LIVE TV

ଆଉ ଚାଲିବନି ଆମେରିକାର ଦାଦା ଗିରି: ମାଇକ୍ରୋସଫ୍ଟ ଓ ହ୍ୱାଟ୍ସଆପ୍‌କୁ ଟକ୍କର ଦେବାକୁ ଆସିଗଲା ଭାରତର ଜୋହୋ: ମନ୍ତ୍ରୀ କହିଲେ ଆପଣାଅ ସ୍ୱଦେଶୀ  

NEWS7
Zoho, a homegrown software platform

ନୂଆଦିଲ୍ଲୀ: ଜୋହୋ.... ବର୍ତ୍ତମାନ ଏହି ନାଁକୁ ନେଇ ସାରା ଦେଶରେ ଚର୍ଚ୍ଚା। ବଡ଼ ଆଇଟି କମ୍ପାନୀ ଲିଡରଙ୍କ ଠାରୁ ଆରମ୍ଭ କରି କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରୀ ଏବେ ଜୋହୋ ପ୍ରଶଂସାରେ ଶତମୁଖ। କିଏ କହୁଛି ଜୋହୋ ଆମେରିକା କମ୍ପାନୀର ଅସ୍ତିତ୍ୱ ନଷ୍ଟ କରିଦେବ ତ ଆଉ କିଏ କହୁଛନ୍ତି ଆତ୍ମନିର୍ଭର ଭାରତ ଉଦ୍ୟମର ଏକ ବଡ଼ ସଫଳା ମିଳିଛି। କେନ୍ଦ୍ରମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଖୋଦ୍‌ ଜୋହୋ ଆପଣାଇଛନ୍ତି। ପୁଣି ଧର୍ମେନ୍ଦ୍ର ପ୍ରଧାନ ବି ଏହାକୁ ଆପଣାଇବାକୁ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏହି ଟେକ୍ନୋଲୋଜୀ କମ୍ପାନୀ ଜୋହୋ ଏବେ ଆମେରିକାର ମାଇକ୍ରୋସଫ୍ଟକୁ ଚ୍ୟାଲେଞ୍ଜ୍ କରିଛି। ଖାଲି ମାଇକ୍ରୋସଫ୍ଟ ନୁହେଁ ଭାରତରେ ହ୍ୱାଟ୍ସଆପ କାରବାର ବି ଏବେ ବିପଦରେ। ପଢ଼ନ୍ତୁ ରିପୋର୍ଟ

ସେପ୍ଟେମ୍ବର ୨୨ ତାରିଖରେ କେନ୍ଦ୍ର ଆଇଟି ଓ ରେଳ ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଏକ୍ସର ଏକ ପୋଷ୍ଟ କଲେ ଯେଉଁଥିରେ ସେ ଘୋଷଣା କଲେ ଯେ ମୁଁ ଆଜି ଠାରୁ ଡକ୍ୟୁମେଣ୍ଟ, ସ୍ପ୍ରେସଶିଟ୍ ଓ ପ୍ରେଜେଣ୍ଟେସନ ଯୋଗାଉଥିବା ଆମର ସ୍ୱଦେଶୀ ପ୍ଲାଟଫର୍ମ ଜୋହୋକୁ ଆପଣାଇଲି ଆପଣ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ସ୍ୱେଦେଶୀ ଡାକରାରେ ଯୋଗ ଦେଇ ଭାରତୀୟ ଉତ୍ପାଦ ଓ ସେବାକୁ ଆପଣାନ୍ତୁ ବାସ ଏହାପରେ ଜୋହୋକୁ ନେଇ ମିଡିଆ, ସୋସିଆଲ୍ ମିଡିଆ ସବୁଆଡ଼େ ଖବର ଓ ଚର୍ଚ୍ଚା ଆରମ୍ଭ ହୋଇଗଲା ଗତ କିଛିଦିନ ହେବ ଏନେଇ ବିଭିନ୍ନ ମିଡିଆରେ ଖବର ମଧ୍ୟ ଜାରି ରହିଛି ଏବଂ ଏହା ଆଇମେରିକା କମ୍ପାନୀ ମାଇକ୍ରୋସଫ୍ଟ ଓ ହ୍ୱାଟ୍ଶଆପ୍କୁ ବି ଟକ୍କର ଦେଇପାରେ ବୋଲି କୁହାଯାଉଛି ତେବେ ଆସନ୍ତୁ ଏହି ଭାରତୀୟ କମ୍ପାନୀ ବିଷୟରେ ସମ୍ପୂର୍ଣ୍ଣ ତଥ୍ୟ ଜାଣିବା

