କଣ୍ଟାବାଞ୍ଜିରେ ଭିକେ ପାଣ୍ଡିଆନଙ୍କ ପ୍ରଚାର : କହିଲେ- ପ୍ରଥମ ପର୍ଯ୍ୟାୟରେ ୨୪ରୁ ଅଧିକ ଆସନ ଜିତିବୁ

Published By : Prameya-News7 Bureau | May 12, 2024 IST

ବଲାଙ୍ଗୀର ୧୨।୦୫ : କଣ୍ଟାବାଞ୍ଜି ସଭାରେ  ବିଜେଡିର ବରିଷ୍ଠ ନେତା ଭି.କେ ପାଣ୍ଡିଆନ୍‌ଙ୍କ ଘୋଷଣା । ନବୀନ ବାବୁଙ୍କୁ ୫ଟି ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ପ୍ରସ୍ତାବ ମିଳିଥିଲେ । ହେଲେ ମୁଖ୍ୟ କଣ୍ଟାବାଞ୍ଜି ଆସନକୁ ବାଛିଥିଲେ । ରାଜନୈତିକ ଉଦ୍ଦେଶ୍ୟରେ ନୁହେଁ କଣ୍ଟାବାଞ୍ଜିର ବିକାଶ ପାଇଁ ଠିଆ ହୋଇଛନ୍ତି । ଚଳିତ ବର୍ଷ ⁠ରେକର୍ଡ ମାର୍ଜିନରେ ନବୀନ ବାବୁଙ୍କୁ ଏହି ଆସନରୁ ଆପଣମାନେ ଜିତାଇବେ । ⁠ଜୁଲାଇ ମାସରୁ ବିଜୁଳି ବିଲ ଆସିବ ନାହିଁ ବୋଲି ନବୀନ ବାବୁ କହିଛନ୍ତି । 

ସେହିପରି ବିରୋଧୀ ବି ଟାର୍ଗେଟ କରିଛନ୍ତି ପାଣ୍ଡିଆନ୍‌ । ଆଉ କହିଛନ୍ତି ଯେ, ୨୦୧୯ ରେ ପ୍ରଧାନମନ୍ତ୍ରୀ ଆସିଥିଲେ ପୁଣି 2024ରେ ଆସିଲେ । ⁠ସରକାରକୁ ଆସିଲେ ୩୧୦୦ ଟଙ୍କାରେ ଧାନ କିଣିବେ ବୋଲି କହିଲେ । ହେଲେ ୨୦୧୪ ଓ ୨୦୧୯ରେ ସମାନ କଥା କହିଥିଲେ । ୧୦ ବର୍ଷ କ୍ଷମତାରେ ଥିଲେ କଣ ପାଇଁ କଲେନି ?  ⁠ମାଗଣା ବିଜୁଳି ବିଜେପିର ଦିନରେ ଲଣ୍ଠନ ଦେଖାଇବା ଭଳି । ⁠ଜୁନ ୯ରେ ନବୀନ ବାବୁ ଶପଥ ନେବେ । ଏହାପରେ ପ୍ରଥମ ଦସ୍ତଖତ କରିବେ ଜୁଲାଇ ମାସରୁ ବିଜୁଳି ବିଲ ଆସିବନି ।  ⁠ଡବଲ ଇଂଜିନ ସରକାର ଦିନରେ ଲଣ୍ଠନ ଦେଖାଉଛନ୍ତି ।  ଓଡ଼ିଶାର ୯୦ ପ୍ରତିଶତ ପରିବାର ଉପକୃତ ହେବେ । 


ତେବେ ଆୟୁଷ୍ମାନ ଯୋଜନାରେ ୫ ଲକ୍ଷ ଟଙ୍କା ମିଳୁଛି । ବିଏସ୍‌କେଓ୍ୱାଇରେ ମହିଳାଙ୍କୁ ୧୦ ଲକ୍ଷ ଟଙ୍କା ମିଳୁଛି । ଆୟୁଷ୍ମାନ ଯୋଜନାରେ ଇନ୍ସୁରାନ୍ସ କମ୍ପାନୀ ଟଙ୍କା ପାଉଛନ୍ତି ।  ⁠ନବୀନ ବାବୁଙ୍କ ବିଏସ୍‌କେଓ୍ୱାଇ କାର୍ଡ ଏଟିଏମ୍‌ କାର୍ଡ ଭଳି କାମ କରୁଛି । ⁠ଏହା ନବୀନ ବାବୁଙ୍କ ସରକାର ଓ ଡବଲ ଇଂଜିନ ସରକାର ମଧ୍ୟରେ ଫରକ । କେନ୍ଦ୍ରମନ୍ତ୍ରୀ ଢେଙ୍କାନାଳରୁ ଯାଇ ସମ୍ବଲପୁରରୁ ଠିଆ ହୋଇଛନ୍ତି । ⁠ପ୍ରଧାନମନ୍ତ୍ରୀଙ୍କ କାନ୍ଧରେ ବସି ନିର୍ବାଚନ ଲଢ଼ୁଛନ୍ତି ଓହ୍ଲାଇ ପଡିଲେ ଅମାନତ ହରାଇବେ   ।  ⁠ପ୍ରଥମ ପର୍ଯ୍ୟାୟରେ ବିଜେଡି ୨୪ରୁ ଅଧିକ ଆସନ ଜିତୁଛି । 

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.