ଜାହିର ଚୟନ କଲେ ଭାରତୀୟ ଟି-୨୦ ବିଶ୍ଵ କପ୍ ଟିମ୍, ଜାଣନ୍ତୁ କେଉଁ ୧୫ ଖେଳାଳିଙ୍କୁ ଦେଲେ ସ୍ଥାନ

Published By : Prameya-News7 Bureau | April 27, 2024 IST

Republic World

ନୂଆଦିଲ୍ଲୀ: ଆଉ ଦିନ କେଇଟା ଭିତରେ ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ଭାରତୀୟ ଦଳ ଘୋଷଣା କରାଯିବ। ଏହା ପୂର୍ବରୁ ଅନେକ ବରିଷ୍ଠ କ୍ରିକେଟର ନିଜ ପସନ୍ଦର ୧୫ ଜଣିଆ ଭାରତୀୟ ଦଳ ଚୟନ କରୁଛନ୍ତି। ଇରଫାନ ପଠାନ, ଅମ୍ବତି ରାୟୁଡୁ ଓ ହରଭଜନ ସିଂଙ୍କ ପରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ କ୍ରିକେଟର ଜାହିର ଖାଁ ମଧ୍ୟ ନିଜ ପସନ୍ଦର ୧୫ ଜଣିଆ ଟି-୨୦ ବିଶ୍ଵକପ୍ ଦଳ ଚୟନ କରିଛନ୍ତି। ଜାହିର ନିଜ ଦଳରେ କେବଳ ଜଣେ ଓ୍ଵିକେଟ୍ କିପର ବ୍ୟାଟରଙ୍କୁ ରଖିଛନ୍ତି। 

Also read: ଟି-୨୦ ବିଶ୍ଵକପ୍ ୨୦୨୪ ପାଇଁ ୧୫ ଜଣିଆ ଦଳ ଚୟନ କଲେ ହରଭଜନ, ବରିଷ୍ଠ ଖେଳାଳି ଆଉଟ୍

ଜାହିରଙ୍କ ମତରେ ଭାରତକୁ ଋଷଭ ପନ୍ତଙ୍କ ବ୍ୟତୀତ ଅନ୍ୟ ଓ୍ଵିକେଟ୍ କିପର ଚୟନ କରିବା ଉଚିତ୍ ନୁହେଁ। ସେହି ସ୍ଥାନରେ ଜଣେ ବୋଲରଙ୍କୁ ଦଳରେ ରଖିବା ଉଚିତ୍। ଜିଓ ସିନେମାରେ ଆଲୋଚନା ବେଳେ ଜାହିର କହିଛନ୍ତି, ଋଷଭ ପନ୍ତ ମୋ ଦଳରେ ଏକମାତ୍ର ଓ୍ଵିକେଟ୍ କିପର। ମୁଁ ଚାରି ଜଣ ଦ୍ରୁତ ବୋଲରଙ୍କ ଉପରେ ଗୁରୁତ୍ଵ ଦେଉଛି। ଆଉ ଜଣେ ଓ୍ଵିକେଟ୍ କିପର ପାଇଁ ଜଣେ ଦ୍ରୁତ ବୋଲରଙ୍କୁ ବଳି ପକାଇବାକୁ ଚାହୁଁନି। 

ଜାହିର କହିଛନ୍ତି, ରୋହିତ ଶର୍ମାଙ୍କ ସହ ଅନ୍ୟ ଜଣେ ଓପନରଙ୍କୁ ଚୟନ କରିବା ଚୟନକର୍ତ୍ତାଙ୍କୁ ଅଡ଼ୁଆରେ ପକାଇପାରେ। ଶୁଭମନ ଗିଲ୍ ଓ ଯଶସ୍ଵୀ ଜୟସ୍ଵାଲଙ୍କ ମଧ୍ୟରୁ ଜଣଙ୍କୁ ଦଳରେ ସ୍ଥାନ ମିଳିବ। କେବଳ ବ୍ୟାକଅପ୍ ଭାବେ ଅନ୍ୟ ଜଣଙ୍କୁ ଦଳରେ ସୀମିତ ରଖିବା ଉଚିତ୍ ହେବନି। 

ଜାହିର ଟି-୨୦ ବିଶ୍ଵକପ୍ ଦଳରେ ବ୍ୟାଟିଂ ତାଲିକାରେ ରୋହିତ ଶର୍ମା, ଗିଲ୍/ଜୟସ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂଙ୍କୁ ସାମିଲ୍ କରିଛନ୍ତି। ଅଲରାଉଣ୍ଡର ଭାବେ ଶିବମ ଦୁବେ, ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡ଼େଜାଙ୍କୁ ରଖିଛନ୍ତି। ବୋଲିଂରେ ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ୟଶ ଦୟାଲ, କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କୁ ରଖିଛନ୍ତି।

ଜାହିର ଖାନଙ୍କ ଟି-୨୦ ବିଶ୍ଵକପ୍ ଦଳ

ରୋହିତ ଶର୍ମା, ଶୁଭମନ ଗିଲ୍/ଯଶସ୍ଵୀ ଜୟସ୍ଵାଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡ଼େଜା, ଋଷଭ ପନ୍ତ , ରିଙ୍କୁ ସିଂ,  ଶିବମ ଦୁବେ, କୁଲଦୀପ ଯାଦବ, ୟଜବେନ୍ଦ୍ର ଚହଲ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ, ୟଶ ଦୟାଲ, ଅର୍ଶଦୀପ ସିଂ। 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.