କଟକରେ ନିର୍ବାଚନ ପ୍ରସ୍ତୁତି, ୨୬ପ୍ଲାଟୁନ ପୋଲିସ ଫୋର୍ସ ସହ ୮କମ୍ପାନୀ ସିଏପିଏଫ ହେବେ ମୁତୟନ

Published By : Prameya-News7 Bureau | May 24, 2024 IST

କଟକ24/05 : କଟକ ଲୋକସଭା ଆସନ ସହ ପାଞ୍ଚଟି ବିଧାନସଭା ଆସନ ପାଇଁ ହେବାକୁ ଥିବା ଭୋଟ୍ ଗ୍ରହଣ ପାଇଁ କମିଶନରେଟ ପୋଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। କଟକ ସହରରେ ନିର୍ବାଚନ ପାଇଁ କମିଶନରେଟ ପୋଲିସ ପକ୍ଷରୁ   ନିୟୋଜିତ ହେବେ ଜଣେ ଡିସିପି, ଜଣେ ଏସ୍ପି , ତିନି ଜଣ ଅତିରିକ୍ତ ଡିସିପି, ଛବିଶ ଜଣ ଇନ୍ସପେକ୍ଟରଙ୍କ ସମେତ ଆଠ କମ୍ପାନୀ ସିଏପିଏଫ।

 ଉଣେଇଶଟି ସେକ୍ଟରରେ ତେପନଟି ମୋବାଇଲ ପାର୍ଟି ହେବେ ନିୟୋଜିତ। ଏଥିସହ ମୁତୟନ ରହିବେ ଛବିଶପ୍ଲାଟୁନ୍ ପୋଲିସ୍ ଫୋର୍ସ। ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ ଉପରେ ରହିବ କଡା ନଜର ରଖାଯାଇଥିବା କହିଛନ୍ତି କଟକ ଡିସିପି ପ୍ରକାଶ ଆର।

କଟକ କମିଶନରେଟ ପୋଲିସ ଅଧିନରେ ଚୌଦ୍ବାର କଟକ, ବାରବାଟୀକଟକ, ସଦର କଟକ, ଏବଂ ବାଙ୍କୀ ଓ ଆଠଗଡ ନିର୍ବାଚନ ମଣ୍ଡଳୀର ଆଂଶିକ ବୁଥ୍ ରହିଛି କମିଶନରେଟ ପୋଲିସ ଅଧିନରେ। ପୋଲିସ ଫୋର୍ସ ସମେତ ଉଣେଇଶିଟି ଫ୍ଲାଇଙ୍ଗ ସ୍କ୍ବାର୍ଡ, ଉଣେଇଶଟି ଷ୍ଟାର୍ଟିକ ସର୍ଭେଲାନ୍ସ   ଟିମକୁ ନିୟୋଜିତ କରାଯାଇଛି। ଏଥି ସହ ସ୍ଵତନ୍ତ୍ର ଲାଇଭ ଲୋକେସନର ମଧ୍ୟ ବ୍ୟବସ୍ଥା କରାଯାଇଛି। ଏଥିସହ ସହରକୁ ସଂଯୋଗ କରୁଥିବା 12ଟି ସ୍ଥାନରେ ଚେକ୍ ପୋଷ୍ଟ କରାଯାଇ ଚେକିଂ ବ୍ଲକିଂ କରାଯାଉଥିବା କହିଛନ୍ତି ଡିସିପି। 

କଟକ ସହରରେ ନିର୍ବାଚନ ସମୟରେ ଅପ୍ରିତିକର ପରିସ୍ଥିତିକୁ ଏଡାଇବା ପାଇଁ ସମସ୍ତ ଥାନାରେ ଷ୍ଟ୍ରାଇକିଂ ଫୋର୍ସ ଙ୍କ ରିଜର୍ଭ ରଖାଯାଇଛି।

ବିଜେଡି ଦଳରୁ ଇସ୍ତଫା ଦେଲେ ଭୋଗରାଇର ବରିଷ୍ଠ ବିଜେଡ଼ି ନେତା ଅଚ୍ୟୁତାନନ୍ଦ ଦାସ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.