ଜୋହୋ କର୍ପୋରେସନ ଏକ ଭାରତୀୟ ବହୁରାଷ୍ଟ୍ରୀୟ ଟେକ୍ନୋଲୋଜୀ କମ୍ପାନୀ ଯାହା ବ୍ୟବସାୟିକ ସଫ୍ଟୱେର୍ ଏବଂ ୱେବ୍-ଆଧାରିତ ଉପକରଣ ତିଆରି କରେ। କମ୍ପାନୀ ଏହାର ଜୋହୋ ଅଫିସ୍ ସୁଇଟ ଅର୍ଥାତ୍ ଅନଲାଇନ୍ ଅଫିସ୍ ସୁଟ୍ ସର୍ଭିସ୍ ପାଇଁ ପ୍ରସିଦ୍ଧ। ଏହା ଆଜିର ନୁହେଁ ୨୯ ବର୍ଷ ତଳର କମ୍ପାନୀ ୧୯୯୬ ମସିହାରେ ତାମିଲନାଡୁର ଶ୍ରୀଧର ଭେମ୍ବୁ ଏବଂ ଟୋନି ଥୋମାସ ଏହାର ପ୍ରତିଷ୍ଠା କରିଥିଲେ କମ୍ପାନୀର ମୁଖ୍ୟାଳୟ ତାମିଲନାଡୁର ଚେନ୍ନାଇରେ ଏବଂ ଆମେରିକାର ଏହାର ମୁଖ୍ୟାଳୟ ଟେକ୍ସାସର ଅଷ୍ଟିନ୍ରେ ରହିଛିଏହା ବାଦ ୯ଟି ଦେଶରେ କମ୍ପାନୀର କାର୍ଯ୍ୟାଳୟ ରହିଛି

ଜୋହୋ ଏହାର କ୍ଲାଏଣ୍ଟ କମ୍ପାନୀଗୁଡ଼ିକୁ ଇମେଲ୍, ଆକାଉଣ୍ଟିଂ, ଏଚଆର, ପ୍ରୋଜେକ୍ଟ ମ୍ୟାନେଜମେଣ୍ଟ, ସିଆରଏମ ଏବଂ ଅନ୍ୟାନ୍ୟ ୫୫ ରୁ ଅଧିକ କ୍ଲାଉଡ୍-ଆଧାରିତ ବ୍ୟବସାୟ ଉପକରଣ ପ୍ରଦାନ କରେ। ଏକ ରିପୋର୍ଟ ଅନୁଯାୟୀ, ୧୫୦ ଦେଶର ୧୦୦ ନିୟୁତ ଉପଭୋକ୍ତା ଜୋହୋ ଆପ୍ ବ୍ୟବହାର କରନ୍ତି। ଲୋକପ୍ରିୟ ଜୋହୋ ସେବାଗୁଡ଼ିକ ମଧ୍ୟରେ ଜୋହୋ ପ୍ରଡକ୍ଟିଭିଟ ଆପ୍, ଜୋହୋ ଅଫିସ୍ ସୁଇଟ୍ ପ୍ୟାକେଜ୍, ଜୋହୋ ମେଲ୍ ଏବଂ ଜୋହୋ କ୍ୟାଲେଣ୍ଡର ଆଦି ରହିଛି

ଜୋହୋ ଆପ୍‌ର ଏହି ବିଶେଷତ୍ୱଗୁଡ଼ିକରେ ପ୍ରଭାବିତ ହୋଇ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମାଇକ୍ରୋସଫ୍ଟ ଅଫିସ୍ ଏବଂ ଗୁଗୁଲ୍ ଡକ୍ସ ବଦଳରେ ଏହାକୁ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି। ସେ ଏହାକୁ ଟ୍ୱିଟରରେ ଘୋଷଣା ମଧ୍ୟ କରିଥିଲେ। ଆଇଟି ମନ୍ତ୍ରୀ ଟ୍ୱିଟର ଏହି ଘୋଷଣା ପରେ ଏହାର ସଂସ୍ଥାପକ ଶ୍ରୀଧର ଭେମ୍ବୁ ତାଙ୍କୁ ଧନ୍ୟବାଦ ବି ଦେଇଥିଲେ। (ଅଶ୍ୱିନୀ ବୈଷ୍ଣବ ଟ୍ୱିଟର ଭିଡିଓ, ଏନଏନଆଇରୁ ଅଣାଯିବ)

