ମା ମଙ୍ଗଳାଙ୍କ ପ୍ରସିଦ୍ଧ ଝାମୁଯାତ୍ରା, ଭିଡକୁ ଦେଖି ପ୍ରଶାସନର ସ୍ୱତନ୍ତ୍ର ବ୍ୟବସ୍ଥା

Published By : Prameya-News7 Bureau | April 23, 2024 IST

କୋଣାର୍କ ୨୩।୦୪ : ମଙ୍ଗଳବାର ପୁରୀ ଜିଲ୍ଲା କାକଟପୁରରେ ପ୍ରସିଦ୍ଧ ମା ମଙ୍ଗଳାଙ୍କ ଝାମୁଯାତ୍ରା । ଏଥିପାଇଁ ହଜାର ହଜାର  ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଯାହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଜୟ ମା’ ମଙ୍ଗଳା ଧ୍ୱନୀରେ କମ୍ପି ଉଠୁଛି କାକଟପୁର ମା ମଙ୍ଗଳା ପୀଠ। 

ଝାମୁଯାତ୍ରା ଅବସରରେ ମାଙ୍କୁ ରାଜରାଜଶ୍ବରୀ ବେଶରେ ଦର୍ଶନ କରିଛନ୍ତି ଭକ୍ତ l କିପରି ଭକ୍ତମାନେ ଧାଡିରେ ଆସି ମାଙ୍କୁ ଶାନ୍ତି ଶୃଙ୍ଖଳାରେ ଦର୍ଶନ କରିବେ । ସେଥିପାଇଁ  ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମକୁ ଆଖିରେ ଆଖି ୪ ପ୍ଳାଟୁନ ପୋଲିସ ମୁତୟନ ହୋଇଛନ୍ତି । ଏହାସହ ୧୬ ଜଣ ଅଫିସର, ୫୦ ଜଣ ହୋମଗାର୍ଡ ମୁତୟନ କରାଯାଇଛି। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ପାଇଁ ମନ୍ଦିର ଭିତରେ ତମ୍ବୁରେ ବ୍ୟବସ୍ଥା କରାଯାଇଛି । ଏପିରିକି ପ୍ରବଳ ଖରାରୁ ରକ୍ଷା ପାଇଁ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାସ୍ତାରେ ମେସିନ ଦ୍ବାରା ପାଣି ପକାଇବା ସହ ପଣା-ପାଣିର ବ୍ୟବସ୍ତା କରାଯାଇଛି। 

କାକଟପୁରରେ ପ୍ରତିବର୍ଷ ଚୈତ୍ରମାସର ପଞ୍ଚମ ମଙ୍ଗଳବାରର ପଞ୍ଚମ ପାଳିରେ  ଆବିର୍ଭାବ ଦିବସ ପାଳନ କରାଯାଏ । ଯାହା ଝାମୁଯାତ୍ରା ନାମରେ ପ୍ରସିଦ୍ଧି ଲାଭ କରିଛି । ଲକ୍ଷାଧିକ ଉକ୍ତଙ୍କ ହରିବୋଲ ହୁଳହୁଳିରେ କମ୍ପିଉଠୁଛି ମା ମଙ୍ଗଳାଙ୍କ ପୀଠ। ଅତିରିକ୍ତ ଆରକ୍ଷୀ ଅଧିକାରୀ, ନିମାପଡା DSP ସହ କାକଟପୁର ତହସିଲଦାର ଓ ଅସ୍ତରଙ୍ଗ ତହସିଲଦାର ଦ୍ବାରା ଆଇନଶୃଙ୍ଖଳା କଡାକଡି କରିବା ସହ ଚାରିପଟେ ପୋଲିସର ଛାଉଣୀ କରାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.