସା

NEWS7
-

ନୂଆଦିଲ୍ଲୀ – ଏହି ସମୟରେ ଜେମିନି ଏଆଇର ଟ୍ରେଣ୍ଡିଂ ଫଟୋ ଖୁବ୍‌ ଭାଇରାଲ ହେଉଛି। ସେ ଶାଢିର ରେଟ୍ରୋ ଫିଲ୍‌ ଫଟୋ ହେଉ କିମ୍ୱା ଫିଗରିନର ଫଟୋ ହେଉ। କିନ୍ତୁ ଏହି ସବୁ ମଧ୍ୟରେ ଜଣେ ଯୁବତୀ ନିଜର ଦାବିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି। ଏହି ଯୁବତୀଙ୍କ ନାଁ ଝଲକ ଭବନାନୀ । ସେ ନିଜର ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଜେମିନି ଏଆଇ ସଂପର୍କୀତ ଏକ ବଡ଼ ସତ ସେୟାର କରିଛନ୍ତି। ଝଲକଙ୍କର ଭିଡ଼ିଓ ଖୁବ୍‌ ଭାଇରାଲ ହେଉଛି। ଅନ୍ୟପଟେ କିଛି ଲୋକ ଝଲକଙ୍କ ଦାବି ଉପରେ ପ୍ରଶ୍ନ ମଧ୍ୟ କରିଛନ୍ତି। ଏହାର ଉତ୍ତରରେ ଝଲକ ଆଉ ଏକ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି।

ଝଲକ କହିଛନ୍ତି , ଜେମିନି ଏଆଇ ଟ୍ରେଣ୍ଡରେ ପ୍ରଭାବିତ ହୋଇ ସେ ମଧ୍ୟ ନିଜର ଫଟୋ ତିଆରି କରୁବାକୁ ଚାହିଁ ଥିଲେ। ଏହାପରେ ସେ ନିଜର ଏକ ଫଟୋ ଜେମିନିରେ ଅପଲୋଡ କରିଥିଲେ। ଏହି ଫଟୋର ଝଲକ ପୂର୍ଣ୍ଣ ହାତର ପୋଷାକ ପିନ୍ଧି ଥିଲେ। ଜେମିନି ତାଙ୍କର ଫଟୋକୁ ବ୍ଲାକ୍‌ କଲରର ଶାଢିର ଫଟୋରେ ବଦଳାଇ ଦେଲା। ଝଲକଙ୍କ ମୁତାବିକ, ଫଟୋ ଖୁବ୍‌ ଭଲ ଥିଲା , କିନ୍ତୁ ହଠାତ୍‌ ତାଙ୍କର ନଜର ଡାହାଣ ହାତ ଉପରେ ପଡ଼ିଲା। ଶାଢି ଫଟୋରେ ନିଜ ହାତରେ କଳା ଜାଇ ଦେଖି ଝଲକ ଆଶ୍ଚର୍ଯ୍ୟ ହୋଇଗଲେ । ବାସ୍ତବରେ ଝଲକଙ୍କ ଡାହାଣ ହାତରେ ଠିକ୍‌ ସେହି ସ୍ଥାନରେ କଳାଜାଇ ଅଛି ,ଯେଉଁଠି ଫଟୋରେ ଦେଖା ଯାଇଛି।

ଝଲକଙ୍କ କହିବାନୁସାରେ ସେ ଯେଉଁ ଫଟୋ ଜେମିନିରେ ଅପଲୋଡ୍‌ କରିଥିଲେ, ତାହା ଏକ ପୂର୍ଣ୍ଣ-ବାହୁ ସୁଟ୍‌ର ଫଟୋ ଥିଲା। ଏଥିରେ ତାଙ୍କ ହାତ ସଂପୂର୍ଣ୍ଣ ରୂପେ କଭର ଥିଲା। ପୁଣି ଜେମିନିକୁ କେମିତି ଜଣାପଡ଼ିଲା ଯେ ,ତାଙ୍କର ଡାହାଣ ହାତରେ କଳାଜାଇ ଅଛି। ଏହାସହ ହିଁ ଝଲକ ଲୋକଙ୍କୁ ସଚେତନ କରିଛନ୍ତି। ସେ କହିଛନ୍ତି ଯେ, ଯଦି ଆପଣ ମଧ୍ୟ ଏହିପରି ଟ୍ରେଣ୍ଡକୁ ଫଲୋ କରିବାକୁ ଯାଉଛନ୍ତି ତ ଏହା ପୂର୍ବରୁ ଅନେକ ଥର ଭାବନ୍ତୁ । ଝଲକଙ୍କ ଏହି ଦାବି ସହ ହିଁ ପୁଣି ଥରେ ସୋସିଆଲ ମିଡ଼ିଆରେ ପ୍ରାଇଭେସି ଉପରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇ ଯାଇଛି।

ଏହି ନୂଆ ଭିଡ଼ିଓରେ ଝଲକ ତାଙ୍କ ଉପରେ ପ୍ରଶ୍ନ ଉଠାଇ ଥିବା ବ୍ୟକ୍ତିଙ୍କୁ ଉତ୍ତର ଦେଇଛନ୍ତି। ଝଲକ କହିଛନ୍ତି , ଲୋକେ ତାଙ୍କ ଭିଡ଼ିଓ ଉପରେ ଅନେକ ଗୁଡ଼ିଏ କମେଣ୍ଟ କରିଛନ୍ତି। ଆଉ କିଛି କହିଛନ୍ତି ଯେ, କଳାଜାଇ ବାମ ହାତରେ ଅଛି କିମ୍ୱା ଡାହାଣ ହାତରେ ଅଛି। ଏହାକୁ ନେଇ ଝଲକ କହିଛନ୍ତି ଯେ, ରିଲ୍‌ ବାମ ହାତରେ ହିଁ ଅଛି । ଝଲକ ନିଜର ଭିଡ଼ିଓରେ ଆହୁରି କହିଛନ୍ତି ଯେ, କିଛି ଲୋକ କମେଣ୍ଟ କରିଛନ୍ତି ଯେ, ଆମେ କେମିତି ବିଶ୍ୱାସ କରିବୁ କି ତୁମେ ପ୍ରମ୍ପଟ୍‌ରେ କଳାଜାଇ କଥା ଲେଖି ନଥିବ। ଏହାର ଉତ୍ତରରେ ଝଲକ ନିଜ ପ୍ରମ୍ପଟର ସ୍କ୍ରିନ୍‌ଲଟ୍‌ ସେୟାର କରିଛନ୍ତି।