ବ୍ୟବସାୟୀଙ୍କ ଠାରୁ ରୁପା ଭର୍ତ୍ତି ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ଛାନଭିନ

Published By : Prameya-News7 Bureau | May 24, 2024 IST

ବାଲିଗୁଡା ୨୪।୫: କନ୍ଧମାଳ ଜିଲ୍ଲା ବାଲିଗୁଡାରେ ଡ଼କାୟତି l ସ୍ପଷ୍ଟ ଦିବାଲୋକରେ ବାଲିଗୁଡ଼ା ବଜାରରୁ ଝାମ୍ପି ନେଲେ ରୁପା ଭର୍ତ୍ତି ବ୍ୟାଗ୍ l ପାଟଖଣ୍ଡା ସାହିର ରୁପା ବ୍ୟବସାୟୀଙ୍କ ସନ୍ନ୍ୟାସୀ ନାୟକଙ୍କ ଠାରୁ ଲୁଟିନେଲେ ରୁପା ଭର୍ତ୍ତି ବ୍ୟାଗ । ତିନି ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ରୁପା ଭର୍ତ୍ତି ବ୍ୟାଗ ଛଡାଇ ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ସନ୍ନ୍ୟାସୀ ନାୟକ । ଯାହାର  ଆନୁମାନିକ ମୂଲ୍ୟ ପ୍ରାୟ ୭ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି । ଦୁର୍ବୃତ୍ତଙ୍କୁ ଧରିବାକୁ ପୋଲିସ ଛାନଭିନ୍ ଜାରି ରହିଛି l ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ତିନି ଜଣିଆ ଡ଼କାୟତି ଗ୍ୟାଙ୍ଗକୁ ଧରିବାକୁ ପୋଲିସ ପ୍ରୟାସ ଚଳାଇଛି l

You Can Read :

ପୋଷ୍ଟାଲ ବାଲଟ୍‌ରେ ଭୋଟ୍ ଦେଲେ ପୋଲିଂ କର୍ମଚାରୀ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.