ନୂଆଦିଲ୍ଲୀ ୧୫/୧୧: ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ଏକ ବିବାଦ ସୃଷ୍ଟି ହୋଇଛି । ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ୱା ବଭୁମାଙ୍କୁ ‘ବାମନ’ ବୋଲି କଟାକ୍ଷ କରିଛନ୍ତି ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମରା ଓ ୱିକେଟ୍ କିପର ବ୍ୟାଟର ରିଷଭ ପନ୍ତ । ସୋସିଆଲ୍ ମିଡିଆରେ ମ୍ୟାଚ୍ ବେଳର ଏହି ଭିଡିଓ ଭାଇରାଲ ହେବା ପରେ ଉଭୟ ବୁମରା ଓ ପନ୍ତଙ୍କୁ କଡ଼ା ନିନ୍ଦା କରାଯାଉଛି । ଏପରିକି ଆଇସିସି ଉଭୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ବୋଲି ଅନେକ ଦାବି କରିଛନ୍ତି ।

ବଭୁମା ବ୍ୟାଟିଂ କରୁଥିବାବେଳେ ଏହି ଘଟଣା ଘଟିଥିଲା । ପ୍ରଥମ ଇନିଂସ୍ର ୧୩ତମ ଓଭରର (ବୁମରାଙ୍କ) ପଞ୍ଚମ ବଲ୍ ତାଙ୍କ ପ୍ୟାଡ୍ରେ ବାଜିଥିଲା । ବୁମରା ଓ ସାଥୀ ଖେଳାଳିମାନେଏଲ୍ବିଡବ୍ଲ୍ୟୁ ଆଉଟ ପାଇଁ ଅପିଲ କରିଥିଲେ । ମାତ୍ର ଅମ୍ପାୟାର ମନା କରିଥିଲେ । ଏହାପରେ ବୁମରା ଡିଆର୍ଏସ୍ ନେବା ପାଇଁ ପନ୍ତଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ଉଭୟ ବଭୁମାଙ୍କୁ ‘ବାଉନା’ ବା ବାମନ ବୋଲି କଟାକ୍ଷ କରୁଥିବାର ଭିଡିଓରେ ଶୁଣିବାକୁ ମିଳିଛି । ଏହି ଭିଡିଓ ସଙ୍ଗେ ସଙ୍ଗେ ଭାଇରାଲ ହୋଇଯାଇଥିଲା ।

ଭାରତୀୟଖେଳାଳିଙ୍କ ଠାରୁ ଏଭଳି ବ୍ୟବହାର ଗ୍ରହଣୀୟ ନୁହେଁ ବୋଲି ସୋସିଆଲ୍ ମିଡିଆ ଅନୁଗାମୀମାନେ ଉଲ୍ଲେଖ କରିଛନ୍ତି । ଏହି ଘଟଣାକୁ ନେଇ ଦକ୍ଷିଣ ଆଫ୍ରିକା ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତେବେ ଏପରି ଅଶୋଭନୀୟ ଆଚରଣ ପାଇଁ ନମ୍ୱର ଓ୍ୱାନ୍ ବୋଲରଙ୍କୁ ମିଳିପାରେ ଦଣ୍ଡ । ଆଇସିସି ଦଣ୍ଡିତ କରିପାରେ ବୋଲି ଅନୁମାନ କରାଯାଉଛି ।ପଡ଼ିଆରେ ଶାନ୍ତ ଆଚରଣ ପାଇଁ ଜଣାଶୁଣା ବୁମରାହଙ୍କୁ ବିପକ୍ଷ ଖେଳାଳିମାନଙ୍କ ବିଷୟରେ କୌଣସି ମନ୍ତବ୍ୟ ଦେବାର ଦେଖାଯାଏ ନାହିଁ।

ତଥାପି, କୋଲକାତା ଟେଷ୍ଟର ପ୍ରଥମ ଦିନରେ, ବୁମରାହ ଏପରି ଏକ ପକ୍ଷ ପ୍ରଦର୍ଶନ କରିଥିଲେ ଯାହା ବହୁତ କମ୍ ଲୋକ ଆଶା କରିଥିଲେ । ଡିଆରଏସ ଆଲୋଚନା ପରେ ଫେରି ସେ ପୁଣି ଥରେ ବାଭୁମାଙ୍କୁ "ବାମନ" ବୋଲି କହିଥିଲେ ଏବଂ ଏକ ଲଜ୍ଜାଜନକ ଅପମାନ ମଧ୍ୟ ବ୍ୟବହାର କରିଥିଲେ। ଏହି ଅପମାନଗୁଡ଼ିକ ଷ୍ଟମ୍ପ ମାଇକରେ ରେକର୍ଡ ହୋଇଥିଲା ଏବଂ ତୁରନ୍ତ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏବେ, ଏହା ବୁମରାହଙ୍କ ପାଇଁ ଅସୁବିଧାର କାରଣ ହୋଇପାରେ।