୨୯ ବର୍ଷର ତଳର ଏହି କମ୍ପାନୀକୁ ନେଇ ଏବେ ଏତେ ଚର୍ଚ୍ଚା କାହିଁକି ? ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହାର ସଂସ୍ଥାପକ ଶ୍ରୀଧର ଭେମ୍ବୁଙ୍କର ଏହି କମ୍ପାନୀର ମାତ୍ର ୫% ପ୍ରତିଶତ ଶେୟାର ରହିଛି। ତେବେ ବାକି ଶେୟାର କାହାର? ଏହି କମ୍ପାନୀର ମାର୍କେଟ ଭାଲ୍ୟୁ ବର୍ତ୍ତମାନ କେତେ? କଣ ରହିଛି ଏହାର ଇତିହାସ ଆସନ୍ତୁ ଜାଣିବା।

୨୦୨୩ ସୁଦ୍ଧା, ଶ୍ରୀଧର ଭେମ୍ବୁଙ୍କ ଭଉଣୀ ରାଧା ଭେମ୍ବୁଙ୍କର କମ୍ପାନୀରେ ୪୭.୮% ଅଂଶଧନ ରହିଛି ଏବଂ ତାଙ୍କ ଭାଇ ଶେଖର ଭେମ୍ବୁଙ୍କର ୩୫.୨% ଅଂଶଧନ ରହିଛିସେହିପରି ସହ-ପ୍ରତିଷ୍ଠାତା ଟୋନି ଥମାସଙ୍କର ୮% ଶେୟାର ରହିଥିବା ବେଳେ ଶ୍ରୀଧର ଭେମ୍ବୁଙ୍କର ରହିଛି ମାତ୍ର ୫% ଶେୟାର। ମାନେ ଏହାର ସଂସ୍ଥାପକ କମ୍ପାନୀର ମାତ୍ର ୫ ପ୍ରତିଶତ ଅଂଶର ମାଲିକ। କମ୍ପାନୀଟି ୧୯୯୬ ମସିହାରେ ଆମେରିକାର ନ୍ୟୁ ଜର୍ସିରେ ଆଡଭେଣ୍ଟନେଟ୍, ଇନକର୍ପୋରେଟେଡ୍ ନାମରେ ପ୍ରତିଷ୍ଠା କରାଯାଇଥିଲାପ୍ରଥମେ ଏହି କମ୍ପାନୀ ନେଟୱାର୍କ ମ୍ୟାନେଜମେଣ୍ଟ ସଫ୍ଟୱେର୍ ଉପରେ କାମ କରୁଥିଲା

୨୦୦୧ ମସିହାରେ, କମ୍ପାନୀ ଜାପାନରେ ବିସ୍ତାର କଲା ଏବଂ କ୍ଷୁଦ୍ର ଏବଂ ମଧ୍ୟମ ବ୍ୟବସାୟ (SMB) ଉପରେ ଗୁରୁତ୍ୱ ଦେଲା୨୦୦୫ ମସିହାରେ ଜୋହୋ CRM ଏବଂ ଜୋହୋ ରାଇଟର (ପ୍ରଥମ ଅଫିସ୍ ସୁଇଟ୍ ପ୍ରଡକ୍ଟ) ଲଞ୍ଚ ହେଲା୨୦୦୬ ମସିହାରେ ଜୋହୋ ପ୍ରୋଜେକ୍ଟ, କ୍ରିଏଟର୍, ସିଟ୍ ଏବଂ ଶୋ ଆରମ୍ଭ ହୋଇଥିଲା। ୨୦୦୭ ମସିହାରେ, କମ୍ପାନୀ ଜୋହୋ ଡକ୍ସ ଏବଂ ଜୋହୋ ମିଟିଂ ଭଳି ଉପକରଣ ଲଞ୍ଚ କଲା୨୦୦୮ ସୁଦ୍ଧା, କମ୍ପାନୀ ଇନଭଏସ୍ ଏବଂ ମେଲ୍ ଆପ୍ଲିକେସନ୍ ଆରମ୍ଭ କରିଥିଲା ​​ଏବଂ ଅଗଷ୍ଟ ସୁଦ୍ଧା ଏହାର ଉପଭୋକ୍ତା ସଂଖ୍ୟା ୧ ନିୟୁତରେ ପହଞ୍ଚିଥିଲା। ୨୭ ମଇ ୨୦୦୯ ମସିହାରେ, କମ୍ପାନୀ ଏହାର ନାମ ଜୋହୋ କର୍ପୋରେସନକୁ ବଦଳିଗଲା

ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁସାରେ, ୨୦୧୭ ମସିହାରେ ଜୋହୋ କମ୍ପାନୀ ଜୋହୋ ଓାନ ନାମକ ୪୦ ରୁ ଅଧିକ ଇଣ୍ଟିଗ୍ରେଟେଡ୍ ଆପ୍ଲିକେସନ୍‌ର ସୁଇଟ୍‌ ଲଞ୍ଚ କରିଥିଲା। ୨୦୨୧ ସୁଦ୍ଧା ଏଥିରେ ୫୦ ଟି ଆପ୍ଲିକେସନ୍‌କୁ ବୃଦ୍ଧି ପାଇଥିଲା। ୨୦୨୨ ସୁଦ୍ଧା, କମ୍ପାନୀ ୧୬୦ ରୁ ଅଧିକ ଦେଶରେ ୫୦,୦୦୦ ରୁ ଅଧିକ ସଂଗଠନ ସହିତ କାମ କରୁଥିଲା। ଜାନୁଆରୀ ୨୦୨୦ ସୁଦ୍ଧା, ଜୋହୋର ୫୦ ନିୟୁତ ଉପଭୋକ୍ତା ଥିଲେ। ଜୁଲାଇ ୨୦୨୨ ସୁଦ୍ଧା, ଏହି ସଂଖ୍ୟା ୮୦ ନିୟୁତରୁ ଅଧିକ ହୋଇଯାଇଥିଲା।

ଅନ୍ୟ କମ୍ପାନୀଗୁଡ଼ିକ ସେଲ୍ସ, ଆକାଉଣ୍ଟିଂ, ମାର୍କେଟିଂ, ଟିମ ମ୍ୟାନେଜମେଣ୍ଟ ଏବଂ ଇମେଲ୍ ମ୍ୟାନେଜମେଣ୍ଟ ପାଇଁ ଜୋହୋ ଟୁଲ୍ସର ବ୍ୟବହାର କରନ୍ତି। ଜୋହୋ ବହୁତ କମ୍ ଦାମରେ ଗୋଟିଏ ପ୍ଲାଟଫର୍ମରେ ବିଭିନ୍ନ ପ୍ରକାରର ଟ୍ଲୁସ ପ୍ରଦାନ କରୁଛି ତେଣୁ ବର୍ତ୍ତମାନ ଏହି ଭାରତୀୟ କମ୍ପାନୀ ବିଶ୍ୱ ସ୍ତରରେ କାର୍ଯ୍ୟ କରିବା ସହ ମାଇକ୍ରୋସଫ୍ଟ ଏବଂ ଗୁଗୁଲ୍ ଭଳି ବିଶାଳ ଟେକ୍‌ କମ୍ପାନୀକୁ ଟକ୍କର ଦେଉଛି।

ଜୋହୋ ବ୍ୟବସାୟ ଏବଂ ବ୍ୟକ୍ତିଗତ କାର୍ଯ୍ୟକୁ ସରଳ କରୁଥିବା ଉପକରଣ ପ୍ରଦାନ କରେ। ଜୋହୋ CRM ଉପକରଣ କମ୍ପାନୀଗୁଡ଼ିକୁ ଗ୍ରାହକ ସୂଚନା ଏବଂ ସେଲ୍ସ ମ୍ୟାନେଜ୍ କରିବାରା ସାହାଯ୍ୟ କରେ। ଜୋହୋ ମେଲ୍ ମାଧ୍ୟମରେ ବିନା ବିଜ୍ଞାପନରେ ସୁରକ୍ଷିତ ଭାବରେ ଇମେଲ ମ୍ୟାନେଜ୍ କରାଯାଇପାରେ।  ଜୋହୋ ବୁକ୍ସ ଆକାଉଣ୍ଟିଂ ଏବଂ ବିଲିଂ ପାଇଁ ବ୍ୟବହୃତ ହୁଏ। ଜୋହୋ ମିଟିଂ ଅନଲାଇନ୍ ମିଟଂ ପାଇଁ ବ୍ୟବହୃତ ହୁଏ। ଏହି ଟୁଲ୍ସ ଗୁଡ଼ିକ ଶସ୍ତା ହେବା ସହିତ  ଗୋଟିଏ ପ୍ଲାଟଫର୍ମ ପରସ୍ପର ସହିତ ଜଡ଼ିତ ରୁହନ୍ତି

