ବେଲରେ ଜେଲରୁ ବାହାରକୁ ଆସିଥିବା ନେତା ବି ଜାଣିଛନ୍ତି, ମୋଦୀ ହିଁ ଆସିବେ...କେଜ୍ରିୱାଲଙ୍କୁ ନଡ୍ଡାଙ୍କ କଟାକ୍ଷ

Published By : Prameya-News7 Bureau | May 11, 2024 IST

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀର ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିବା ପରେ ଦେଶର ରାଜନୀତି ଉଷ୍ମ ହୋଇଛି । ଜେଲରୁ ବାହାରିବା ପରେ କେଜ୍ରିୱାଲ ମୋଦୀ ସରକାରଙ୍କୁ ନିଶାଣ କରିଛନ୍ତି । ଅନ୍ୟପଟେ କେଜ୍ରିୱାଲକୁ ବିଜେପି ଟାର୍ଗେଟ୍ କରିଛନ୍ତି । ଏହି କ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉଭୟ କେଜ୍ରିୱାଲ ଏବଂ ଇଣ୍ଡି ମେଣ୍ଟକୁ ଟାର୍ଗେଟ୍ କରିଛନ୍ତି । ନଡ୍ଡା ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, 'କେଜ୍ରିୱାଲ ଏବଂ ପୂରା ଇଣ୍ଡି ମେଣ୍ଟ ନିର୍ବାଚନରେ ବିଫଳତାକୁ ନେଇ ବିଚଳିତ ହୋଇଯାଇଛି । ଦେଶକୁ ଭ୍ରମିତ କରିବା ଏମାନଙ୍କ ଉଦ୍ଦେଶ୍ୟ । ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ସବୁଆଡ଼େ ମୋଦୀଙ୍କୁ ଜନତାଙ୍କ ଆଶୀର୍ବାଦ ମିଳୁଛି । ପ୍ରଧାନମନ୍ତ୍ରୀ ଜୀ ସାମନାରେ ଏମାନଙ୍କ କୌଣସି ନା ନୀତି ଅଛି ନା କୌଣସି କାର୍ଯ୍ୟକ୍ରମ ଅଛି । ଏବେ ମୋଦୀ ଜୀଙ୍କ ବୟସ ବାହାନା କରି ରାସ୍ତା ଖୋଜୁଛନ୍ତି ।' 

ନଡ୍ଡା ଲେଖିଛନ୍ତି, 'ଭାରତୀୟ ଜନତା ପାର୍ଟିର ସମ୍ୱିଧାନରେ କୌଣସି ସ୍ଥାନରେ ବୟସକୁ ନେଇ ଏପରି କୌଣସି ବ୍ୟବସ୍ଥା ନାହିଁ । ଜନତା ଜାଣନ୍ତି ମୋଦୀ ଜୀଙ୍କ କଣ-କଣ ଏବଂ ସବୁ ସମୟ ଭାରତ ମାଆଙ୍କ ସେବା ପାଇଁ ସମର୍ପିତ । ମୋଦୀ ଜୀଙ୍କ ନେତୃତ୍ୱରେ ବିକଶିତ ଭାରତର ପରିକଳ୍ପନା ବାସ୍ତବ ହେବାକୁ ଯାଉଛି ଏବଂ ଆଗମୀ ପାଞ୍ଚ ବର୍ଷରେ ମୋଦୀ ଜୀ ଦେଶକୁ ନୂଆ ଶିଖରକୁ ନେଇଯିବେ । ବିରୋଧୀ ଖୁସି ହୁଅନ୍ତୁ ନାହିଁ, କୌଣସି ଭ୍ରମ ନରଖନ୍ତୁ । ମୋଜୀ ଜୀ ଆମ ନେତା ଏବଂ ଆଗକୁ ମଧ୍ୟ ଆମର ନେତୃତ୍ୱ କରିବେ । ସେ କହିଛନ୍ତି ଯେ ଇଣ୍ଡି ମେଣ୍ଟ ଏବଂ ବେଲରେ ଜେଲକୁ ଆସିଥିବା ନେତା ମଧ୍ୟ ଜାଣନ୍ତି ଯେ ମୋଦୀ ହିଁ ଆସିବେ, ମୋଦୀ ହିଁ ରହିବେ, ମୋଦୀ ହିଁ ଭାରତକୁ ମଜଭୁତ କରିବେ ।'

  • Lok Sabha Election 2024
  • Elections 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.