ତେହେରାନ,୩୧ /୦୩ : ମଧ୍ୟପ୍ରାଚ୍ୟରେ ଭୟଙ୍କର ଯୁଦ୍ଧ ଜାରି ରହିଛି । ଇରାନକୁ ଘେରି ଗଲେଣି ଆମେରିକା ଏବଂ ଇସ୍ରାଏଲ । ଇରାନ ମଧ୍ୟ ପାଲଟା ଜବାବ ଦେଉଛି । ଏହା ମଧ୍ୟରେ ପ୍ରତିକ୍ରିୟା ରଖିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁ । ସେମାନେ ଅଧା ଲକ୍ଷ୍ୟ ହାସଲ କରିସାରିଥିବା ନେତନ୍ୟାହୁ କହିଛନ୍ତି ।

ସେ କହିଛନ୍ତି ଯେ, ଯୁଦ୍ଧ କେବେ ସରିବ କିଛି କହିହେବ ନାହିଁ । କୌଣସି ଦିନ ଧାର୍ଯ୍ୟ ହୋଇନି । ସେମାନେ ଯାହା ଟାର୍ଗେଟ୍ କରିଥିଲେ ଅଧା ହାସଲ କରିସାରିଲେଣି । ଏବେ ଅଧା ରାସ୍ତାରେ ଯୁଦ୍ଧ ଅଛି । ଆଉ ଅଧା ଟାର୍ଗେଟ୍ ବାକି ରହିଛି । ନେତନ୍ୟାହୁଙ୍କ ଏହି ବୟାନ ଇସ୍ରାଏଲର ଇରାନ ଉପରେ ବିଜୟକୁ ସୂଚାଉଛି। ଅର୍ଥାତ ସେମାନେ ଯାହାଯୋଜନା କରୁଥିଲେ ସେଥିରେ ସଳ ହେଉଛନ୍ତି ।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି ଯେ, ସେମାନେ ଇରାନ ସେନାର ହଜାରରୁ ଅଧିକ ଅଧିକାରୀଙ୍କୁ ନିପାତ କରିଛନ୍ତି । ଟପ୍ ଲିଡର୍ ପ୍ରାଣ ହରାଇଛନ୍ତି । ଆମେରିକା ଏବଂ ଇସ୍ରାଏଲ ଏବେ ଯୁଦ୍ଧର ଅନ୍ତିମ ପର୍ଯ୍ୟାୟରେ ପହଁଚିଛନ୍ତି । ତେହେରାନର ନ୍ୟୁକ୍ଲିଅର୍ ପ୍ଲାଣ୍ଟ୍ ସମେତ ଅନେକ ଶକ୍ତି କେନ୍ଦ୍ରକୁ ଧ୍ୱଂସ କରାଯାଇଛି । କେବଳ ଯୁଦ୍ଧ ଜିତିବା ସେମାନଙ୍କ ଲକ୍ଷ୍ୟ ନୁହେଁ । ଇରାନର ସରକାରର ପତନ ମଧ୍ୟ ସେମାନଙ୍କ ଲକ୍ଷ୍ୟ । ଇରାନର ସମସ୍ତ ସାମରିକ ଶକ୍ତିକୁ ଛାରଖାର କରିବା ଇସ୍ରାଏଲର ଟାର୍ଗେଟ୍ ରହିଛି ।

ଫେବ୍ରୁଆରୀ ୨୮ରୁ ଆରମ୍ଭ

ଫେବ୍ରୁଆରୀ ମାସ ୨୮ ତାରିଖରେ ଇରାନ ବିରୋଧରେ ଆମେରିକା ଏବଂ ଇସ୍ରାଏଲ ଯୁଦ୍ଧ ଆରମ୍ଭ କରିଥିଲେ । ଯୁଦ୍ଧ ରୁ୬ ସପ୍ତାହ ଚାଲିବ ବୋଲି ପ୍ରଥମେ ଆକଳନ କରାଯାଉଥିଲା । କିନ୍ତୁ ଏବେ ଏହା ଏତେ ଶୀଘ୍ର ସରିବନି ବୋଲି ଆଶଙ୍କା କରାଯାଉଛି ।