ନୂଆଦିଲ୍ଲୀ :  ଗରମ ଦିନେ ରାତିରେ ଥଣ୍ଡା କ୍ଷୀର ପିଇବା କେତେ ଦୂର ଠିକ୍ ? ଗରମ ଦିନେ ନିଜକୁ ଭିତରୁ ଅଣ୍ଡା ରଖିବା ପାଇଁ ବିଭିନ୍ନ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । କେହି ଥଣ୍ଡା ପାଣି ପିଇଥାନ୍ତି ତ ଆଉ କେହି ଜୁସ୍ ସହ ଦହି ପାଣି ପିଇଥାନ୍ତି । ଅନ୍ୟ କେହି ରାତିରେ ଶୋଇବା ପୂର୍ବରୁ ଫିଜ୍ ରଖିଥିବା ଥଣ୍ଡା କ୍ଷୀର ପିଇଥାନ୍ତି। କିଛି ଲୋକଙ୍କୁ ଏହି ଅଭ୍ୟାସ ଖୁବ୍ ପସଦ । କିନ୍ତୁ କେବେ ଭାବିଛନ୍ତି ରାତିରେ ଥଣ୍ଡା କ୍ଷୀର ପିଇବା ଶରୀରକୁ କେତେ ପ୍ରଭାବିତ କରିଥାଏ।

ପାଚନ ଓ ମେଟାବଲିଜିମ୍ ଉପରେ ପ୍ରଭାବ

ବିଶେଷଜ୍ଞଙ୍କ ମତରେ ରାତିରେ ଆମ ଶରୀରର ପାଚନ କ୍ରିୟା ଓ ମେଟାବଲିଜିମ୍ ସାମାନ୍ୟ ଧୀମା ହୋଇଯାଇଥାଏ। ସେଥିରେ ପୁଣି ଥଣ୍ଡା କ୍ଷୀର ପିଇବା ଦ୍ଵାରା ଏହା ପାଚନ ତନ୍ତ୍ର ପାଇଁ ଚ୍ୟାଲେଞ୍ଜି ହୋଇପଡେ । ଫଳରେ ଗ୍ୟାସ୍, ପେଟ ଫୁଲିବା ଓ ହଜମ ନ ହେବା ପରି ସମସ୍ୟା ଉପୁଜିପାରେ। ତେଣୁ ସିଧାରକଥା ଫ୍ରିଜ୍ରୁ କାଢି କ୍ଷୀର ପିଇବା ଅନୁଚିତ୍।

ଥଣ୍ଡା କ୍ଷୀର ନିଦ ପାଇଁ ଠିକ୍ କି ?

ପ୍ରାୟ ଲୋକ ଭଲ ନିଦ ପାଇଁ କ୍ଷୀର ପିଇଥାନ୍ତି। କିନ୍ତୁ ଡାଏଟିସିଆନ୍ଙ୍କ ମତରେ ନିଦର ଗୁଣବତ୍ତା ହକାଇବା ପାଇଁ ଥଣ୍ଡା ପରିବରେ ହାଇକା ଉଷୁମ କ୍ଷୀର ପିଇବା ଉଚିତ୍ । ଏହା ଶୀରୀରକୁ ରିଲାକ୍ସକୁ କରିବା ସହ ମନକୁ ଶାନ୍ତ କରିବାରେ ପ୍ରଭାବଶାଳୀ ହୋଇଥାଏ । ଅଣ୍ଡା କ୍ଷୀର ଭଳ ନିଦ ଦେଇଥାଏ, କିନ୍ତୁ ଶରୀରକୁ ରିଲାକ୍ସ କରି କରିପାରେନା।

ପୋଷକ ତତ୍ତ୍ଵର ସ୍ରୋତ ହେଉଛି କ୍ଷୀର

କ୍ଷୀର ଏକ ସମ୍ପୁର୍ଣ ଆହାର। ଏହା କ୍ୟାଲସିଅମ୍, ପ୍ରୋଟିନ୍ ଓ ଭିଟାମିନ୍-ଡି୧୨ ପରି ପୋଷକ ତତ୍ତ୍ବରେ ଭରା। ଏହା କେବଳ ଶରୀରକୁ ପୋଷକତତ୍ତ୍ୱ ଦେଇ ନଥାଏ, ବରଂ ଏଥିରେ ଥିବା ଟ୍ରିପ୍ଟୋଫୋନ୍ ନାମକ ଆମିନୋ ରାତିରେ ଏକ ଶାନ୍ତିର ନିଦ ଦେଇଥାଏ। କିନ୍ତୁ ଗରମଦିନେ ଥାଣ୍ଡା କ୍ଷୀର ପିଇବା ଶରୀର ଉପରେ କୁପ୍ରଭାବ ପକାଇଥାଏ।

ଏମାନେ କ୍ଷୀର ପିଇବା ଅନୁଚିତ୍

ବିଶେଷକଙ୍କ ମତରେ ଗରମଦିନେ ଥଣ୍ଡା କ୍ଷୀର ପିଇବା ସମସ୍ତଙ୍କ ପାଇଁ କ୍ଷତିକାରକ ନୁହେଁ । କେତେକ ବିଶେଷ ସ୍ଥିତିରେ ଏହା କ୍ଷତିକାରକ ହୋଇଥାଏ। ଯଦି କୌଣସି ବ୍ୟକ୍ତିକୁ ଅଣ୍ଡାକାଶ ବା ସଂକ୍ରମଣ ରହୁଥାଏ, ତେବେ ଲାକ୍ଟେଜେନ୍ ଇନଟଲରେନ୍ସର ଶିକାର ହୋଇପାଇଛି। ସେହିପରି ପାଚନତନ୍ତ୍ର ଦୁର୍ବଳ ଥିବା ବ୍ୟକ୍ତିମାନେ ମଧ୍ୟ ଥଣ୍ଡା କ୍ଷୀର ପିଇବା ଅନୁଚିତ୍।

ସ୍ବାସ୍ଥ୍ୟ ଓ ସ୍ୱାଦର ତାଳମେଳ