ମାଲାୟାଲମ୍ ଅଭିନେତ୍ରୀ ବେବି ଗିରିଜାଙ୍କ ଦେହାନ୍ତ, ଇଣ୍ଡଷ୍ଟ୍ରିରେ ଶୋକର ଛାୟା

Published By : Prameya-News7 Bureau | May 12, 2024 IST

ମୁମ୍ଵାଇ ୧୨।୦୫: କିଛି ଦିନ ହେବ ଲଗାତାର ମନୋରଞ୍ଜନ ଶିଳ୍ପରୁ ଦୁଃଖଦ କବର ସାମ୍ନାକୁ ଆସୁଛି। ଏବେ ପୁଣି ପ୍ରଶଂସକକୁ ଶକ୍ତ ଝଟକା ଲାଗିପାରେ । ପ୍ରସିଦ୍ଧ ମାଲାୟାଲମ୍ ଅଭିନେତ୍ରୀ ବେବି ଗିରିଜା ଆଉ ନାହାଁନ୍ତି । ଅଭିନେତ୍ରୀ ତାଙ୍କ ଘରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବେବି ଗିରିଜା ୮୩ ବର୍ଷ ବୟସରେ ଦୁନିଆକୁ ଅଲବିଦା ଦେଇଛନ୍ତି। ଅଭିନେତ୍ରୀଙ୍କ ଦେହାନ୍ତ ହେତୁ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ତାଙ୍କ ଦେହାନ୍ତରେ ପ୍ରଶଂସକ ଏବଂ ତାଙ୍କ ପ୍ରିୟଜନମାନେ ଶୋକ ପ୍ରକାଶ କରୁଛନ୍ତି ଏବଂ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି।

 


ବେବି ଗିରିଜା ମାଲାୟାଲମ୍ ଇଣ୍ଡଷ୍ଟ୍ରିର ଏକ ନାମ। ଯାହା ଲୋକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଛି। ବେବି ୫୦ ଦଶକରେ ଶିଶୁ କଳାକାର ଭାବରେ କାମ କରିବା ଆରମ୍ଭ କରିଥିଲେ । ଅଭିନେତ୍ରୀଙ୍କ କାମ ଇଣ୍ଡଷ୍ଟ୍ରିରେ ଏକ ଅବିସ୍ମରଣୀୟ ଛାପ ଛାଡିଛି । କେବଳ ଏତିକି ନୁହେଁ ଗିରିଜା ମଧ୍ୟ ଆଇଓବିରେ ଜଣେ ଅଫିସର ଭାବେ କାମ କରୁଥିଲେ। ସେ ସବୁବେଳେ ତାଙ୍କ ବ୍ୟବହାର ଆଚରଣ ପାଇଁ ଜଣାଶୁଣା । ତାଙ୍କର ପ୍ରକୃତି ଏତେ ଶାନ୍ତ ଥିଲା ଯେ କେହି ବି  ତାଙ୍କ ପ୍ରେମରେ ପଡିପାରନ୍ତି ।ଏହି ଅଭିନେତ୍ରୀ କେବଳ ରିଲ୍ ଲାଇଫ୍ ନୁହେଁ ବାସ୍ତବ ଜୀବନରେ ମଧ୍ୟ ଜଣେ ଆଶ୍ଚର୍ଯ୍ୟଜନକ ବ୍ୟକ୍ତି ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.