LIVE TV

ଆଗାମୀ ସିଜେଆଇଙ୍କ ଶପଥ ଗ୍ରହଣ ଉତ୍ସବ ହେବ ଭିନ୍ନ, ସାମିଲ ହେବେ ୬ଟି ଦେଶର ଚିଫ୍ ଜଷ୍ଟିସ୍ ଏବଂ ଜଜ୍

NEWS7
delhi-capitals-defeated-by-rajat-patidar-rcb-gave-this-target-in-the-do-or-die-match-

ନୂଆଦିଲ୍ଲୀ: ଜଷ୍ଟିସ ସୂର୍ଯ୍ୟକାନ୍ତ ଭାରତର ନୂଆ ସିଜେଆଇ ଭାବରେ ସୋମବାର ଶପଥ ନେବେ । ଭାରତର ୫୩ ତମ ଚିଫ୍ ଜଷ୍ଟିସ ଅଫ ଇଣ୍ଡିଆ (ସିଜେଆଇ) ଭାବରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ନିଜର କାର୍ଯ୍ୟକାଳ ଆରମ୍ଭ କରିବେ । ଏହା ପୂର୍ବରୁ ସିଜେଆଇ ବିଆର ଗବାଇଙ୍କ କାର୍ଯ୍ୟକାଳ ରବିବାର ଶେଷ ହେଉଛି । କିନ୍ତୁ ଏଥର ରାଷ୍ଟ୍ରପତି ଭବନରେ ହେବାକୁ ଥିବା ସିଜେଆଇଙ୍କ ଶପଥ ଗ୍ରହଣ ସମାରୋହ ଭିନ୍ନ ହେବ । ଏଥିରେ ୬ଟି ଦେଶର ପ୍ରଧାନ ବିଚାରପତି, ଜଜ୍ ଏବଂ ସେମାନଙ୍କ ପରିବାର ସଦସ୍ୟ ସାମିଲ ହେବେ । ନୂଆ ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ବାର ଆଣ୍ଡ ବେଞ୍ଚ ରିପୋର୍ଟ ଅନୁସାରେ, ପରବର୍ତ୍ତୀ CJI ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ୬ଟି ଦେଶର ପ୍ରଧାନ ବିଚାରପତି ଏବଂ ବିଚାରପତିମାନେ ଉପସ୍ଥିତ ରହିବେ । ଏଭଳି ଦୃଶ୍ୟ ପ୍ରଥମ ଥର ଲାଗି ଦେଖିବାକୁ ମିଳିଛି । ଭାରତର ପ୍ରଧାନ ବିଚାରପତିଙ୍କ ଶପଥ ଗ୍ରହଣ ଉତ୍ସବରେ ପ୍ରଥମ ଥର ଲାଗି ବହୁ ସଂଖ୍ୟକ ଅନ୍ତର୍ଜାତୀୟ ପ୍ରତିନିଧିମଣ୍ଡଳୀ ଉପସ୍ଥିତ ରହିବେ।

୬ଟି ଦେଶର ଚିଫ୍‌ ଜଷ୍ଟିସ୍‌, ଜଜ୍‌ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ତାଲିକା:

୧) ନେପାଳ

ଜଷ୍ଟିସ ପ୍ରକାଶ ମାନ ସିଂହ ରାଉତ, ପ୍ରଧାନ ବିଚାରପତି, ନେପାଳ

ନେପାଳର ସୁପ୍ରିମକୋର୍ଟର ଜଷ୍ଟିସ ସପନା ପ୍ରଧାନ ମଲା

ଜଷ୍ଟିସ୍ ସପନାଙ୍କ ସ୍ୱାମୀ ଅଶୋକ ବାହାଦୂର ମଲା

ନେପାଳ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଏବଂ ବର୍ତ୍ତମାନର ମନ୍ତ୍ରୀ ଜଷ୍ଟିସ୍ ଅନିଲ କୁମାର ସିହ୍ନା

ଅନିଲ କୁମାର ସିହ୍ନାଙ୍କ ପତ୍ନୀ ଉର୍ସିଲା ସିହ୍ନା

୨) ଭୁଟାନ

ଭୁଟାନର ପ୍ରଧାନ ବିଚାରପତି ଜଷ୍ଟିସ୍ ଲିଓନପୋ ନରବୁ ସେରିଂ

ଜଷ୍ଟିସ୍ ସେରିଂଙ୍କ ପତ୍ନୀ ଲହାଡେନ୍ ଲୋଟେ

୩) କେନିଆ

କେନିଆର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଏବଂ ଅଧ୍ୟକ୍ଷ ଜଷ୍ଟିସ୍ ମାର୍ଥା କୁମ

