ବ୍ୟାଟିଂ–ବୋଲିଂରେ କମାଲ, ଦିଲ୍ଲୀକୁ ହରାଇ ପ୍ଲେ ଅଫ୍ ଆଡ଼କୁ ଅଗ୍ରସର ବେଙ୍ଗାଲୁରୁ

Published By : Prameya-News7 Bureau | May 12, 2024 IST

aajtak

ବେଙ୍ଗାଲୁରୁ:   ବ୍ୟାଟରଙ୍କ ପରେ  ବୋଲରଙ୍କ ଦମଦାର ପ୍ରଦର୍ଶନ ବଳରେ ରୟାଲ ଚ୍ୟାଲେଞର୍ସ ବେଙ୍ଗାଲୁରୁ ନିଜର କର ବା ମର ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସକୁ ୪୭ ରନରେ ପରାସ୍ତ କରିଛି। ଏହି ବିଜୟ ସହ ବେଙ୍ଗାଲୁରୁ ପ୍ଲେ ଅଫ୍ ଦିଗରେ ଆଉ ପାଦେ ଆଗକୁ ବଢିଛି। ଅନ୍ୟପଟେ ଦିଲ୍ଲୀ କ୍ୟାପିଟାଲ୍ସର ମୁସ୍କିଲ ବଢି ଯାଇଛି। ପ୍ରଥମେ ବ୍ୟାଟିଂ କରିଥିବା ଆରସିବି ରଜତ ପାଟିଦାରଙ୍କ ୫୨ ରନ ଓ ଓ୍ଵିଲ ଜ୍ୟାକ୍ସଙ୍କ ୪୧ ରନ ବଳରେ ୯ ଓ୍ଵିକେଟ୍ ହରାଇ ୧୮୭ ରନ କରିଥିଲା। ଜବାବରେ ଦିଲ୍ଲୀ ୧୯.୧ ଓଭରରେ ୧୪୦ ରନ କରି ପାରିଛି। ଅକ୍ଷର ପଟେଲ୍ ୫୭ ରନ କରି ଏକାକୀ ସଂଘର୍ଷ କରିଥିବା ବେଳେ ଅନ୍ୟ ବ୍ୟାଟର ବିଫଳ ରହିଥିଲେ। ବେଙ୍ଗାଲୁରୁ ପକ୍ଷରୁ ବୋଲିଂରେ ୟଶ ଦୟାଲ ଓ ଲୋକି ଫର୍ଗ୍ୟୁସନ ପକ୍ଷରୁ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ଦିଲ୍ଲୀ ୧୩ମ ମୁକାବିଲାରୁ ୭ ପରାଜୟ ଭୋଗିଥିବା ବେଳେ ଆରସିବି ଷଷ୍ଠ ବିଜୟ ହାସଲ କରିବା ସହ ନେଟ୍ ରନ ରେଟ୍ ମଜବୁତ କରିଛି।  ଦଳ ଅଙ୍କ ତାଲିକାର ପଞ୍ଚମ ସ୍ଥାନକୁ ଉଠିଛି ବେଙ୍ଗାଲୁରୁ। ମେ ୧୮ ତାରିଖରେ ବେଙ୍ଗାଲୁରୁ ଓ ଚେନ୍ନାଇ ମଧ୍ୟରେ ଚଳିତ ସିଜିନରେ ଲିଗ୍ ପର୍ଯ୍ୟାୟର ସବୁଠୁ ବଡ଼ ମ୍ୟାଚ୍ ଖେଳାଯିବ। 

Also read: IPL ଇତିହାସରେ ପ୍ରଥମଥର ! ଅଜବ ଶୈଳୀରେ ରନ୍‌ ନେଇ ଜାଡେଜା ଆଉଟ୍‌

୧୮୮ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦିଲ୍ଲୀର ଆରମ୍ଭ ନୈରାଶ୍ୟଜନକ ଥିଲା। ଦଳ ୮ ରନ ସ୍କୋରରେ ଡେଭିଡ୍ ଓ୍ଵାର୍ଣ୍ଣର(୧) ଓ ଅଭିଷେକ ପୋରେଲ(୨) ନିରାଶ କରିଥିଲେ। ଫର୍ମରେ ଥିବା ବ୍ୟାଟର ଜାକେ ଫ୍ରଜେର ମ୍ୟାକଗର୍କ ୮ ବଲ୍‌ରୁ ୨୧ ରନ କରିଥିଲେ ହେଁ ଇନିଂସକୁ ଆଗକୁ ବଢାଇ ପାରି ନ ଥିଲେ। ସାଇ ହୋପ୍ ୨୯ ରନ କରି ଆଉଟ୍ ହେବା ଦିଲ୍ଲୀକୁ ଝଟକା ଲାଗିଥିଲା। ଏହା ପରେ ଅକ୍ଷର ପଟେଲ୍ ନିଜେ ମଙ୍ଗ ସମ୍ଭାଳି ଏକାକୀ ସଂଘର୍ଷ କରିଥିଲେ। ତାଙ୍କୁ କୌଣସି ବ୍ୟାଟର ସମର୍ଥନ ଦେଇ ନ ଥିଲେ। ସେ କ୍ରିଜରେ ଥିବା ପର୍ଯ୍ୟନ୍ତ ଦଳର ବିଜୟ ଆଶା ଉଜ୍ଜିବୀତ ରହିଥିଲା। ଅନ୍ୟପଟେ ଦଳ ନିୟମିତ ଓ୍ଵିକେଟ୍ ହୋଇ ଚାଲିଥିଲା। ଶେଷରେ ଅକ୍ଷର ଆଉଟ୍ ହେବା ସହ ଦିଲ୍ଲୀର ପରାଜୟ ସୁନିଶ୍ଚିତ ହୋଇଥିଲା। ଅକ୍ଷର ୩୯ ବଲରୁ ୫ ଚୌକା ଓ ୩ ଛକା ସହ ୫୭ ରନ କରି ଆଉଟ୍ ହୋଇଥିଲେ। ବେଙ୍ଗାଲୁରୁ ପକ୍ଷରୁ ବୋଲିଂରେ ୟଶ ଦୟାଲ ଓ ଲୋକି ଫର୍ଗ୍ୟୁସନ ପକ୍ଷରୁ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଥିଲେ।

 

 

 

 

 

 

 

 

 

 

  • IPL
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.