ସେହିଭଲି ହ୍ୱାଟ୍ସଆପ୍‌କୁ ଟକ୍କର ଦେବାକୁ ଜୋହୋ ଏକ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଅରାଟାଇ ଲଞ୍ଚ କରିଛି। ଯାହାର ପ୍ରଶଂସା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରି ସାରିଛନ୍ତି ସ୍ୱଦେଶୀକୁ ଗୁରୁତ୍ୱ ଦେଇ ଅରଟାଇକୁ ବ୍ୟବହାର କରିବାକୁ ଆହ୍ୱାନ ଦେଇଛନ୍ତି ଧର୍ମେନ୍ଦ୍ର ଜୋହୋ ଦ୍ୱାରା ବିକଶିତ ଅରଟ୍ଟାଇ ଇନଷ୍ଟାଣ୍ଟ ମେସେଜିଂ ଆପ୍ ଏହା ସମ୍ପୂର୍ଣ୍ଣ ମାଗଣା ବ୍ୟବହାର କରିବାକୁ ସହଜ, ସୁରକ୍ଷିତ, ନିରାପଦ ଏବଂ 'ଭାରତରେ ତିଆରି ହୋଇଛି ବୋଲି ଧର୍ମେନ୍ଦ୍ର ଲେଖିଛନ୍ତି ଏବଂ ଏହାକୁ ଡାଉନଲୋଡ୍ କରିବାକୁ ସେ ଟ୍ୱିଟ୍ରରେ ଏହାର ଲିଙ୍କ ମଧ୍ୟ ଦେଇଛନ୍ତି

ପ୍ରଧାନମନ୍ତ୍ରୀ ମୋଦୀଙ୍କର ସ୍ୱଦେଶୀ ଡାକରାରେ ସାମିଲ ହୋଇ ଆପଣ ବି ଜୋହୋର ସର୍ଭିସ୍‌କୁ ବ୍ୟବହାର ପାରିବେ। ଏହା ଖୁବ ସହଜ। ଏଥିପାଇଁ ଆପଣଙ୍କୁ ଗୁଗଲରେ ଜୋହୋ ସର୍ଚ୍ଚ କରି ଏହାର ଅଫିସିଆଲ୍ ୱେବସାଇଟ୍‌କୁ ଯିବାକୁ ପଡ଼ିବ।। ତାପରେ ଆଉ କଣ ସବୁ କରିବାକୁ ପଡ଼ିବ ଜାଣନ୍ତୁ। 

ଜୋହୋ ଅଫିସିଆଲ୍ ୱେବ୍ସାଇଟରେ ଆପଣ ନିଜର ଆକାଉଣ୍ଟ ତିଆରି କରିବା ପରେ ଏକ ଡାସବୋର୍ଡ ଆକ୍ସେସ କରିପାରିବ ଏହି ଡ୍ୟାସବୋର୍ଡରେ ଜୋହୋ ମେଲ୍, ଜୋହୋ CRM କିମ୍ବା ଜୋହୋ ବୁକ୍ସ ଇତ୍ୟାଦି ଅନେକ ଟୁଲ୍ସ ଉପଲବ୍ଧ ହେବ। ଆପଣ ଆପଣଙ୍କ ଆବଶ୍ୟକତା  ଅନୁସାରେ ଟୁଲ୍ସ ବାଛି କାମ କରିପାରିବେ। ଯଦି ଆପଣଙ୍କୁ ଇମେଲ୍ ଆବଶ୍ୟକ, ତେବେ Zoho ମେଲ୍ ସେଟ କରନ୍ତୁ; ଯଦି ଆପଣ ଆପଣଙ୍କ ଗ୍ରାହକମାନଙ୍କର ଟ୍ରାକ୍ ରଖିବାକୁ ଚାହାଁନ୍ତି, ତେବେ CRM ଟୁଲ୍ସର ବ୍ୟବହାର କରନ୍ତୁ। ଏହାର ପ୍ରତ୍ୟେକ ଟୁଲ୍ସରେ ଏକ ସରଳ ଇଣ୍ଟରଫେସ୍ ରହିଛି, ଏବଂ ବେସିକ ଫିଚର୍ସ ଜାଣିବ ପାଇଁ ଏକ ଗାଇଡ୍ ବି ଦିଆଯାଇଛି। ନୂଆ ୟୁଜର ଫ୍ରି ପ୍ଲାନ୍‌ରୁ ଆରମ୍ଭ କରି ଧୀରେ ଧୀରେ ଆଡଭାନ୍ସ ଫିଚର୍ସ ପାଇଁ ପେଡ୍ ପ୍ଲାନ୍ ନେଇପାରିବେ। ଆପଣ ଜାଣି ରଖୁନ୍ତୁ ଯେ Amazon, Tata Play, ଏବଂ Zomato ପରି କମ୍ପାନୀଗୁଡ଼ିକ ପୂର୍ବରୁ ଜୋହୋର ସର୍ଭିସ ବ୍ୟବହାର କରୁଛନ୍ତି।