ବେରୁଟ ୨୩।୧୧: ଇସ୍ରାଏଲ ଡିଫେନ୍ସ ଫୋର୍ସ (ଆଇଡିଏଫ) ରବିବାର ଲେବାନନ ବେରୁଟରେ ହିଜବୁଲ୍ଲାହ ଟପ ଲିଡର ହେଥମ ତବାତବାଈଙ୍କୁ ଟାର୍ଗେଟ୍ କରି ଭୀଷଣ ଆକ୍ରମଣ କରିଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ବେରୁଟର ମଝାମଝି ହିଜବୁଲ୍ଲାହ ଚିଫ୍ ଅଫ ଷ୍ଟାଫକୁ ଟାର୍ଗେଟ୍ କିର ଆକ୍ରମଣ କରାଯାଇଛି, ଯିଏ ସଙ୍ଗଠନ କୁ ପୁଣି ଛିଡା କରିବା ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ କରିବାକୁ ଉଦ୍ୟମ କରୁଥିଲେ।

ଟାଇମ୍ସ ଅଫ ଇସ୍ରାଏଲ ରିପୋର୍ଟ ଅନୁସାରେ ତବାତବାଈ ଯିଏ ହିଜବୁଲ୍ଲାହର ଅସଲ ଚିଫ ଅଫ ଷ୍ଟାଫ ସେକ୍ରେଟାରୀ ଜେନେରାଲ ନଈମ୍ କାସୀମଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହନ୍ତି। ହିଜବୁଲ୍ଲାହ ତାର ଏକ ଟପ ଲିଡରଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରାଯାଇଥିବା ପୁଷ୍ଟି କରିଛି, ହେଲେ ସମ୍ପୃକ୍ତ ବ୍ୟକ୍ତିଙ୍କ ପରିଚୟ ଗୋପନ ରଖିଛି। ନ୍ୟୁଜ୍ ଏଜେନ୍ସୀ ଏପିଏଫ ହିଜବୁଲ୍ଲା ଅଧିକାରୀ ମହମଦ କୋମାତୀଙ୍କ ସୂତ୍ରରୁ କହିଛି ଯେ ‘’ଟାର୍ଗେଟ୍ ସ୍ପଷ୍ଟ ରୂପେ ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କୁ ଲକ୍ଷ୍ୟ କରି କରାଯାଇଥିଲା, ତେବେ ଫଳାଫଳ କଣ ହୋଇଛି ଜଣା ନାହିଁ’। ହେଲେ ଏହି ଆକ୍ରମଣ ଏକ ନୂଆ ରେଡ ଲାଇନକୁ ପାର କରିଯାଇଥିବା ସେ କହିଛନ୍ତି।

ଲେବାନନ ହେଲଥ୍ ମିନିଷ୍ଟ୍ରି ଅନୁସାରେ ଆଇଡିଏଫର ଏହି ଆକ୍ରମଣରେ ଜଣକର ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି। ହିଜବୁଲ୍ଲା ସାଂସଦ ଅଲୀ ଅମ୍ମାର କହିଛନ୍ତି ଯେ ଏହା ନିଶ୍ଚିତ ରୂପେ ଏକ ଆବାସୀୟ ଅଞ୍ଚଳ ଏଠାରେ କୌଣସି ମିଲେଟ୍ରିର ଉପସ୍ଥିତି ନାହିଁ। ତେବେ ଆଇଡିଏଫ କହିଛି ଯେ ବେରୁଟରେ ଏକ ଖାସ ହିଜବୁଲ୍ଲାହ ଆତଙ୍କବାଦୀ ଉପରେ ସଠିକ ଆକ୍ରମଣ କରାଯାଇଛି। ୫ ଜୁନ ପରେ ବେରୁଟରେ ଏହା ଇସ୍ରାଏଲର ଦ୍ୱିତୀୟ ଆକ୍ରମଣ।