IPL 2024 : ଅହମ୍ମଦାବାଦରେ ଗୁଜରାଟ ଟାଇଟନ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ଫାଇଟ୍‌

Published By : Prameya-News7 Bureau | May 13, 2024 IST

ଅହମ୍ମଦାବାଦ ୧୩।୦୫ : ଆଇପିଏଲ୍‌ ୨୦୨୪ । ସୋମବାର ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୬୩ ତମ ମ୍ୟାଚ୍‌ । ଆଉ ଅହମ୍ମଦାବାଦର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ଗୁଜରାଟ ଟାଇଟନ୍ସ ଏବଂ କୋଲକାତା ନାଇଟ୍‌ ରାଇଡର୍ସ । ସଂଧ୍ୟା ୭ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍‌ । କୋଲକାତା ଟିମ୍‌ ପ୍ଲେ-ଅଫ୍‌ ପାଇଁ କ୍ୱାଲିଫାଏ କରିଥିବା ବେଳେ ଗୁଜରାଟ ଟିମ୍‌ ଆଜିର ମ୍ୟାଚ୍‌ ଜିତି ପ୍ଲେ-ଅଫ୍‌ ପାଇଁ ନିଜକୁ ରେସ୍‌ରେ ରଖିବାକୁ ଚାହିଁବ । 

ବର୍ତ୍ତମାନ ଯାଏଁ କୋଲକାତା ନାଇଟ୍‌ ରାଇଡର୍ସ ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରୁ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୮ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ପ୍ରଥମ ସ୍ଥାନରେ ରହିଛି । କୋଲକାତା ନାଇଟ୍‌ ରାଇଡର୍ସ ଚଳିତ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଦଳ , ଯିଏ ପ୍ଲେ-ଅଫ୍‌ ପାଇଁ କ୍ୱାଲିଫାଇ କରିଛି । ଚଳିତ ଟୁର୍ଣ୍ଣାମେଣ୍ଟରେ ଦଳ ଦମ୍‌ଦାର ପ୍ରଦର୍ଶନ କରୁଛି । ଦଳ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଜବରଦସ୍ତ ରହିଛି । ଯାହାକି ବିରୋଧୀ ଟିମ୍‌ ପାଇଁ ଚିନ୍ତା ସାଜିଛି । 

ଅନ୍ୟପଟେ ଗୁଜରାଟ ଟାଇଟନ୍ସ ଏବେ ଯାଏଁ ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୫ଟି ମୁକାବିଲାରେ ବିଜୟୀ ହୋଇଥିବା ବେଳେ ୭ଟି ମ୍ୟାଚ୍‌ରେ ପରାସ୍ତ ହୋଇଛି । ଦଳ ଏବେ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୮ମ ସ୍ଥାନରେ ରହିଛି । ଏବେବି ଦଳ ପ୍ଲେ-ଅଫ୍‌ ରେସ୍‌ରେ ରହିଛି । ତେଣୁ ଆଗକୁ ଯିବାକୁ ହେଲେ ଆଜିର ମ୍ୟାଚରେ ବିଜୟୀ ଜରୁରୀ । ଚଳିତ ବର୍ଷ ଦଳ ଆଖିଦୃଶିଆ ପ୍ରଦର୍ଶନ କରିପାରିନାହିଁ । ଯାହାକି ଟିମ୍‌ ପାଇଁ ସାଜିଛି ଟେନ୍‌ସନ୍‌ ।

ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଦଳ ଏବେ ଯାଏଁ ୧୨ଟି ମୁକାବିଲା ଖେଳିଛି । ଯେଉଁଥିରେ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୮ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୨ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ସେହିପରି ତୃତୀୟ ସ୍ଥାନରେ ରହିଛି ଚେନ୍ନାଇ ସୁପର କିଙ୍ଗସ୍‌ । ଦଳ ଏବେ ସୁଦ୍ଧା ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୬ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି । ଦଳ ପାଖରେ ରହିଛି ୧୪ ପଏଣ୍ଟ । ଏହାପରେ ୪ର୍ଥ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍‌ । ଦଳ ଏବେ ସୁଦ୍ଧା ୧୨ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । 

  • BCCI
  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.