ସୋମବାର ଓଡିଶାରେ ପ୍ରଥମ ପର୍ଯ୍ୟାୟ ମତଦାନ, ସୁରକ୍ଷା ପାଇଁ ୧୭ ହଜାର ପୋଲିସ ଫୋର୍ସ ମୁତୟନ-DGP

Published By : Prameya-News7 Bureau | May 12, 2024 IST

ଭୁବନେଶ୍ୱର ୧୨।୦୫ : ରାଜ୍ୟରେ ସୋମବାର ଦିନ ପ୍ରଥମ ପର୍ଯ୍ୟାୟ ମତାଦାନ । ଏଥିପାଇଁ ପ୍ରସ୍ତୁତି ନେଇ ପୋଲିସ ଡିଜିଙ୍କ ପକ୍ଷରୁ ହୋଇଛି ସାମ୍ବାଦିକ ସମ୍ମିଳନୀ । ଏହି ସାମ୍ବାଦିକ ସମ୍ମିଳନୀରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ମତ ରଖିଛନ୍ତି ପୋଲିସ ଡିଜି ।  

ସେ କହିଛନ୍ତି ଯେ, ସୋମବାର ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ୪ ଟି ଲୋକସଭା ଓ ୨୮ ଟି ବିଧାନସଭା ପାଇଁ ଭୋଟ ହେବ। ୯ ଟି ଜିଲ୍ଲାରେ ଥିବା ୭ ହଜାର ୨୯୮ ପୁଲିଂ ବୁଥରେ ମତଦାନ ହେବ। ଏହା ମଧ୍ୟରେ ୫୩୭ ଟି ମାଓବାଦୀ ଇଲାକା ଭିତରେ ସମ୍ବେଦନଶୀଳ ବୁଥ ରହିଛି । ୧୭ ହଜାର ପୋଲିସ ଫୋର୍ସ ଏହି ନିର୍ବାଚନରେ ନିୟୋଜିତ ହେବେ। ୧୦୪ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀ ରହିବେ । ଏହି ୯ ଟି ଜିଲ୍ଲାରେ ୬ ଶହ ମୋବାଇଲ ପେଟ୍ରୋଲିଂ ପାର୍ଟି କାମ କରୁଛି । 

ସେହିପରି ଜିପିଏସ ଜରିଆରେ କଣ୍ଟ୍ରୋଲ ରୁମ କୁ ମନିଟର କରିବ ପେଟ୍ରୋଲିଂ ପାର୍ଟି । ଆଇନ ଶୃଙ୍ଖଳା ରକ୍ଷା ଓ ନିର୍ବାଚନ ପରିଚାଳନା ପାଇଁ ୯ ଟି ଜିଲ୍ଲା ରେ ଥିବା ୫୧ ଟି ଚେକ ପୋଷ୍ଟ ରେ କଡାକଡି ଚେକିଂ ଚାଲିଛି। ସୀମାବର୍ତ୍ତି ଚେକ ପୋଷ୍ଟ ରେ ସମସ୍ତ ଯାନବାହନକୁ ଚେକିଂ କରାଯାଉଛି । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ମୁତାବକ ୨୧୦ ଟି ଫ୍ଲାଇଁ ସ୍କ୍ୱାର୍ଡ ବୁଲୁଛି। ଏହା ବ୍ୟତୀତ ୧୫୫ ଟି ଷ୍ଟାଟିକ ସର୍ଭେଲାନ୍ସ ଟିମ ପରିଭ୍ରମଣ କରୁଛି । ଏହି ୯ ଟି ଜିଲ୍ଲାରେ ୧୫ ଟି ଇଭିଏମ ଷ୍ଟ୍ରଙ୍ଗ ରୁମ ରହିଛି । 

ନକ୍ସଲ ଅଧ୍ୟୁଷିତ ଅଞ୍ଚଳରେ ସ୍ପେଶାଲ ଅପରେସନ କରାଯାଇଛି । ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶ ପୋଲିସ ସହ ଓଡିଶା ପୋଲିସ ଆଲୋଚନା କରିଛି। ଅତିରିକ୍ତ ଡିଜି ଅପରେଶନ ଦେବଦତ୍ତ ସିଂ ଏ ସବୁକୁ ମନିଟର କରୁଛନ୍ତି। ଏକ ଏୟାର ଆମ୍ବୁଲାନ୍ସ ଓ ହେଲିକ୍ୟାପ୍ଟର ତୟାର ରହିଛି। ଜାନୁଆରୀ ପ୍ରଥମ ସପ୍ତାହରୁ ଏପର୍ଯ୍ୟନ୍ତ ୩୩ ହଜାର ୱାରେଣ୍ଟ ଇସ୍ୟୁ ହୋଇଛି। ଦଫା ୧୦୭, ୧୦୯, ୧୧୦ ଜରିଆରେ ଅଭିଯୁକ୍ତଙ୍କୁ ଦମନ କରାଯାଇଛି। ୩୯ ହଜାର ପ୍ରୋସିଡୀଂ ଜରିଆରେ ୪୭ ହଜାର ଲୋକଙ୍କ ଠାରୁ ବଣ୍ଡ ନିଆଯାଇଛି।  ୭ ଜଣଙ୍କୁ NSA ରେ ବୁକ କରାଯାଇଛି। ୨୩୯ ଜଣଙ୍କ ଠାରୁ ବେଆଇନ ଅସ୍ତ୍ର ଶସ୍ତ୍ର ଜବତ କରାଯାଇଛି । 

୩ଟି ବନ୍ଧୁକ ତିଆରି ସ୍ଥାନ ଠାବ କରାଯାଇଛି । ୪ ଲକ୍ଷ ୫୦ ହଜାର ଲିଟର ମଦ ଜବତ କରାଯାଇଛି।  ୨୨ ହଜାର NDPS କେସ ହୋଇଛି। ୭ ହଜାର କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି । ସାଢ଼େ ୪ କେଜି ବ୍ରାଉନସୁଗର କରାଯାଇଛି । ୩୬୫୦ ଲିଟର କଫସିରଫ କରାଯାଇଛି । SST ପକ୍ଷରୁ ଚଢ଼ାଉ କରାଯାଇ ଗାଡି ଭିତରୁ ୪ କୋଟିରୁ ଉର୍ଦ୍ଧ ଟଙ୍କା ବିଭିନ୍ନ ସ୍ଥାନରୁ ଜବତ କରାଯାଇଛି । ସାରା ରାଜ୍ୟରେ ୧୯ ଟି ନିର୍ବାଚନ ସମ୍ବନ୍ଧୀୟ କେସ ରୁଜୁ ହୋଇଥିବା କହିଛନ୍ତି ଡିଜିପି ।

  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.