ଯୁଦ୍ଧ ବିରାମ ପାଇଁ ଶେଷ ସୁଯୋଗ; ହମାସକୁ ଇସ୍ରାଏଲର ନୂଆ ପ୍ରସ୍ତାବ, ବିସ୍ଫୋରଣରେ ୨୨ ମୃତ

Published By : Prameya-News7 Bureau | April 28, 2024 IST

ନୂଆଦିଲ୍ଲୀ: ଗାଜା ପଟ୍ଟୀରେ ଇସ୍ରାଏଲ ଓ ହମାସ ମଧ୍ୟରେ ୨୦୦ ଦିନକୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି । ଏପର୍ଯ୍ୟନ୍ତ ହମାସ୍ ଆତଙ୍କୀ ସଂଗଠନ ହାର୍ ମାନୁଛି ନା ଇସ୍ରାଏଲ୍ ଆକ୍ରମଣରୁ ବିରତି ନେଉଛି । ଇସ୍ରାଏଲ ଓ ହମାସ୍ ମଧ୍ୟରେ ଅସ୍ତ୍ରବିରତି ଆଲୋଚନା ଚାଲୁଛି ମାତ୍ର ଏହା ସଫଳ ହେଇପାରୁନାହିଁ । ଗତ ଶନିବାର ହମାସ୍, ଇସ୍ରାଏଲ ବନ୍ଧକଙ୍କ ଏକ ନୂଆ ଭିଡିଓ ଜାରି କରିଛି । ଯାହାକୁ ନେଇ ଚିହିଙ୍କି ଉଠିଛି ଜେରୁଜେଲମ୍ । ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ହମାସକୁ ଯୁଦ୍ଧ ବିରାମ ଅଫର୍ ଦେବା ସହିତ ଏହାକୁ ଶେଷ ସୁଯୋଗ ବୋଲି କହିଛନ୍ତି । ସେପଟେ ଆଇଡିଏଫ୍ ମଧ୍ୟ ଓ ଦକ୍ଷିଣ ଗାଜାରେ ଜୋରଦାର ହମଲା କରିଛି । ଇସ୍ରାଏଲୀ ସେନାର ବୋମା ବିସ୍ପୋରଣରେ ୨୨ଜଣଙ୍କ ମୃତ୍ୟୁ ହୋଇଛି ।  

ଇସ୍ରାଏଲ ଦ୍ବାରା ଦିଆଯାଇଥିବା ପ୍ରସ୍ତାବକୁ ନେଇ ପାଲେଷ୍ଟାୟୀନ ଚରମପନ୍ଥୀ ସମୂହ ହମାସ୍ କହିଛି, ଗାଜାରେ ଯୁଦ୍ଧବିରତକୁ ନେଇ ଆସିଥିବା ଅଫର ଉପରେ ଇସ୍ରାଏଲ୍ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିଛି ଏବଂ ଜବାବ ଦେବା ପୂର୍ବରୁ ହମାସ୍ ଏହାର ଅଧ୍ୟୟନ କରିବ । ଗାଜା ଉପ-ମୁଖ୍ୟ ଖଲିଲ୍ ଅଲ-ହୟା ଏକ ବୟାନରେ କହିଛନ୍ତି, ଏପ୍ରିଲ୍ ୧୩ରେ ହମାସକୁ ମିଶ୍ର ଏବଂ କତର ମଧ୍ୟତସ୍ଥାର ପ୍ରମୁଖ ପ୍ରସ୍ତାବ ମିଳିଛି । 

ଗାଜା ପଟ୍ଟୀରେ ଇସ୍ରାଏଲ ଓ ହମାସ ମଧ୍ୟରେ ୬ମାସରୁ ଅଧିକ ସମୟ ଧରି ଯୁଦ୍ଧ ଜାରି ରହିଛି । ଏବେ ଯୁଦ୍ଧ ବିରାମ ଆଲୋଚନା ଲଗାତାର ଜାରି ରହିଛି । ଗୋଟିଏ ପଟେ ଆତଙ୍କୀ ସଂଗଠନ ହମାସ୍ ନିଜ ଦାବିରେ ଅଡ଼ି ବସିଛି । ପାଲେଷ୍ଟାୟୀନକୁ ନେଇ କୌଣସି ପ୍ରକାର ବୁଝାମଣା କରିବ ନାହିଁ ବୋଲି କହିଛି । ଅନ୍ୟପଟେ ଦୁଇ ଦେଶ ମଧ୍ୟରେ ମଧ୍ୟସ୍ଥି କରୁଥିବା ଦେଶର ଜେଣ ଅଧିକାରୀ କହିଛନ୍ତି, ଇସ୍ରାଏଲ ପକ୍ଷରୁ ହମାସକୁ କୌଣସି ନୂଆ ପ୍ରସ୍ତାବ ଦିଆଯାଇନାହିଁ । ଏକ କମିଟି ଯୁଦ୍ଧ ବିରାମକୁ ନେଇ ବିଚାର କରୁଛି ।  

  • Israel Hamas war
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.