ମାତ୍ର କିଛି ମିନିଟ୍ ର ଶୁଣାଣି, ସୁପ୍ରିମକୋର୍ଟ ଲଗାଇ ଦେଲେ କେଜରିୱାଲଙ୍କ ଜାମିନରେ ମୋହର

Published By : Prameya-News7 Bureau | May 11, 2024 IST

ନୂଆଦିଲ୍ଲୀ ୧୧।୫: ସୁପ୍ରିମକୋର୍ଟରେ ଶୁକ୍ରବାର କେଜରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ ମଧ୍ୟାହ୍ନ ଭୋଜନ ଅବକାଶ ପରେ ଅପରାହ୍ନ ୨ଟାରେ ଶୁଣାଣି ଆରମ୍ଭ ହୋଇଥିଲା। ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନା ଓ ଜଷ୍ଟିସ୍‌ ଦିପାଙ୍କର ଦତ୍ତଙ୍କ ପୀଠ ଜାମିନ ଆବେଦନର ଶୁଣାଣି ଆରମ୍ଭ କରିଥିଲେ। ମାତ୍ର କିଛି ମିନିଟ୍‌ର ଶୁଣାଣିରେ ଜଷ୍ଟିସ୍ ଖନ୍ନା କହିଥିଲେ ଯେ ଆମ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ଜାମିନ ମଞ୍ଜୁର କରୁଛୁ।  

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ତର୍କ ରଖିବା ଆରମ୍ଭ କରିଥିଲେ। ସେ କହିଥିଲେ ଏବେ ଅମୃତପାଲ ସିଂହ ଆମ ସହ ସମ୍ପର୍କ ସ୍ଥାପନା କରିଛି ଏହା ଚିନ୍ତାର ବିଷୟ। ଏଥିରେ ଜଷ୍ଟିସ୍ ଖନ୍ନା କହିଥିଲେ ଯେ ଏହା ଅଲଗା ମାମଲା। ଆମେ ଏକ ଅନ୍ତରୀଣ ଜାମିନ ଆଦେଶ ଗୃହୀତ କରୁଛୁ। ଆମେ କେଜରିୱାଲଙ୍କୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଅନ୍ତରୀଣ ଜାମିନ ଦେଉଛୁ। ଏଥିରେ କେଜରିୱାଲଙ୍କ ପକ୍ଷରୁ ଉପସ୍ଥିତ ଓକିଲ ଅଭିଷେକ ମନୁ ସିଂଘଭୀ କହିଥିଲେ ଯେ ଅନ୍ତରୀଣ ଜାମିନ ଜୁନ ୫ ପର୍ଯ୍ୟନ୍ତ ଦିଆଯାଉ।

ଏଥିରେ ଜଷ୍ଟିସ ଖନ୍ନା କହିଥିଲେ ଯେ ନାହିଁ, ୪୮ ଘଣ୍ଟା ପୂର୍ବରୁ ପ୍ରଚାର ବନ୍ଦ ହୋଇଯାଏ। ଏଥିରେ ଇଡି ପକ୍ଷରୁ ଉପସ୍ଥିତ ଅତିରିକ୍ତ ସୋଲିସିଟର ଜେନେରାଲ ଏସ.ଭି.ରାଜୁ କହିଥିଲେ ଯେ କେଜରିୱାଲଙ୍କୁ ଏହା ନିର୍ଦ୍ଦେଶ ଦିଆଯାଉ ଯେ ଏହି ମାମଲାରେ ଯେପରି ସେ କିଛି ନ କହନ୍ତି। ଜଷ୍ଟିସ୍ ଖନ୍ନା କହିଥିଲେ ଯେପରି ସଞ୍ଜୟ ସିଂହଙ୍କ ମାମଲାରେ ହୋଇଥିଲା..ଆପଣ ସେତିକି କଡା ବୟାନ ସହିତ ତାଙ୍କ ମୁକାବିଲା କରିବାକୁ ହକଦାର। ଜଷ୍ଟିସ୍ ଖନ୍ନା କହିଥିଲେ ୨୧ ଦିନ ଏପଟୁ ହେଉ ବା ସେପଟୁ କିଛି ଫରକ ପଡିବନି। 

ତୁଷାର ମେହେଟ୍ଟା କହିଥିଲେ ଯେ କେଜରିୱାଲଙ୍କୁ ମାମଲା ସମ୍ପର୍କରେ କିଛି କହିବା ଉଚିତ ନୁହେଁ, ସମର୍ପଣ କରିବାକୁ ହେବ। ଏଥିରେ ଶୀର୍ଷ ନ୍ୟାୟାଳୟ କହିଥିଲେ ଯେ ଲୋକସଭା ନିର୍ବାଚନ ଚଳିତବର୍ଷର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା। ସାଧାରଣ ନିର୍ବାଚନ ଗଣତନ୍ତ୍ରକୁ ଜୀବନ ଶକ୍ତି ପ୍ରଦାନ କରେ। ଏଣୁ ଆମେ ଗଣତନ୍ତ୍ର ବିଲକ୍ଷଣ ମହତ୍ୱକୁ ନଜରରେ ରଖି ଇଡି ପକ୍ଷରୁ ଉପସ୍ଥାପିତ ସମସ୍ତ ତର୍କକୁ ଅଗ୍ରାହ୍ୟ କରୁଛୁ କି ଆବେଦନକାରୀଙ୍କୁ ଅନ୍ତରୀଣ ଜାମିନ ଅଥବା ମୁକ୍ତି କରାଯିବାରେ ଏହି ଦେଶରେ ରାଜନେତାଙ୍କୁ ସାଧାରଣ ଲୋକଙ୍କ ତୁଳନାରେ ଅଧିକ ଲାଭଜନକ ସ୍ଥିତି ପ୍ରଦାନ କରିବ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.