ଜଷ୍ଟିସ୍ ସୁଜାନ୍ ନୋଜୋକି ନଡୁଙ୍ଗୁ, କେନିଆ ସୁପ୍ରିମକୋର୍ଟର ବିଚାରପତି

୪) ମାଲେସିଆ

ଜଷ୍ଟିସ୍ ତନ୍ ଶ୍ରୀ ଦତ୍ତୁକ୍ ନଳିନୀ ପଥ୍ମନାଥନ, ଜଜ୍, ଫେଡେରାଲ୍ କୋର୍ଟ ମାଲେସିଆ

ଜଷ୍ଟିସ୍ ନଳିନୀଙ୍କ ସ୍ୱାମୀ ପାସୁପାଠୀ ସିଭାପ୍ରଗାସମ୍

୫) ମରିସସ୍

ମରିସସର ପ୍ରଧାନ ବିଚାରପତି ଜଷ୍ଟିସ୍ ବିବି ରେହାନା ମୁଙ୍ଗଲି ଗୁଲବୁଲ

ରେବେକା ହାନା ବିବି ଗୁଲବୁଲ, ମରିସସର ପ୍ରଧାନ ବିଚାରପତିଙ୍କ ଝିଅ

୬) ଶ୍ରୀଲଙ୍କା

ଶ୍ରୀଲଙ୍କାର ପ୍ରଧାନ ବିଚାରପତି ଜଷ୍ଟିସ୍ ପି. ପଦ୍ମନ ସୁରସେନା

ଶ୍ରୀଲଙ୍କାର ପ୍ରଧାନ ବିଚାରପତିଙ୍କ ପତ୍ନୀ ସେପାଲିକା ସୁରସେନା

ଜଷ୍ଟିସ୍ ଏସ୍. ଥୁରାଇରାଜା, ବିଚାରପତି, ସୁପ୍ରିମକୋର୍ଟ, ଶ୍ରୀଲଙ୍କା

ଜଷ୍ଟିସ ଥରୁରାଜାଙ୍କ ପତ୍ନୀ ଶଶିକଳା ଥୁରାଇରାଜା

ଜଷ୍ଟିସ୍ ଅହମ୍ମଦ ନୱାଜ୍, ବିଚାରପତି, ଶ୍ରୀଲଙ୍କା ସୁପ୍ରିମକୋର୍ଟ

ଜଷ୍ଟିସ ନୱାଜଙ୍କ ପତ୍ନୀ ରିଜାନ ଧଲିପ ନୱାଜ

ଜଷ୍ଟିସ ସୂର୍ଯ୍ୟକାନ୍ତ କିଏ ?ଜଷ୍ଟିସ ସୂର୍ଯ୍ୟକାନ୍ତ ହେଉଛନ୍ତି CJI ବି.ଆର. ଗବାଇଙ୍କ ପରେ ସୁପ୍ରିମକୋର୍ଟର ସବୁଠାରୁ ବରିଷ୍ଠ ବିଚାରପତି ଏବଂ ତାଙ୍କୁ ଭାରତର ୫୩ତମ ପ୍ରଧାନ ବିଚାରପତି ଭାବରେ ନାମିତ କରାଯାଇଛି । ୧୦ ଫେବୃଆରୀ , ୧୯୬୨ରେ ହରିୟାଣାର ହିସାର ଜିଲ୍ଲାର ଏକ ମଧ୍ୟବିତ୍ତ ପରିବାରରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ସୂର୍ଯ୍ୟକାନ୍ତ ୨୪ ମେ ୨୦୧୯ ରେ ସୁପ୍ରିମକୋର୍ଟର ବିଚାରପତି ଭାବରେ ନିଯୁକ୍ତ ହୋଇଥିଲେ । ଏହା ପୂର୍ବରୁ ସେ ହିମାଚଳ ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଜଷ୍ଟିସ ସୂର୍ଯ୍ୟକାନ୍ତ ୧୯୮୧ ରେ ହିସାରର ସରକାରୀ ପୋଷ୍ଟ ଗ୍ରାଜୁଏଟ୍ କଲେଜରୁ ସ୍ନାତକ କରିଥିଲେ। ୧୯୮୪ ରେ ସେ ରୋହତକର ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରୁ ଆଇନ ଡିଗ୍ରୀ ହାସଲ କରିଥିଲେ। ଏହା ପରେ ସେ ହିସାର ଜିଲ୍ଲା କୋର୍ଟରେ ଆଇନ ଅଭ୍ୟାସ ଆରମ୍ଭ କରିଥିଲେ।