ଭୁବନ ୨୪।୫: ଭାଲୁ ଆକ୍ରମଣରେ ଯୁବକ ଗୁରୁତର । ଗୁରୁତର ଯୁବକ ଅନୁଗୋଳ ଅଞ୍ଚଳର ଶାବଳ ଭଙ୍ଗା ଗ୍ରାମର ଜୋମି ଓକାନ ୧୯ ବର୍ଷ ବୋଲି ଜଣାପଡିଛି । ତେବେ ଯୁବକ ଜଣକ ତାଳଚେର ସ୍ଥିତ କାହ୍ନା ଫୁଡ ପ୍ରଡକ୍ଟ ପ୍ରାଇଭେଟ କମ୍ପାନୀରେ ସେଲସମ୍ୟାନ୍ ଭାବରେ କାର୍ଯ୍ୟ କରୁଥିଲେ । ଶୁକ୍ରବାର ଏକ ଟାଟା ଏସି ଗାଡି ନେଇ ଡ୍ରାଇଭର ସହିତ ଭୁବନ ଥାନା ଆନ୍ତର୍ଗତ ନୂଆଭୁବନର ଏକ ବାଦାମ ମିଲକୁ ଚିନାବାଦାମ ନେବାକୁ ଆସିଥିଲେ । ଗାଡିରେ ବାଦାମ ବସ୍ତା ଲୋଡକରି ପରିସ୍ରା ନିମନ୍ତେ ମିଲର ପଛପଟକୁ ଯାଇ ଭାଲୁ ହାବୁଡରେ ପଡିଯାଇଥିଲେ । ଯୁବକଙ୍କ ଚିତ୍କାର ଶୁଣି ମିଲ୍ କର୍ମଚାରୀ ଯୁବକଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରାଇଥିଲେ । ଯୁବକଙ୍କୁ ଦୁଇ ହାତର ବାହୁକୁ ଭାଲୁ କାମୁଡି ରକ୍ତାକ୍ତ କରିଥିବା ଜଣାପଡିଛି ।
You Can Read :
ବ୍ୟବସାୟୀଙ୍କ ଠାରୁ ରୁପା ଭର୍ତ୍ତି ବ୍ୟାଗ୍ ଲୁଟିନେଲେ ଦୁର୍ବୃତ୍ତ, ପୋଲିସର ଛାନଭିନ