ନୂଆଦିଲ୍ଲୀ ୨୬।୦୪; ଜାପାନ ସରକାର ଜନସଂଖ୍ୟା ହ୍ରାସର ମୁଳାବିଲା ଲାଗି ଏକ ଅଭିନବ ପଦକ୍ଷେପ ହାତକୁ ନେଇଛତି । ଏହା ଅଧୀନରେ ଦେଶରେ ଯୁବପିଢ଼ିଙ୍କୁ ଭେଟି ଆୟର ଉପଯୋଗ ପାଇଁ ପ୍ରୋସାହିତ କରାଯାଇଛି । ଏଥି ପାଇଁ ସରକାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଯାହା ଦ୍ବାରା ଅଧିକରୁ ଅଧିକ ଲୋକ ଏହି ପ୍ଲାଟଫର୍ମଗୁଡ଼ିକ ସହ ଯୋଡ଼ି ହେବେ ଓ ସମ୍ପର୍କ ଗଢ଼ିପାରିବେ। ଏହାର ଉଦ୍ଦେଶ୍ୟ ଯୁବପିଢ଼ିଙ୍କୁ ବିବାହ ଓ ପରିବାର ବଢ଼ାଇବା ଲାଗି ପ୍ରେରିତ କରିବା।

ଜାପାନର କୋଟି ପ୍ରାପ୍ତ 'ମିଟିଂ ସପୋର୍ଟ ପ୍ରୋଜେକ୍ଟ ଗ୍ରାଣ୍ଡ୍ ଆରମ୍ଭ କରିଛି I ଅବିବାହିତ ଯୁବାଙ୍କୁ ଡେଟିଂ ଆପ୍ ଜରିଆରେ ଯୋଡ଼ିବା ଏହି ଯୋଜନାର ଉଦ୍ଦେଶ୍ୟ । ସରକାର ଚାହାନ୍ତି, ଯୁବବର୍ଗ ଏହି ପ୍ଲାଟଫର୍ମ ଉପଯୋଗ କରି ପରସ୍ପରକୁ ଜାଣନ୍ତୁ ଏବଂ ବିବାହ କରନ୍ତୁ। ସାମାଜିକ ବଢ଼ାଇବା ଦିଗରେ ଏହି ପଦକ୍ଷେପ ହାତକୁ ନିଆଯାଇଛି । ଜାପାନରେ ସମ୍ପର୍କ ପ୍ରତି ଲୋକଙ୍କ ଉଦାସୀନତା ବଢ଼ୁଛି । ଦରଦାମ ବୃଦ୍ଧି, ପରିବର୍ତିତ ଜୀବନଶୈଳୀ ଓ କ୍ୟାରିଅର ଉପରେ ଅଧିକ ଫୋକସ୍ ଏହାର କାରଣ ବୋଲି ବିଶ୍ଵାସ କରାଯାଉଛି । ଅନେକ ଯୁବା ଆର୍ଥିକ ଅସ୍ଥିରତା ଯୋଗୁ ବିବାହ ଓ ସନ୍ତାନ ଜନ୍ମଠୁ ଦୂରେଇ ରହୁଛନ୍ତି । ଏଥିସହ ପରିବର୍ତ୍ତିତ ସାମାଜିକ ଦୃଷ୍ଟିକୋଣ ମଧ୍ୟ ଏହି ପ୍ରବୃତ୍ତିକୁ ଆହୁରି ମଜଭୂତ କରିଛି ।

ସରକାରଙ୍କ ନୂଆ ଯୋଜନାରେ ଯୋଗ୍ୟ ଅବିବାହିତ ଯୁବାଙ୍କୁ ବର୍ଷକୁ ପ୍ରାୟ ୧୧,୭୫୨ ଟଙ୍କା ଯାଏ ସବ୍ସିଡି ମିଳିବ। ଏହି ରାଶି ଡେଟିଂ ଆପରେ ପଞ୍ଜିକରଣ ଓ ସସ୍କ୍ରିପ୍ସନ ପାଇଁ ଦିଆଯାଉଛି। ସରକାରଙ୍କ ଅନୁସାରେ, ଏହା ଦ୍ଵାରା ଯୁବବର୍ଗଙ୍କ ପାଇଁ ଏହି ପ୍ଲାଟଫର୍ମର ଉପଯୋଗ ସହଜ ହେବ ଏବଂ ସେମାନେ ସମ୍ପର୍କ ଗଢ଼ିବାକୁ ଆଗଭର ହେବେ । ୨୦ରୁ ୩୯ ବର୍ଷ ବୟସର ଅବିବାହିତ ଯୁବାଙ୍କ ପାଇଁ ଏହି ଯୋଜନା ଲାଗୁ କରାଯାଇଛି। ଚଳିତ ମାସ ଏହି ଯୋଜନା ଲାଗୁ ହୋଇଛି। ଦେଶର ଜନସଂଖ୍ୟାରେ ଏହା ସହାୟକ ହେବ ବୋଲି ସରକାର ଆଶା କରୁଛନ୍ତି ।

ସରକାର କେବଳ ଅନ୍ଲାଇନ୍ ପ୍ଲାଟଫର୍ମ ମଧ୍ୟରେ ସୀମିତ ନାହାନ୍ତି। ଅଫଲାଇନ୍‌ରେ ଯେଉଁ ସଂସ୍ଥା ଲୋକଙ୍କୁ ଭେଟ କରାଉଛନ୍ତି। ସେମାନଙ୍କୁ ମଧ୍ଯ ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି । ଜାପାନରେ ଜନସଂଖ୍ୟା ନିରନ୍ତର ହ୍ରାସ ପାଉଛି । ୨୦୨୫ରେ ଜନ୍ମିତ ଶିଶୁ ସଂଖ୍ୟା ପ୍ରାୟ ୭ ଲକ୍ଷ ଥିଲା। ଯାହା ଗତି ଅନେକ ଦଶନ୍ଧିରେ ସବୁଠୁ କମ୍ । ବିଶ୍ଵରେ ସବୁଠୁ ଦ୍ରୁତ ବୃଦ୍ଧ ହେଉଥିବା ଦେଶ ମଧ୍ୟରେ ଜାପାନ ଅନ୍ୟତମ।

Also Read-ବିଶ୍ୱରେ ବଢୁଛନ୍ତି 'ସୁପର୍ ରିଚ୍', ପ୍ରତିଦିନ ଅତି ଧନୀ ଚାଲିକାରେ ସାମିଲ ହେଉଛନ୍ତି ୮୯ ବ୍ୟକ୍ତି