ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ ଏଣ୍ଡି ବର୍ଣ୍ଣହେମ ଜଣେ ଭାରତୀୟ ବଂଶୋଦ୍ଭବ ଅଗ୍ରଣୀ ରଣନୀତିକାର ତଥା ମିଡିଆ କ୍ଷେତ୍ରର କାର୍ଯ୍ୟକାରୀ ଅଧିକାରୀଙ୍କୁ ସଂରଚନା ଓ ପ୍ରକ୍ରିୟା ମାମଲାରେ ବିଶେଷଜ୍ଞ ପରାମର୍ଶଦାତା ରୂପେ ନିଯୁକ୍ତ କରିଛନ୍ତି। ବିବିସିର ପୂର୍ବତନ ରଣନୀତିକାର ତଥା ସଂଗୀତକାର ଗୌତମ ରଙ୍ଗରାଜନ ଚଳିତ ସପ୍ତାହରେ ୧୦ ଡାଉନିଂ ଷ୍ଟ୍ରିଟ୍ (ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଅଧିକାରୀକ ଆବାସ)ରେ ଏହି ନୂଆ ପଦବୀର କାର୍ଯ୍ୟଭାର ଗ୍ରହଣ କରିବେ। ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ଏକ ସଂକ୍ଷିପ୍ତ ଘୋଷଣାରେ ଏହି ସୂଚନା ଦିଆଯାଇଛି।

କର୍ପୋରେଟ ରଣନୀତିରେ ଗୌତମଙ୍କ ବ୍ୟାପକ ଅଭିଜ୍ଞତା ରହିଛି। ଗତମାସରେ ଲେବରପାର୍ଟି ନେତା ତଥା ବ୍ରିଟେନ ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିଥିବା ବର୍ଣ୍ଣହେମ ତାଙ୍କ ପୃଥକ ଦୃଷ୍ଟିକୋଣ ଲାଗି ବେଶ ଜଣା ଯାଆନ୍ତି। ଏହାକୁ ସେ ମଞ୍ଚେଷ୍ଟରର ନମ୍ବର-୧୦ରୁ ଶୁଭାରମ୍ଭ କରିଛନ୍ତି। ଦେଶର ସବୁ କ୍ଷେତ୍ରକୁ ବିକେନ୍ଦ୍ରିକରଣ ଲାଗି ଏଣ୍ଡି ବର୍ଣ୍ଣହେମଙ୍କ ଏଜେଣ୍ଡାର ପ୍ରତୀକ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱଗ୍ରହଣ କରିବା ପୂର୍ବରୁ ତାଙ୍କ ପୂର୍ବବର୍ତ୍ତି ଷ୍ଟାର୍ମର ସରକାରରେ କିଛି ସରକାରୀ ବିଭାଗର ପୁନର୍ଗଠନ କରିଥିଲେ। ଏଥିରେ ବ୍ୟାପାର ଓ ବାଣିଜ୍ୟ ବିଭାଗକୁ ବ୍ୟାପକ କ୍ଷେତ୍ର ପ୍ରଦାନ କରିଥିଲେ।

ବର୍ଣ୍ଣହେମ କ୍ୟାବିନେଟ୍ କାର୍ଯ୍ୟାଳୟ ମନ୍ତ୍ରୀ ଲୁଇସ୍ ହେଗ୍ ଓ କ୍ୟାବିନେଟ୍ ସଚିବ ଡେମ ଏଣ୍ଟୋନିୟା ରୋମିୟୋଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀ ଏବଂ କ୍ୟାବିନେଟ୍ କାର୍ଯ୍ୟାଳୟ (ଓପିଏମସି)ର ନୂଆ କାର୍ଯ୍ୟାଳୟ ମଧ୍ୟ ସ୍ଥାପନା କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ କିର ଷ୍ଟାର୍ମରଙ୍କ ଇସ୍ତାଫା ପରେ ଏଣ୍ଡି ବର୍ଣ୍ଣହେମ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟକାଳ ଆରମ୍ଭ କରିଛନ୍ତି। ତେବେ ବ୍ରିଟେନକୁ ଆର୍ଥିକ ସଂକଟରୁ ମୁକାଳିବା ସହିତ ଅନ୍ୟ ସମସ୍ୟା ସମାଧାନ ବେର୍ଣ୍ଣହେମଙ୍କ ଲାଗି ଏବେ ଚ୍ୟାଲେଞ୍ଜ ପାଲଟିଛି।