ଭୁବନେଶ୍ଵର: ଜୟଦେବ ବିହାରରୁ ନନ୍ଦନକାନନ ହେବ ୮ ଲେନ ରାସ୍ତା। ସମ୍ପୂର୍ଣ୍ଣ ଟ୍ରାଫିକ ଫ୍ରି ହେବ ପୁରା ରାସ୍ତା। ଏଥି ପାଇଁ ୫୭୯ କୋଟି ଖର୍ଚ୍ଚ କରିବେ ସରକାର। ଦୁଇ ବର୍ଷରେ ପୁରା ରାସ୍ତା ନିର୍ମାଣ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ସରକାର। ଏନେଇ ଆଜି କ୍ୟାବିନେଟରେ ହୋଇଛି ନିଷ୍ପତ୍ତି। ପୂର୍ତ୍ତ ବିଭାଗର ଏହି ପ୍ରସ୍ତାବ ଉପରେ ବାଜିଛି କ୍ୟାବିନେଟ ମୋହର।

କଳିଙ୍ଗ ଷ୍ଟାଡିୟମ (ଗେଟ୍ ନଂ-୪) ଠାରୁ ରଘୁନାଥପୁର ସେତୁ  ପର୍ଯ୍ୟନ୍ତ ଜୟଦେବ ବିହାର ନନ୍ଦନକାନନ ସାଢେ ୯ କିଲୋମିଟର ସଡକର ବିଭିନ୍ନ ଛକରେ ଫ୍ଲାଏଓଭର ନିର୍ମାଣ ସହ ଉନ୍ନତିକରଣ ପାଇଁ ଓଡ଼ିଶା ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ଦ୍ୱାରା ଜୟଦେବ ବିହାର-ନନ୍ଦନକାନନ କରିଡରରେ ଯାତାୟାତ ଭିଡ଼ ହ୍ରାସ ହେବ। ୮-ଲେନ୍‌ ମୁଖ୍ୟ ସଡକ ଏବଂ ସର୍ଭିସ୍ ରୋଡ୍ ନିର୍ମାଣ ମାଧ୍ୟମରେ ଯାତାୟାତ କ୍ଷମତା ବୃଦ୍ଧି କରାଯିବ। ସଂଘର୍ଷ ସ୍ଥଳଗୁଡ଼ିକୁ ଦୂର କରି ନିୟନ୍ତ୍ରିତ ଯାତାୟାତ ବ୍ୟବସ୍ଥା ମାଧ୍ଯମରେ ସଡକ ସୁରକ୍ଷା ବୃଦ୍ଧି କରାଯିବ।ବାରଙ୍ଗ ଓ କଟକ ଅଭିମୁଖେ ନିରବଚ୍ଛିନ୍ନ ଆଞ୍ଚଳିକ ସଂଯୋଗ ସୁନିଶ୍ଚିତ କରାଯିବ। ପଦଚାରୀଙ୍କ ପାଇଁ ସ୍ବତନ୍ତ୍ର ଭିଭିଭୂମି ବିକଶିତ କରାଯିବ।

Also Read: କେଜିରୁ ପିଜି ମାଗଣା ଶିକ୍ଷା: ‘ଜ୍ଞାନୋଦୟ- ଶିକ୍ଷାରୁ ସମୃଦ୍ଧି’ ଯୋଜନାକୁ କ୍ୟାବିନେଟ୍ ମୋହର, ୫ ବର୍ଷରେ ଖର୍ଚ୍ଚ ହେବ ୫,୪୬୭ କୋଟି

ଏହି ପ୍ରକଳ୍ପ କଳିଙ୍ଗ ଷ୍ଟାଡିୟମ, ଗେଟ୍ ନଂ ୪ ଠାରୁ ଆରମ୍ଭ ହୋଇ ରଘୁନାଥପୁର ସେତୁ ପର୍ଯ୍ୟନ୍ତ ବିଦ୍ୟମାନ ୬ ଲେନ ବିଶିଷ୍ଟ ରାସ୍ତାକୁ ୮ ଲେନ ବିଶିଷ୍ଟ ବିନ୍ୟାସ ସହିତ ଜୟଦେବ ବିହାର ଛକରେ NH-16 ଉପରେ ୪-ଲେନ୍‌ କେବଲ୍-ଷ୍ଟେଡ୍ ସେତୁ, କଳିଙ୍ଗ ହସ୍ପିଟାଲ ଛକ, ଡମଣା ଛକ, କିଟ୍ ଛକ ସମେତ କଳାରାହାଙ୍କ ଛଳରେ ସ୍ବତନ୍ତ୍ର ୪-ଲେନ୍‌ ଫ୍ଲାଏଓରର, ମାଇନର ବ୍ରିକ, କ୍ରସ ଡ୍ରେନେଜ ସଂରଚନା ସହିତ ଫ୍ଲାଏଓଭର ସହିତ ୮ ଲେନ ବିଶିଷ୍ଟ ବିନ୍ୟାସ ସହିତ ଆରମ୍ଭ ହେବ । ଡ୍ରେନେଜ୍, ୫.୫ ମିଟର ସର୍ଭିସ୍ ରୋଜ୍, ୭.୫ ମିଟର ଚଉଡ଼ା ସ୍କ୍ରିପ୍ ରୋଜ୍, ରାଉଣ୍ଡବାଇଟ୍, ଜଙ୍କସନ୍ ଉନ୍ନତି/ବିକାଶ, ରାସ୍ତା ସୌନ୍ଦର୍ଯ୍ୟକରଣ, ରୋଡ୍ ମାର୍କି", ରୋଡ୍ ଫର୍ଣ୍ଣିଚର, ସଡ଼କ ସୁରକ୍ଷା, ପାର୍କି ବେ, ବ୍ରିକ୍ ଲାଇଟିଂ ସିଷ୍ଟମ୍ ରହିବ |