କଣ୍ଟାବାଞ୍ଜି ଜନସଭାରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ, କହିଲେ- ମୁଁ ଆପଣଙ୍କ MLA ପ୍ରାର୍ଥୀ, ଆପଣମାନେ ଖୁସି ତ ?

Published By : Prameya-News7 Bureau | May 12, 2024 IST

ବଲାଙ୍ଗୀର ୧୨।୦୫: ବଲାଙ୍ଗୀର କଣ୍ଟାବାଞ୍ଜିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର । ପୁଣି ଥରେ ଜନସଭାରେ ବିରୋଧୀଙ୍କୁ ଟାର୍ଗେଟ କରିଲେ ବିଜେଡି ସୁପ୍ରିମୋ । ବିଭିନ୍ନ ଯୋଜନା ନେଇ ବିରୋଧୀ ଦଳଙ୍କୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ । 

ସେ କହିଛନ୍ତି ଯେ, ମୁଁ ଆପଣଙ୍କ ବିଧାୟକ ପ୍ରାର୍ଥୀ । ଆପଣମାନେ ଖୁସି ତ ? ବିରୋଧୀ ଦଳର ନେତାମାନେ ଖାଲି ମିଛ କଥା କହୁଛନ୍ତି । ଖାଲି କୁମ୍ବୀର କାନ୍ଦଣା କାନ୍ଦୁଛନ୍ତି ବିରୋଧୀ । ବିଜେଡି ସରକାର ସବୁବେଳେ ଆପଣଙ୍କ ପାଇଁ କାମ କରୁଛି । ଲୋକ ହିତକାରୀ ଯୋଜନା ବି କରିଛି ।  ଆପଣମାନେ ମୋତେ ଆଶୀର୍ବାଦ କରିବା ସହ ଦଳୀୟ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରି ଶଙ୍ଖ ଚିହ୍ନରେ ଭୋଟ ଦେବାକୁ ଅପିଲ କରିଛନ୍ତି ନବୀନ ।


  • Lok Sabha Election 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.