ଯାଜପୁର ୭।୧୨: ପିହୁ ମା’ଙ୍କୁ ହତ୍ୟା ଧମକ । ଏ ନେଇ ଥାନାରେ ଏତଲା ଦେଲେ ପିହୁଙ୍କ ମା’ । ଫୋନ୍ ଯୋଗେ ହତ୍ୟା ଧମକ ମିଳିଥିବା ସୂଚନା । ତେବେ ପିହୁ ମା’ଙ୍କୁ କିଏ ଦେଉଛି ହତ୍ୟା ଧମକ ? କାହିଁକି ପିହୁ ମା’ଙ୍କୁ ମାରିଦେବାକୁ କିଏ ଚାହୁଁଛି ? ଏହା ପଛରେ କଣ ରହିଛି କି କିଛି ଷଡ଼ଯନ୍ତ୍ର ? ଏସବୁ ପ୍ରଶ୍ନ ଭିତରେ ତଦନ୍ତ ଆରମ୍ଭ କରିଛି ବିଞ୍ଝାରପୁର ଥାନା ପୋଲିସ ।

ସୂଚନାଯୋଗ୍ୟ ଯେ, ଯାଜପୁର ଜିଲ୍ଲା ବିଞ୍ଝାରପୁର ଥାନା ମଧୁସୂଦନପୁର ଗାଁର ନିଖୋଜ ନାବାଳିକା ପିହୁର ମା’ ମୋନାଲିସା ନାୟକଙ୍କୁ ହତ୍ୟା ଧମକ ମିଳିଥିବା ନେଇ ଅଭିଯୋଗ ହୋଇଛି । ଏ ନେଇ ସେ ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କୁ କେହି ଫୋନ୍ ଯୋଗେ ହତ୍ୟା ଧମକ ଦେଇଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ବିଞ୍ଝାରପୁର ଥାନା ପୋଲିସ ।